ରଙ୍ଗ ଖେଳିବା ହେଲା କାଳ, ରଙ୍ଗ ଛଡ଼ାଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା 2 ଭାଇ ଭାସିଗଲେ, ମ-ର ଶରୀର ଉ-ଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥା-ନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦା-ରକ ଘ-ଟଣା। ହୋଲିରେ ରଙ୍ଗ ଖେଳି ସାରି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ। କିନ୍ତୁ ଘରକୁ ଫେରିପାରିଲେ ନାହିଁ।

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭାଇ। ଗତ କାଲି ଅପରାହ୍ନରେ ଏହି ଘ-ଟଣା ଘଟିଛି। ସୂଚନା ଅନୁସାରେ କେଶପୁର ପଞ୍ଚାୟତ ମୂଷାଡିଆ ଗାଁର 43 ବର୍ଷୀୟ ସୁଜିତ ଦାସ ତାଙ୍କ ସମ୍ପ-ର୍କୀୟ ଭାଇ 24 ବର୍ଷୀୟ ଚିନ୍ମୟ ଦାସଙ୍କ ସହ ରଙ୍ଗ ଖେଳି ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ।

ଅସାବଧାନତା କାରଣରୁ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ଚି-ତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉ-ଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃ-ତ ଘୋଷଣା କରିଥିଲେ। ଖବର ଶୁଣି ଏବେ ପରିବାର ଏବଂ ପାଖ ଅଂଚଳରେ ଶୋ-କର ଲହରୀ ଖେଳିଯାଇଛି।

ତେବେ ଏହିପରି ସମାନ ଦୃ-ଶ୍ୟ ବଲାଙ୍ଗିରରୁ ମଧ୍ୟ ଦେଖିବାକୁ ମିଳିଛି। କନ୍ଧପାଳି ପଡ଼ାର 21 ବର୍ଷୀୟ ଯୁବକ ରାହୁଲ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ।

ଅନ୍ୟମାନେ ତାଙ୍କୁ ଉ-ଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଚିତ୍ରୋତ୍ପଳା ନଦୀରେ ଦୁଇ ଜଣ ଯୁବକ ବୁଡି ନି-ଖୋଜ ହୋଇଯାଇଛନ୍ତି। ସେମାନଙ୍କ ଖୋଜାଖୋଜି କରୁଛି ଅଗ୍ନିଶମ ବିଭାଗ। ରଙ୍ଗ ଖେଳି ଗାଧେଇବାକୁ ଯାଇଥିବା ବେଳେ ଏପରି ଘ-ଟଣା ଘଟିଥିବାର ଆଶଙ୍କା।

Leave a Reply

Your email address will not be published. Required fields are marked *