ଦିଲ୍ଲୀ କ୍ୟାପିଟାଲସକୁ ମିଳିଗଲା ନୂଆ ଧୋନି…କୋଟି କୋଟି ଟଙ୍କା ଦେଇ ଦ୍ୱିତୀୟ ଧୋନୀଙ୍କୁ କିଣିଲେ ଗାଙ୍ଗୁଲି।

ସୌରଭ ଗାଙ୍ଗୁଲିଙ୍କୁ ମିଳିଲେ ଦ୍ଵିତୀୟ ଧୋନୀ। କୋଟି କୋଟି ଟଙ୍କା ଦେଇ ଦ୍ୱିତୀୟ ଧୋନୀଙ୍କୁ କିଣି ଆଣିଲେ ଯେତେ ଟଙ୍କା ହେଲେ ବି କିଣିବେ ବୋଲି ବାପାଙ୍କୁ ଦେଇଥିଲେ ପ୍ରତିଶୃତି।ଧୋନୀ ଝାଡ଼ଖଣ୍ଡର ଏ ମଧ୍ୟ ଝାଡ଼ଖଣ୍ଡର। ଧୋନୀ ୱେକେଟ କିପର ବ୍ୟାଟର ଏ ମଧ୍ୟ ୱେକେଟ କିପର ବ୍ୟାଟର। ଧୋନୀ ବଡ଼ ବଡ଼ ଛକା ମାରିବାରେ ମାହୀର ଏ ମଧ୍ୟ ବଡ଼ ବଡ଼ ଛକା ମାରି-ବାରେ ମାହୀର। ସେଥିପାଇଁ ୟାଙ୍କୁ କୁହାଯାଉଛି ଦ୍ଵିତୀୟ ଧୋନୀ। ଆଉ ସେଥିପାଇଁ ଯେତେ ଟଙ୍କା ହେଉ ପଛେ ତୁମ ପୁଅକୁ ମୁଁ କିଣିବେ। ସେ ମୋ ଅଧୀନରେ ଖେଳିବ ସେ ହେଉଛି ଆମର ଦ୍ୱିତୀୟ ଧୋନୀ। ଦେଶ ତାକୁ ପାଇ ବହୁତ ଗର୍ବିତ। ଏମିତି କହି ଆମ ଦଳକୁ କିଣି ଆଣିଲେ।

ଆଉ ଏବେ ଧୋନୀଙ୍କ ବିପକ୍ଷରେ ଖେଳ ପ୍ରଦର୍ଶନ କରିବେ ଦ୍ଵିତୀୟ ଧୋନୀ। ହଁ ଆଜ୍ଞା ନାଁ କେହି ଚିନ୍ହି ଥିଲେ ନାଁ କେହି ଜାଣିଥିଲେ କିନ୍ତୁ ରାତିକ ଭିତରେ ସମସ୍ତେ ଜାଣିଗଲେ। ପୁରା ଦେଶରେ ତାଙ୍କୁ ସମସ୍ତେ ଦ୍ୱିତୀୟ ଧୋନୀ ବୋଲି ଜାଣି ପକାଇଲେ। ଆପିଏଲର ଅବସନରେ ପ୍ରଥମ ଥର ପାଇଁ ଆସିଥିବା ବେଳେ ଏହି ୧୯ ବର୍ଷୀୟ ତାରକା ୭ କୋଟିରୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି ଆଉ ଦ୍ଵିତୀୟ ଧୋନୀଙ୍କୁ କିଣିଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ଆମେ ଜଣାଉଛୁ ଝାଡ଼ଖଣ୍ଡର ୱେକେଟ କିପର ବ୍ୟାଟର କୁମାର କୁଶାଗ୍ରାଙ୍କ କଥା। ତେବେ ଧୋନୀଙ୍କ ଭଳି ଏ ମଧ୍ୟ ଝାଡ଼ଖଣ୍ଡ ସାଇଟରେ ଖେଳୁଛନ୍ତି। ଧୋନୀଙ୍କ ଭଳି କୁଶାଗ୍ରାଙ୍କ ପାଖରେ ମଧ୍ୟ ଖେଳ ପ୍ରତି ସମାନ ଆଗ୍ରହ ରହିଛି। ପୁରା ବିଶ୍ୱ ଚଳିତ ଆଇପିଏଲରେ ଦେଖିବ ଦ୍ୱିତୀୟ ଧୋନୀଙ୍କ କମାଲ।

ଯଦି ଆମେ କୁଶାଗ୍ରାଙ୍କର କ୍ରିକେଟ କ୍ୟାରିୟର ଉପରେ ନଜର ପକାଇବା ତେବେ ସେ ଶେଷ ୧୦ ମାସରେ ଉଆଇଟ ବଲ କ୍ରିକେଟରେ କମାଲ କରି ଆସୁଛନ୍ତି। ୨୦୨୨ ରୁ ୨୦୨୩ ବିଜୟ ହାଜର ଟ୍ରଫି ଏବଂ ଦେଉଧ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂରେ ପ୍ରଦର୍ଶନ କରିଛନ୍ତି କୁଶାଗ୍ରା।

ଏହି ୧୯ ବର୍ଷୀୟ କୁଶାଗ୍ରା ବିଜୟ ହାଜର ଟ୍ରଫିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ୨୦୨୧ ରୁ ୨୦୨୨ ରଞ୍ଜି ଟ୍ରଫିରେ ମଧ୍ୟ ୪୩୯ ରନର ଏକ ଦମଦାର ପାରି ଖେଳୁଥିଲେ। ନାଗାଲ୍ୟାଣ୍ଡ ସହିତ ପ୍ରିକୁୱାଟର ଫାଇନାଲରେ ୨୬୬ ରନ କରିଥିଲେ ୩୬ ଟି ଚୌକା ଏବଂ ୨ ଟି ଛକା ମାରି। ତେବେ କୁଶାଗ୍ରା ଖାଲି ବ୍ୟାଟିଂରେ ନୁହେଁ କିପିଂରେ ମଧ୍ୟ ତାଙ୍କର ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ଗାଙ୍ଗୁଲି ଏମିତି ଖେଳାଳିଙ୍କୁ ଛାଡିବାକୁ ଚାହୁଁନଥିଲେ।

ତେବେ ଗାଙ୍ଗୁଲି କୁଶାଗ୍ରାଙ୍କର ବାପାଙ୍କୁ କହିଥିଲେ କି ତୁମ ପୁଅକୁ ୧୦ କୋଟି ହେଲେ ବି ମୁଁ କିଣିବେ ଆଉ ଏବେ ଗୁଜୁରାଟ ଟାଇଟନ ସହ ବ୍ୟାଟିଂରେ ଲଢେଇ କରି ୭.୨୦ କୋଟିରେ କିଣିଛନ୍ତି ଗାଙ୍ଗୁଲି। ଯିଏ ଏବେ ଦିଲ୍ଲୀ କ୍ୟାପିଟାଲସରେ ରହି ଖେଳ ପ୍ରଦର୍ଶନ କରିବେ।

Leave a Reply

Your email address will not be published. Required fields are marked *