ପିଣ୍ଟୁଙ୍କ ପି-ଣ୍ଡଦାନ କରୁଥିବା ବେଳେ କଇଁ କଇଁ ହୋଇ କା-ନ୍ଦିଲେ ପିଣ୍ଟୁଙ୍କ ପୁଅ

ଚାହୁଁ ଚାହୁଁ ବିତିଗଲାଣି 10 ଦିନ। ଆଜି ହେଲା ପିଣ୍ଟୁଙ୍କ ଦଶାହ। ପି-ଣ୍ଡ ଦାନ କଲେ ବଡ ପୁଅ। ତେବେ ପି-ଣ୍ଡ ଦାନ କରୁଥିବା ସମୟରେ କାନ୍ଦି ପକାଇଥିଲେ ପୁଅ। ଘରର ଉଭୟ ପୁଅ ଲଣ୍ଡା ହେବା ସହ ଆଖ ପାଖର ଲୋକମାନେ ମଧ୍ୟ ତୁଠକୁ ଆସିଥିଲେ।

ଯିଏ ପିଣ୍ଟୁଙ୍କୁ ଭଲ ପାଆନ୍ତି ସେମାନେ ମଧ୍ୟ ପୋଖରୀ ତୁଠକୁ ଆସି ଦାଢ଼ିକାଟି ଲଣ୍ଡା ହୋଇ ସମସ୍ତ କ୍ରିୟାକର୍ମ ଶେଷ କରିଥିଲେ।ପିଣ୍ଟୁଙ୍କ ସମସ୍ତ ସମ୍ପର୍କୀୟ ଲୋକ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ତେବେ ପୂର୍ବ ଘଟଣାକୁ କହିବାକୁ ଗଲେ ଗତ ଶୁକ୍ରବାର ଦିନ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଅଭିରାମଙ୍କ ପୁଅ ସାଇ ତାଙ୍କୁ ମୁଖା-ଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ପର୍କୀୟଙ୍କ କା-ନ୍ଦ ବୋବାଳିରେ ସ୍ବର୍ଗଦ୍ୱାର ଫାଟି ପଡ଼ୁଥିଲା।ତାଙ୍କ ଶେଷକୃତ୍ୟ ଦେଖିବା ପାଇଁ ସ୍ବର୍ଗଦ୍ୱାରରେ ଜନସାଧାରଣଙ୍କ ଭିଡ଼ ଜମିବା ସହ ଓଲିଉଡ୍‌ର କେତେକ ବରିଷ୍ଠ କଳାକାର ଉପସ୍ଥିତ ରହି ତାଙ୍କୁ ଶେଷ ବିଦାୟ ଦେଇଛନ୍ତି।

ଏହି ସମୟରେ ଅଭିନେତା ବବି ମିଶ୍ର, ଗୁଡ଼ୁ, ରାନୀ, ପ୍ରିୟଦର୍ଶିନୀ, ମିଟୁ ମିଥୁନ, ବସନ୍ତ ନାୟକ, ସମୀର ଶତପଥୀଙ୍କ ଭଳି ଅନେକ ବରିଷ୍ଠ କଳାକାର ନିର୍ଦ୍ଦେଶ ଉପସ୍ଥିତ ରହିଥିଲେ। ସୂଚନା ଅନୁସାରେ ଅପରାହ୍ନ 1:40 ରେ ପିଣ୍ଟୁଙ୍କ ମୃ-ତଦେହ ସ୍ବର୍ଗଦ୍ୱାରରେ ପହଞ୍ଚିଥିବା ବେଳେ ପାଖାପାଖି 2:50 ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *