ସେଦିନ ରାଣୀ ପ୍ରିୟଦର୍ଶିନୀ ଏତେ ଜୋରରେ କାନ୍ଦୁଥିଲା ମୁଁ ତାକୁ ବୁଝାଉଥିଲି । ହେଲେ କେତେଜଣ ଆଡୁସାଡୁ ମୋତେ କହିଲେ ।

ସେଦିନ ରାଣୀ ପ୍ରିୟଦର୍ଶିନୀ ଏତେ ଜୋରରେ କାନ୍ଦୁଥିଲା ମୁଁ ତାକୁ ବୁଝାଉଥିଲି । ହେଲେ କେତେଜଣ ଆଡୁସାଡୁ ମୋତେ କହିଲେ । ଏଭଳି କିଛି ମନ୍ତବ୍ୟ ଦେଲେ ଶ୍ରୀକୁମାର ।

ବର୍ତମାନ ସମୟରେ ନୀରବି ଯାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ଶୁଭା ଯାଉନାହିଁ ଆଉ ସେ ଉଚ୍ଚ ସ୍ୱର । ଆଉ ସମସ୍ତଙ୍କ ମନରେ ଖାଲି ଭରି ରହିଛି କୋହ । କାହା ପାଖରେ କିଛି କହିବାକୁ ଶବ୍ଦ ନାହିଁ କି କିଏ କଣ କହିବ ଜାଣି ପାରୁ ନାହିଁ । ସମସ୍ତେ ନିଜ ମନରେ ଚାପି ରଖିଥିବା ଅନେକ କୋହକୁ ବ୍ୟକ୍ତ କରି ପାରୁ ନାହାଁନ୍ତି । କାହିଁକି ନା ହଠାତ୍ ଏପରି ହୋଇଯିବ ବୋଲି କେହି ଜାଣି ନଥିଲେ । ସମସ୍ତେ ଭାବି ଥିଲେ ଦିନେ ନା ଦିନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ପିଣ୍ଟୁ ନନ୍ଦ ।

କିନ୍ତୁ କିଏ ବି ଜାଣି ନଥିଲେ ହଠାତ୍ ସେ ଆମ ସମସ୍ତଙ୍କୁ ଏକୁଟିଆ କରି ଦେଇ ଚାଲିଯିବେ । ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଅଫେରା ରାଇଜକୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଯାହା କେହି କେବେ ସ୍ବପ୍ନରେ ବି ଭାବି ନଥିଲେ, ତାହା ସତ ହୋଇଗଲା । ଦୀର୍ଘଦିନ ଧରି ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି । ତେବେ ଏହି ଦୁଃ-ଖ ଖବର ପାଇବା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମ୍ପୂର୍ଣ ଓଡ଼ିଶାବାସୀ ।

ଆଉ ପିଣ୍ଟୁଙ୍କୁ ଝୁରି ହେଉଛନ୍ତି ତାଙ୍କ ପ୍ରିୟଜନଙ୍କ ସମେତ ସାଙ୍ଗସାଥୀ । ଯାହାକୁ ନେଇ ବାଇଟ୍ ଦେଇ ଶ୍ରୀକୁମାର କହିଛନ୍ତି ଯେ, “ଆଜ୍ଞା ଆଉ କଣ କହିବି ଆମେ ଯାହାକୁ ଭଲ ପାଇଥିଲୁ ସେ ତୋ ଆଉ ଆଜି ନାହାଁନ୍ତି । ସେ ଏବେ ସ୍ୱର୍ଗରେ କିନ୍ତୁ ଗୋଟିଏ କଥା ମୁଁ ଏତିକି କହିବି ଯେଉଁ ଦିନ ପିଣ୍ଟୁ ଭାଇ ଚାଲିଗଲେ ମୁଁ ମଧ୍ୟ ଏୟାରପୋର୍ଟ ଯାଇଥିଲି ଆଉ କାର୍ଗୋରୁ ମୁଁ ପ୍ରଥମ ଲୋକ ଯିଏକି ଲାଶକୁ ପ୍ରଥମେ ଛୁଇଁଥିଲି ।

ସେଠି ମୋ ସାଙ୍ଗ ବିକାଶ ଥିଲେ ତା ସହିତ ଆଉ କିଛି କଳାକାର ଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏତେ ବଡ଼ ବଡ଼ ଷ୍ଟାର୍ । ମିଡ଼ିଆ ଆଗରେ ଏତେ ଭାଷଣ ଏତେ ବାଇଟ୍ ଦିଅନ୍ତି, ହେଲେ ସେମାନେ କାଇଁ କେହି ହେଲେ ଆସିନଥିଲେ । ମୁଁ କାହାକୁ ସେଠି ଦେଖିନି । କେବଳ ସେତିକି ନୁହେଁ ପିଣ୍ଟୁଙ୍କ ଘରକୁ କିମ୍ଵା ସ୍ବର୍ଗଦ୍ଵାରକୁ ମଧ୍ୟ ହାତ ଗଣତି ୫/୭ ଜଣଙ୍କୁ ଛାଡ଼ି ଦେଲେ ଇଣ୍ଡଷ୍ଟ୍ରିର ଆଉ କେହି ଯାଇନଥିଲେ । ସେଠାରେ ମଧ୍ୟ ସେ ରାଣୀ ପ୍ରିୟଦର୍ଶିନୀ କାନ୍ଦି ଗଡ଼ି ଯାଉଥିଲା । ସମସ୍ତେ ମୋତେ କହିଲେ କୁମାର ତୁ ଯାଆ ରାଣୀକୁ କଣ୍ଟ୍ରୋଲ କର୍ । ମୁଁ ତାକୁ ଯାଇ ଧରିକି ବୁଝାଉଥିଲି । ହେଲେ କେତେଜଣ ଆଡୁସାଡୁ ମୋତେ କହିଲେ” ।

Leave a Reply

Your email address will not be published. Required fields are marked *