ନାରୀ ଯେତିକି ପ୍ରେସର ନେଇପାରିବ, ପୁରୁଷମାନେ ସେତିକି ପ୍ରେସର ନେଇପାରିବେନି

ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ। ଆମ ଦେଶ ଭାରତ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଭିନ୍ନ ଭିନ୍ନ ରୀତିନୀତି ତଥା ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ଆମ ସଂସ୍କୃତିରେ ମହିଳାମାନଙ୍କ ସମ୍ମାନ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ। ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ।

ଏହି ଅବସରରେ ମିଡିଆ ଆଗରେ ଲୋକ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ ମାଆଙ୍କ ରୂପେ ନାରୀ, ଧରିତ୍ରୀରେ ଥିବା ସମସ୍ତଙ୍କ ମଧ୍ୟରେ ହେଉଛି ଏକ ପବିତ୍ର ରୂପ। ମାଆ ଈଶ୍ୱରଙ୍କ ଠାରୁ ମଧ୍ୟ ଉଚ୍ଚରେ ବୋଲି କୁହାଯାଏ। ଇତିହାସ ନାରୀମାନଙ୍କ ବୀରତ୍ୱ , କାର୍ଯ୍ୟନିପୁଣତା , ଧୈର୍ଯ୍ୟର ସାକ୍ଷୀ ଅଟେ।

ଇନ୍ଦିରା ଗାନ୍ଧୀ ଏବଂ କଳ୍ପନା ଚାୱଲା ଠାରୁ ଆରମ୍ଭ କରି ପିଟୀ ଉଷା, କିରଣ ବେଦୀ ଭଳି ମହିଳାମାନେ ନିଜ କ୍ଷମତାକୁ ସୂଚାରୁ ରୂପେ ପ୍ରଦର୍ଶନ କରିଛନ୍ତି। କିଏ ଆକାଶର ତ କିଏ ରାଜନୀତିର ଉଚ୍ଚତାକୁ ଛୁଇଁଛି। ତେଣୁ ଏହି ପବିତ୍ର ଦିନରେ ସେଭଳି ମହିୟସୀ ମହିଳାଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଦ୍ୱାରା ଆମ ଭବିଷ୍ୟତ ଉ-ଜ୍ଜ୍ୱଳ ହୋଇପାରିବ।

କାରଣ ତାଙ୍କର ଚିର ସ୍ମରଣୀୟ ବଳି-ଦାନ ସର୍ବଦା ଆମକୁ ପ୍ରେରଣା ଦେବା ସହ ଆମ ଆତ୍ମବିଶ୍ୱାସକୁ ଦୃଢ କରିଥାଏ। ସେମାନଙ୍କ ଗଭୀର ଆତ୍ମବିଶ୍ୱାସ ଓ କାର୍ଯ୍ୟ ଦକ୍ଷତା ହେତୁ ସେମାନେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ କରିଛନ୍ତି।ସମ୍ପୂର୍ଣ୍ଣ ବିଶ୍ୱରେ ମହିଳାମାନଙ୍କୁ ଉଚିତ ସମ୍ମାନ ଦେବା ନିମନ୍ତେ ହିଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ।

ବିତିଯାଇଥିବା ବର୍ଷରେ ସମୟ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ବର୍ତ୍ତମାନର ସମୟରେ ମହିଳାମାନେ ମଧ୍ୟ ପୁରୁଷଙ୍କ ସହ ସମାନ। ଏହା ସହ ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି। ଏବେ ପ୍ରତ୍ୟେକ ଘରେ କନ୍ୟାର ଶୀଘ୍ର ବିବାହ କରିବା ପରିବର୍ତ୍ତେ ଶିକ୍ଷାକ୍ଷେତ୍ରରେ ଆଗେଇବା ପାଇଁ ପ୍ରେରଣା ଦିଆଯାଉଛି।

ନାରୀ ଜନ୍ମ ହେବାଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଯେତିକି କଷ୍ଟ ସହେ ସେପରି କଷ୍ଟ ଜଣେ ପୁରୁଷ କେବେ ମଧ୍ୟ ସହିପାରିବ ନାହିଁ। ଗୋଟେ ପିଲାକୁ ଜନ୍ମ ଦେବାର ଯେଉଁ କଷ୍ଟ ତାହା କେବଳ ନାରୀ ହିଁ ସହିପାରିବ। ଭଗବାନ ନାରୀକୁ ସେହିପରି ଭାବେ ଗଢିଛନ୍ତି। ମାତ୍ର ଆଜି ମଧ୍ୟ କେତେକ ସ୍ଥାନ ଏପରି ରହିଛି ଯେଉଁଠାରେ ନାରୀଙ୍କୁ ଉଚିତ ସମ୍ମାନ ମିଳିବା ପରିବର୍ତ୍ତେ ସେଠାରେ କିଛି ଲୋକଙ୍କ କୁଚିନ୍ତାଧାରା ହେତୁ ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଆଜି ମଧ୍ୟ ଭ୍ରୁଣ ହ-ତ୍ୟା ହେଉଛି, ଯୌତୁକର ଯୁଇରେ ନାରୀ ଜଳୁଛି। ଏଭଳି ଘ-ଟଣା ଏବଂ କୁଚିନ୍ତାଧାରା ବଦଳିବା ନିଶ୍ଚିତ ଆବଶ୍ୟକ। ଯେଉଁ ନାରୀମାନେ ପରିସ୍ଥିତିର ଅନ୍ଧାର ଭିତରେ ଛ-ନ୍ଦି ହୋଇ ରହିଛନ୍ତି, ସେମାନେ ଆଲୋକକୁ ଆସିବା ଅପରିହାର୍ଯ୍ୟ। ଆଜି ମଧ୍ୟ ନାରୀ ନିଜ ସମ୍ମାନ ପାଇଁ ଳଢି ଚାଲିଛି।

ନାରୀ ହିଁ ଆମ ଦେଶର ଗୌରବ। ତେଣୁ ନାରୀଙ୍କ ସମ୍ମାନ ଅପରିହାର୍ଯ୍ୟ ଅଟେ। ସମଗ୍ର ବିଶ୍ୱର ବିକାଶ ପାଇଁ ନାରୀଙ୍କ ବିକାଶ ଓ ଉନ୍ନତିର ପ୍ରମୁଖ ଧାରା ସହ ଜଡ଼ିତ ହେବା ଆବଶ୍ୟକ। ମହିଳାଙ୍କ ସ୍ଥିତି ସମାଜରେ ଯେତେ ମହତ୍ତ୍ୱପୂର୍ଣ୍ଣ, ସମ୍ମାନଜନକ ସକ୍ରିୟ ହେବ ଦେଶ ସେତେ ଉନ୍ନତ ଏବଂ ଶକ୍ତିଶାଳୀ ହେବ।

Leave a Reply

Your email address will not be published. Required fields are marked *