ସମସ୍ତେ ଭାବିଥିଲେ ପୁଅ -, ଶୁ-ଦ୍ଧକ୍ରି-ୟା ବି ସାରିଦେଇଥିଲେ କିନ୍ତୁ ହଠାତ 12 ବର୍ଷ ପରେ ଫେରିଲା ପୁଅ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତ କାଳିମ୍ବା ଗାଁରୁ ଦେଖିବାକୁ ମିଳିଛି ଏକ ଆଶ୍ଚ-ର୍ଯ୍ୟକର ମାମ-ଲା। 12 ବର୍ଷ ପରେ ଗାଁକୁ ଫେରିଲା ପୁଅ। ସମସ୍ତେ ଭାବିଥିଲେ ପୁଅର ହୋଇଯାଇଛି ମୃ-ତ୍ୟୁ। ସେଥିପାଇଁ ତାର ସୁଦ୍ଧ କ୍ରିୟା ମଧ୍ୟ ସାରି ଦେଇଥିଲେ। କିନ୍ତୁ ହଠାତ ପୁଅକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ପିଲାଟିର ନାମ ଶାନ୍ତନୁ। ପିଲାବେଳୁ ବାପାମାଆ ଛେଉଣ୍ଡ ହୋଇ ଯାଇଥିଲେ ଶାନ୍ତନୁ। ଶେଷରେ ନିଜ ଆଈ ପାଖରେ ରହୁଥିଲେ। 7 ବର୍ଷ ବୟସରେ କିଛି ସାହାରା ନ ପାଇ ଗାଁର କିଛି ଦାଦନ ଶ୍ରମିକଙ୍କ ସହ ଲୁ-ଚି ଚାଲିଯାଇଥିଲେ ପଣ୍ଡିଚେରୀ।

ଛୋଟ ପିଲା ଥିବାରୁ ସେଠାରେ କାମ ନ ପାଇ ଏଣେତେଣେ ବୁଲୁଥିଲେ। ଏହାପରେ ଜଣେ ଓଡ଼ିଆ ଠିକାଦାରଙ୍କ ପାଖକୁ ଆସି ଏକ ଫାକ୍ଟ୍ରିରେ କାମ କରୁଥିଲେ। କିନ୍ତୁ ଶାନ୍ତନୁଙ୍କୁ ବିନା ଟଙ୍କାରେ କାମ କରିବାକୁ ବାଧ୍ୟ କରାଗଲା।

ଇଚ୍ଛା ନଥିଲେ ମଧ୍ୟ ଛୋଟ ବୟସରୁ ସେ କାମ କରିବାକୁ ବାଧ୍ୟ ହୋଇଥିଲେ। ଗାଁକୁ ଆସିବାର ସୁଯୋଗ ଦେଉନଥିଲେ ଠିକାଦାର ଜଣକ। ଏହିପରି ବର୍ଷ ପରେ ବର୍ଷ ବିତିଚାଲିଥିଲା। ପଣ୍ଡିଚେରୀରେ ଥିବା ସମୟରେ ହଠାତ ଶାନ୍ତନୁ ଜଣେ ଓଡ଼ିଆ ଶ୍ରମିକ ରଶ୍ମି ରଞ୍ଜନ ବେହେରାଙ୍କ ସହ ଦେଖାହେଲା।

ଶାନ୍ତନୁଙ୍କଠାରୁ ପୂରା ଘଟ-ଣା ଶୁଣିବା ପରେ ଦେବଦୂତ ସାଜି ଉ-ଦ୍ଧାର କରିବାକୁ ହାତ ବଢ଼ାଇଲେ ରଶ୍ମି। ସମ୍ପୃକ୍ତ ଠିକାଦାରଙ୍କଠାରୁ ଶାନ୍ତନୁଙ୍କୁ ରଶ୍ମି ଲୁଚା-ଇନେଇ ପଳାଇଆସିଥିଲେ। କିଛି ମିଡିଆ ପ୍ରତିନିଧିଙ୍କୁ ଭେଟିବା ପରେ ଶାନ୍ତନୁଙ୍କ ସମ୍ପୂର୍ଣ୍ଣ ଠିକଣା ମିଳିଥିଲା।

ମିଡିଆ ପ୍ରତିନିଧିଙ୍କଠାରୁ ଖବର ପାଇ ସାହାଯ୍ୟର ହାତ ବଢ଼ାଇଥିଲେ ନୟାଗଡ଼ ଜିଲ୍ଲାପାଳ। ଶାନ୍ତନୁଙ୍କୁ ଗାଁରେ ଛାଡ଼ିବା ଏବଂ ଶାନ୍ତନୁଙ୍କ ପରିଚୟ ପତ୍ର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଜିଲ୍ଲା ସାମାଜିକ ସୁର-କ୍ଷା ଅଧିକାରୀ ଶାନ୍ତନୁକୁ ନେଇ ଗାଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶାନ୍ତନୁ ଗାଁରେ ପହଞ୍ଚିବା ପରେ ଗାଁ ସମେତ ପରିବାରରେ ଖୁସିର ଲ-ହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *