DRESS ଖୋଲି ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି DOCTOR………

ଫୁଙ୍ଗୁଳା ଦେହରେ ଡାକ୍ତର ଦେଖୁଛନ୍ତି ରୋଗୀ । ସେପଟେ ମଦରେ ବି ଟଳମଳ ଡାକ୍ତର ବାବୁ । ପାଟି ଭିତରେ ଅଟକି ଯାଉଛି ଅଧେ କଥା । ଡାକ୍ତର ବାବୁ ଡାକ୍ତରଖାନାରେ କେମିତି ସାର୍ଟ ଖୋଲି ରୋଗୀ ଦେଖୁଛନ୍ତି । ଆଉ ପାଖରେ ଠିଆ ହୋଇଛନ୍ତି ମହିଳା ରୋଗୀ । ଆଉ ଡାକ୍ତର ବାବୁ ପୂରା ପିକଅପ୍ ରେ । ତାଙ୍କୁ ଦେଖିଲେ ଲାଗୁଛି ସେ ଟିକେ ଅଧିକ ଜୋର୍ ରେ ବୋଧ ହୁଏ ରଙ୍ଗ ଖେଳି ଦେଇଛନ୍ତି । ଆଉ ନୁହେଁ ତୋ କଣ ସେ ଡାକ୍ତର ହେଲେ ବୋଲି କଣ ତାଙ୍କର କିଛି ଇଚ୍ଛା ନାହିଁ ।

ରଙ୍ଗିଲା ଡାକ୍ତର ହୋଲି ରଙ୍ଗରେ ଏତେ ମସଗୁଲ୍ ହେଇ ଯାଇଛନ୍ତି ଯେ ସେ ଭୁଲି ଯାଇଛନ୍ତି ଏଇଟା ତାଙ୍କ ଘର ନୁହେଁ ଡାକ୍ତରଖାନା । ଯେଉଁଠାକୁ ଶହ ଶହ ରୋଗୀ ଆସନ୍ତି ଚିକିତ୍ସା ପାଇଁ । ସାଧାରଣ ଭଦ୍ରାମି ତୋ ଛାଡ଼ ମହିଳାଙ୍କୁ ମଧ୍ୟ ନିଜ ଦେହ ଦେଖାଇବାକୁ କୁଣ୍ଠା ପ୍ରକାଶ କଲେ ନାହିଁ।

ଆଜ୍ଞା ହଁ ଦର୍ଶକ ବନ୍ଧୁ ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଧିନସ୍ଥ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ମ-ଦ୍ୟ ପାନ କରି ଫୁଙ୍ଗୁଳା ଦେହରେ ରୋଗୀ ଦେଖୁଥିବା ଏ ହେଉଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ । କେଉଁଭଳି ଭାବରେ ସେ ସାର୍ଟ ଖୋଲି ରୋଗୀ ଦେଖୁଛନ୍ତି ତାହା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବେଶ୍ ଭଲ ଭାବରେ ଦେଖିବାକୁ ମିଳିଛି ।

ତେବେ ଏ କଣ ଜଣେ ଡାକ୍ତରଙ୍କ ରୋଗୀ ଦେଖିବାର ଶାଳୀନତା । ଡାକ୍ତରଖାନାର ସବୁ ନିୟମର ଧଜିଆ ଉଡ଼ାଇ ସୀମା ଟପି ଯାଇଛନ୍ତି ସିଦ୍ଧାର୍ଥ । ମ-ଦ୍ୟପା-ନ କରି ହୋସ ହରାଇ ରୋଗୀ ଦେଖୁଥିବା ସାଧାରଣରେ ଆଲୋଚନା ବେଶ୍ ଜୋର୍ ଧରିଛି । ଲୋକେ ଏହାକୁ ଘୋର୍ ନିନ୍ଦା କରିବା ସହିତ ଉକ୍ତ ଡାକ୍ତରଙ୍କୁ ଉପଯୁକ୍ତ ଦ-ଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ ଏସବୁ ପରେ ମେଡିକାଲ ପ୍ରଶାସନ କି ପ୍ରକାରର ପଦକ୍ଷେପ ନେଉଛନ୍ତି ତାହା ଆଗକୁ ସମୟ କହିବ ।

Leave a Reply

Your email address will not be published. Required fields are marked *