ଶେଷ ବଲରେ ଛକା ମାରିଲେ, ରନ୍ ନ ମିଳିବାରୁ ଖୁସି ହେବା ବଦଳରେ ଦୁଃଖରେ ଫେରିଲେ ରିଙ୍କୁ ସିଂ

ଛକା ମାରିଲେ ରିଙ୍କୁ ସିଂ ହେଲେ ମିଳିଲାନି ରନ୍। ମନ ଦୁଃଖ କରି ପଡ଼ିଆରୁ ଫେରିଲେ ରିଙ୍କୁ। ବ୍ୟାଟିଂରେ କମାଲ କଲେ ଭାରତକୁ ଜିତାଇଲେ। ଗତକାଲି ୧୯ ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚର ବଦଲା ନେଇଛି ଭାରତ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ପ୍ରଥମ ମ୍ୟାଚରେ ଗଙ୍ଗାର କୁ ଦୁଇ ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ତେବେ ଏଇ ମ୍ୟାଚରେ ଭାରତ ଜିତିଥିଲେ ହେଁ ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆର ରିଙ୍କୁ ସିଂ ଛକା ମାରିବା ପରେ ମଧ୍ୟ ଭାରତ ଖାତାରେ କୌଣସି ରନ୍ ଯୋଡ଼ା ଯାଇ ନଥିଲା। ଆଉ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ କାହିଁକି ଏମିତି ହେଲା ?

ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ ରନର ପାହାଡ଼ ଛିଡ଼ା କରିଥିଲା। ଯୋଶିଂ ଲିଂ ୫୦ଟି ବଲରୁ ୧୧୦ ରନ୍ ସଂଗ୍ରହ କରିଥିବା ବେଳେ ଷ୍ଟିଭେନ୍ସ ମିଥ୍ ୪୧ଟି ବଲରୁ ୫୨ରନ୍ ସଂଗ୍ରହ କରିଥିଲେ। ଜବାବରେ ଭାରତ ୧୯.୫ ଓଭରରେ ୮ ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରି ବିଜୟ ହାସଲ କରି ନେଇଥିଲା । ସବୁଠୁ ବଡ଼ କଥା ହେଉଛି ଏହି ମ୍ୟାଚରେ ବ୍ୟାଟ୍ସ୍ ମ୍ୟାନ ରିଙ୍କୁ ସିଂ ଶେଷ ବଲରେ ଏକ ସାନ୍ଦାର୍ ଛକା ମାରିଥିଲେ। ମାତ୍ର ଭାରତ ଖାତାରେ କୌଣସି ରନ୍ ଯୋଡ଼ି ହୋଇ ନଥିଲା। ଏହାକୁ ନେଇ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଥିଲେ। ସମସ୍ତେ ଭାବିଲେ ରିଙ୍କୁ ଛକା ମାରି ଟିମକୁ ଜିତାଇଲେ।

ହେଲେ ସେମିତି ହୋଇ ନଥିଲା। ଏତେ କଷ୍ଟ କରି ଛକା ମାରିଥିଲେ ମଧ୍ୟ ରିଙ୍କୁ ବା ଭାରତକୁ କୌଣସି ରନ୍ ମିଳି ନଥିଲା। ରିଙ୍କୁ ସିଂ ୧୪ଟି ବଲରୁ ୨୨ରନ୍ ସଂଗ୍ରହ କରି ଅପରାଜିତ ହୋଇଥିଲେ। ବିଜୟ ପାଇଁ ଶେଷ ବଲରୁ ଭାରତକୁ ମାତ୍ର ଏକ ବଲରୁ ଏକ ରନର ଆବଶ୍ୟକତା ଥିବା ବେଳେ ଘଟିଥିଲା ଏମିତି କିଛି ଘଟଣା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ତେବେ ଶେଷ ବଲ ପକାଇଥିଲେ ଅଷ୍ଟ୍ରେଲିୟ ବଲର୍। ଆଉ ଏଇ ସେଶ ବଲରେ ଛକା ମାରିଥିଲେ ରିଙ୍କୁ ସିଂ। ହେଲେ ଏଇ ବଲଟି ନୋ ବଲ୍ ଥିଲା। ଯେଉଁଥି ପାଇଁ ଭାରତ ଜିତି ଯାଇଥିଲା।

ତେଣୁ ଅନ୍ତିମ ବୋଲିଂ କରିବାର କୌଣସି ଆବଶ୍ୟକତା ପଡ଼ି ନଥିଲା। ସେଥିପାଇଁ ଆଇ.ସି.ସି. ର ନିୟମ ଅନୁଯାୟୀ ରିଙ୍କୁଙ୍କ ଛକାକୁ ରନ୍ ଭାବେ ଗଣା ଯାଇ ନଥିଲା। ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୮୦ ଏବଂ ଇସାନ କିଶାନ ୫୮ରନ୍ ସଂଗ୍ରହ କରିଥିଲେ। ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ବକପରେ ରିଙ୍କୁ ସିଂଙ୍କୁ ସାମିଲ୍ କରିବା ପାଇଁ କ୍ରିକେଟ୍ ପ୍ରେମୀମାନେ ଆଶା ରଖିଛନ୍ତି। ତେବେ ସିନିୟର୍ ଖେଳାଳୀଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ଆସନ୍ତା ମ୍ୟାଚ୍ ଗୁଡ଼ିକରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ୍ ବିଶେଷଜ୍ଞ ମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *