ପିଲାମାନେ ବଦ-ମାସି କଲେ, ତା କଥାରେ ରହିଲେନି ବୋଲି ସେ ଚାଲିଗଲା ଶୁଣିଲୁ କିନ୍ତୁ ସତ ଜାଣିହେଲାନି: ଅଶ୍ରୁମୋଚନ।:-

ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ଜଣାଶୁଣା ଅଭିନେତା ଅଶ୍ରୁମୋଚନ ଯାହା କହିଥିଲେ ତାହା ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ସେ କହିଥିଲେ ଯେ,” କେଉଁ ସରକାରଙ୍କ ପାଖରେ ଗୁହାରୀ କରିବା? ବକିଏ ବର୍ତ୍ତମାନ ସରକାର? ଏଠି ଆଇଏଏସ୍ ଅଫିସରମାନେ ସରକାର କି ମନ୍ତ୍ରୀ, ନେତା ମାନେ ସରକାର- ଆମେ ଠିକ୍‌ରେ ଜାଣିପାରୁନୁ।

ତେଣୁ ସେହି ଦ୍ୱନ୍ଦ୍ୱ ମଧ୍ୟରେ ଆମେ କାହାକୁ କହିବା ଯେ ଏଇଟା ଠିକ୍ ଏବଂ ସେଇଟା ଭୁଲ୍‌। ଶାହରୁଖ ଖାନ୍ ଆସିଲେ ଟଙ୍କା ନେଇଗଲେ। ସଲମାନ ଖାନ୍ ଆସିଲେ ଟଙ୍କା ନେଇଗଲେ। ହକି ଖେଳ ସହିତ ସେମାନଙ୍କର କ’ଣ ସଂ-ପର୍କ? ସେମାନେ କ’ଣ ହକି ଖେଳିଲେ? ସେମାନଙ୍କୁ କାହିଁକି ଟଙ୍କା ଦିଆଯିବ ମୁଁ ବୁଝିପାରୁନି।

ସେହି ବାଟରେ କେଉଁମାନେ ବାଟମାରଣା କଲେ, ତାହା ବି କହି ହେଉନି।ଗଣମାଧ୍ୟମ ସେମାନଙ୍କୁ ଧରୁଛି। ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍‌ ନା ଉଚିତ୍ ନୁହେଁ।

ଆମ ସିନେମା ଇଣ୍ଡଷ୍ଟ୍ରୀର ଲୋକେ ବି ସରକାରରେ ଅଛନ୍ତି। ନେତା, ମନ୍ତ୍ରୀ ହୋଇଛନ୍ତି। କଳାକାରମାନଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ ନା ଉଚିତ୍ ନୁହେଁ, ସେଇଟା ସେମାନେ କହିବା ଦରକାର। ସେମାନେ ସଠିକ୍ ଉତ୍ତର ଦେଇପାରିବେ।”

ତେବେ ପିଣ୍ଟୁ ନନ୍ଦଙ୍କ କଥା କହୁ କହୁ ଅଭିନେତା ଅଶ୍ରୁମୋଚନ ସାର ସ୍ୱର୍ଗବାସୀ ରାଇମୋହନଙ୍କ କଥା ମନେ ପକାଇଥିଲେ ଏବଂ କହିଥିଲେ ଯେ ,” ରାଇ ମୋହନ ମୋ ଭାଇ ପରି ଅଟେ। ମୁଁ ବି ଜାଣିପାରିଲିନି ସେ ହଠାତ ଏପରି ପଦକ୍ଷେପ କାହିଁକି ନେଲା।

ସବୁକିଛି ଠିକ ଥିଲା। ମୁଁ ପ୍ରତିଦିନ ତା ସହ କଥା ହୁଏ। ସିଏ କେବେ ବି ମତେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିନାହିଁ। ସେ ନିଜ ପିଲାମାନଙ୍କ ପାଇଁ ବହୁତ ଭାବେ। ତାଙ୍କ ପାଇଁ କିପରି ଟଙ୍କା ସଞ୍ଚୟ କରିବ ସେ ବିଷୟରେ ସବୁବେଳେ ଭାବେ। ବୋଧ ହୁଏ ସେହି ପିଲାମାନଙ୍କ କାରଣରୁ ଆଜି ରାଇମୋହନ ଆମ ଗହଣରେ ଆଉ ନାହିଁ।

ପିଲାମାନେ ବୋଧେ ବଦମାସି କଲେ ତା କଥା ଶୁଣିଲେ ନାହିଁ ସେଥିପାଇଁ ହତାଶ ହୋଇ ଏପରି କାର୍ଯ୍ୟ କଲା। ମୁଁ ସେ ବିଷୟରେ କହିଲେ ମତେ କା-ନ୍ଦ ଲାଗୁଛି। କଳାକାର ହିସାବରେ ସେ ବହୁତ ଅଭିଜ୍ଞତା ଲୋକ। ତାଙ୍କ ପରି ଖଳନାୟକ ଅଭିନୟ କେହି ମଧ୍ୟ କରିପାରିବେ ନାହିଁ। ବହୁତ ଭଲ ଲୋକେ ଥିଲେ ସେ।”

Leave a Reply

Your email address will not be published. Required fields are marked *