ଟିମ ଇଣ୍ଡିଆ ପାଇଁ କାଳ ସାଜିଛି ଦୁଇ ଅମ୍ଫାୟାରଙ୍କ ନିଷ୍ପତ୍ତି,ଭାରତକୁ ହରେଇବା ପାଇଁ ଯୋଜନା କରିଥିଲେ।

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ପୁଣି ଥରେ ମ୍ୟାଚକୁ କମବ୍ୟକ କରିଛି ଟିମ ଇଣ୍ଡିଆ। ତେବେ ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଭାରି ପଡ଼ିଥିଲେ। ଯାହା ଫଳରେ ଇଂଲଣ୍ଡର ୩୫୩ ରନକୁ ପିଛା କରି ମାତ୍ର ୪୬ ରନ ପଛରେ ରହିଯାଇଥିଲା ଟିମ ଇଣ୍ଡିଆ। କିନ୍ତୁ ଏହି ଇନଙ୍ଗିସରେ ଅମ୍ଫାୟାରଙ୍କ କିଛି ନିଷ୍ପତ୍ତି ଭାରତ ପାଇଁ କାଳ ପାଲଟିଥିଲା। ପଡ଼ିଆରେ ଉପସ୍ଥିତ ଦୁଇ ଅଭିଜ୍ଞ ଅମ୍ଫାୟାରଙ୍କ ୭ଟି ନିଷ୍ପତ୍ତି ଯାହା ଭାରତକୁ ବ୍ୟାକଫୁଟରେ ପକାଇଦେଇଥିଲା। ଆଉ ସେହିସବୁ ନିଷ୍ପତ୍ତିକୁ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା କରାଯାଉଛି।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା।

ଚତୁର୍ଥ ଟେଷ୍ଟରେ ଭାରତ ନିଜର ୭ ଟି ୱେକେଟ ହରାଇଥିଲା। ଏମାନଙ୍କ ମଧ୍ୟରେ ୩ ଜଣ ବ୍ୟାଟର ଅମ୍ଫାୟାରଙ୍କ ନିଷ୍ପତ୍ତିର ଶିକାର ହୋଇଛନ୍ତି। ଏହା ପରେ ମଧ୍ୟ ତୃତୀୟ ଦିନରେ ମଧ୍ୟ ଭାରତ ବିପକ୍ଷରେ ୪ ଟି ନିଷ୍ପତ୍ତି ଅନଫିଲଡ଼ ଅମ୍ଫାୟାର ନେଇଥିଲେ। ଅମ୍ଫାୟାର କଲ ଯୋଗୁ ସମସ୍ତ ନିଷ୍ପତ୍ତି ଭାରତୀୟ ବିପକ୍ଷରେ ରହିଥିଲା। ଭାରତୀୟ ବ୍ୟାଟିଂର ତୃତୀୟ ଦିନରେ ଷ୍ଟାର ବ୍ୟାଟର ଶୁଭମନ ଗିଲ। ରଜତ ପାଟିଦାର ଓ ରବିଚନ୍ଦନ ଅଶ୍ୱନି ଏଭଳି ଭୁଲ ନିଷ୍ପତ୍ତିର ଶିକାର ହୋଇ ପ୍ୟାଭିଲନକୁ ଫେରିଥିଲେ।

ଶୁଭମନ ଗିଲଙ୍କ ଅମ୍ଫାୟାର ଏଲବି ଡ଼ବ୍ଲ୍ୟୁ ଘୋଷଣା କରିଥିଲେ। କିନ୍ତୁ ରିପ୍ଲେୟରରେ ଅମ୍ଫାୟାରସ୍କୋର ଦେଖିବାକୁ ମିଳିଥିଲା। ଏହା ପରେ ଅଶ୍ଵନି ଏବଂ ରଜତ ପାଟିଦାର ମଧ୍ୟ ଅମ୍ଫାୟାରସ୍କୋରର ଶିକାର ହୋଇ ପ୍ୟାଭିଲନ ଫେରିଥିଲେ।ଚତୁର୍ଥ ଦିନରେ ମଧ୍ୟ ଅମ୍ଫାୟାରଙ୍କ ଡିସିସନ ପାଇଁ ଡେଭ୍ୟୁ ଖେଳାଳି ଆକାଶ ଦେବ ଅମ୍ଫାୟାରସ୍କୋରରେ ଆଉଟ ହୋଇଛନ୍ତି। ଭାରତ ଓ ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଅଷ୍ଟ୍ରେଲିଆର ରଡ଼ ଟକର ଓ ଶ୍ରୀଲଙ୍କାର କୁମାର ଧର୍ମସେନା ଅମ୍ଫାୟାର କରୁଛନ୍ତି। ତେବେ କେବଳ ବ୍ୟାଟିଂ ନୁହେଁ ବୋଲିଂ ସମୟରେ ମଧ୍ୟ ଅମ୍ଫାୟାରଙ୍କ ଡିସିସନ ପାଇଁ ଫସିଛନ୍ତି ଭାରତୀୟ ଖେଳାଳି। ଇଂଲଣ୍ଡର ବ୍ୟାଟିଂ ସମୟରେ ମଧ୍ୟ ଅମ୍ଫାୟାରଙ୍କ ୩ଟି ନିଷ୍ପତ୍ତିର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି।

ଇଂଲଣ୍ଡର ଓପନର ବେନଡ଼କାୟତ ଅମ୍ଫାୟାରସ୍କୋର ଯୋଗୁ ଜୀବନଦାନ ପାଇଥିବା ବେଳେ ଓଲିପପ ଏବଂ ଜନିବିରଷ୍ଟର ମଧ୍ୟ ଏହାର ଫାଇଦା ପାଇଛନ୍ତି। ତେବେ ତୃତୀୟ ଦିନର ଖରାପ ଅମ୍ଫାୟାର ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଅମ୍ଫାୟାର ରଡ଼ ଟକର ଏବଂ କୁମାର ଧର୍ମସେନା। ଉଭୟ ଅମ୍ଫାୟାରଙ୍କୁ ନେଇ ଅନେକ ଟୋଲ କରୁଛନ୍ତି ସୋସିଆଲ ମିଡ଼ିଆ ଉଇଜର। ଭାରତ ବିପକ୍ଷରେ ଗୋଟିଏ ମ୍ୟାଚରେ ଏପରି ୭ ଟି ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି କ୍ରୀଡା ପ୍ରେମୀ। ଫଳରେ ସୋସିଆଲ ମିଡିଆରେ ଅମ୍ଫାୟାରଙ୍କୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି।

Leave a Reply

Your email address will not be published. Required fields are marked *