ମୋତେ ଧକା ଦେଲେ କମିନ୍ସ ଓ ଅଷ୍ଟ୍ରେଲିଆ ଓଡିଶା ଭଳି….

ଓଡ଼ିଶାରେ କଥା କହିଲେ ଅଶ୍ୱିନ…. ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଓ କମିନ୍ସ ଧୋକା ଦେଲେ।ବିଶ୍ୱକପ ଫାଇନାଲକୁ ନେଇ ଅଶ୍ୱିନଙ୍କ ବଡ଼ ଖୁଲାସା। କହିଲେ କମିନ୍ସ ଓ ଅଷ୍ଟ୍ରେଲିଆ ଧୋକା ଦେଲେ। ଫାଇନାଲ ମ୍ୟାଚ ସହ ଓଡ଼ିଶାର ସମ୍ପର୍କ ବି କହିଲେ।ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ଏବଂ ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ୱ ଚାମ୍ପିୟାନ ହେବା କଥାକୁ ମନରୁ ଭୁଲି ପାରୁନାହାନ୍ତି ଭାରତୀୟ କ୍ରିକେଟ ପ୍ରେମୀ। ଏବେ ମଧ୍ୟ ଦେଶରେ ଏହାକୁ ନେଇ ହତାଶ ଏବଂ ନୈରାସ୍ୟର ବାତାବରଣ ରହିଛି। ତେବେ ଏହାରି ଭିତରେ ଭାରତୀୟ ଦଳର ଭେଟରାନ୍ସ ପିନର ଆର ଅଶ୍ୱିନ ଏକ ବଡ଼ ଖୁଲାସା କରିଛନ୍ତି।

ସେ କହିଛନ୍ତି କି କମିନ୍ସ ଓ ଅଷ୍ଟ୍ରେଲିଆ ମୋତେ ଧୋକା ଦେଇଛନ୍ତି। ଭାରତ ବିଶ୍ୱକପ ଫାଇନାଲରେ ହାରିଯିବାକୁ ନେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନ। ସେ ଅଷ୍ଟ୍ରେଲିଆକୁ ପ୍ରଶଂସା କରିବା ସହ କହିଛନ୍ତି କି ଏ କଥା ସ୍ୟୁକାର କରିବାକୁ ପଡିବ ଯେ ଫାଇନାଲ ମ୍ୟାଚ ଦିନ ଅଷ୍ଟ୍ରେଲିଆ ଟିମ ଭାରତ ଠାରୁ ସବୁ ଦିଗରେ ଆଗରେ ଥିଲା। ତାଙ୍କର ରଣନୀତି ମଧ୍ୟ ଆମ ଠାରୁ ବେଶ ଭଲ ଥିଲା।

ଅଷ୍ଟ୍ରେଲିଆ ଭାଗ୍ୟ ବଳରେ ଆମ ଠାରୁ ଟ୍ରଫି ଜିତି ନାହିଁ ବରଂ ଏହା ପଛରେ ତାଙ୍କର ସୁଚିନ୍ତିତ ଯୋଜନା ଓ ରଣନୀତି ରହିଛି। ମୁଁ ଫାଇନାଲରେ ତାଙ୍କର ପ୍ରଦର୍ଶନକୁ ଅତି ନିକଟରୁ ଦେଖିଲି। ଅଷ୍ଟ୍ରେଲିଆ ଓ ତାଙ୍କ ଅଧିନାୟକ ବ୍ୟାଟ କମିନ୍ସ ମତେ ଧକା ଦେଲେ। ମୁଁ ଭାବିଥିଲି କି ଟସ ଜିତିଲେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ କାରଣ ଟସ ଜିତିବା ପରେ କଙ୍ଗାରୁ ଦଳ ଆଗ ବ୍ୟାଟିଂ କରିବା ସେମାନଙ୍କ ପାଇଁ ପରମ୍ପରା ରହି ଆସିଛି।

ଅହମ୍ମଦାବାଦରେ ବିଶ୍ୱକପର ଫାଇନାଲ ମ୍ୟାଚ ଦିନ ପ୍ରଥମ ଇଂଗିସ ଶେଷ ହେବା ପରେ ମୁଁ ପିଚକୁ ଦେଖୁଥିଲି। ସେତେବେଳେ ଅଷ୍ଟ୍ରେଲିଆ ଦଳର ଚୟନ କମିଟି ମୁଖ୍ୟ ଯୋଜ ବେଲିଙ୍କ ସହ ମୋର ଦେଖା ହୋଇଥିଲା। ମୁଁ ତାଙ୍କୁ ପଚାରିଲି କି ଅଷ୍ଟ୍ରେଲିଆ ଟସ ଜିତିବା ପରେ ମଧ୍ୟ କାହିଁକି ବ୍ୟାଟିଂ କଲା ନାହିଁ। ସେ ମୋତେ କହିଥିଲେ କି ଏହା କଳା ମାଟିର ୱକେଟ। ଯାହା ଉପରେ ସନ୍ଧ୍ୟ ପରେ ବ୍ୟାଟିଂ କରିବା ଭଲ ହୋଇଥାଏ।

ବେଲି ମୋତେ କହିଥିଲେ କି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ନାଲି ମାଟିରେ ଖେଳା ଯାଇଥିଲା। ଯାହା ଦ୍ୱାରା ଆମେ ଜାଣି ପାରିଥିଲୁ ଯେ ନାଲି ମାଟି ପିଚରେ ଆଗ ବ୍ୟାଟିଂ କରିବା ଭଲ ଓ କଳା ମାଟି ପିଚରେ ପଛରେ ବ୍ୟାଟିଂ କରିଲେ ଲାଭ ମିଳିବ।ବେଲି ତାଙ୍କୁ ସବୁ କଥା କହିବା ସହ ଅଶ୍ୱିନ ଓଡ଼ିଶାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି କି ଫାଇନାଲ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ ଅହମ୍ମଦାବାଦର ନୁହେଁ ବରଂ ଓଡିଶା ଭଳି ଥିଲା। ଏହା ଏମିତି ୱକେଟଥିଲା ଯେଉଁଥିରୁ ବେସି ମାଟି ଉଠୁନଥିଲା।

ଅଶ୍ୱିନ ଆହୁରି ମଧ୍ୟ କହିଛନ୍ତି କି ଫାଇନାଲରେ ଟ୍ରାଭିନ୍ସ ହେଡଙ୍କୁ ଦଳରେ ସାମୀଲ କରିବା ଅଷ୍ଟ୍ରେଲିଆରେ ବହୁତ ଭଲ ନିଷ୍ପତ୍ତି ଥିଲା। ଦେଖନ୍ତୁ ସେହି ଖେଳାଳି କେମିତି ସେମି ଫାଇନାଲ ଏବଂ ଫାଇନାଲରେ କମାଲ କରି ଦଳକୁ ଜିତାଇ ଦେଲେ।ଏଠାରେ ଆମେ କହି ରଖିବାକୁ ଚାହିଁବୁ ଦଳର ଭେଟରାନ୍ସ ପିନର ଆର ଅଶ୍ୱିନ ଚଳିତ ବିଶ୍ୱକପରେ ଭାରତୀୟ ଦଳ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଖେଳି ଭଲ ବୋଲିଂ କରିଥିଲେ। ସେ ୧୦ ଓଭର ବୋଲିଂ କରି ୩୪ ରାନ ଦେଇଥିବା ବେଳେ ଗୋଟିଏ ୱକେଟ ମଧ୍ୟ ନେଇଥିଲେ। ହେଲେ ଏହା ପରେ ତାଙ୍କୁ ପ୍ଲେଇଂ ୧୧ ରେ ସାମିଲ କରାଯାଇ ନଥିଲା।

Leave a Reply

Your email address will not be published. Required fields are marked *