ଠୁଙ୍ଗାରେ ରଙ୍ଗ ଧରିକି ଯାଉଥିଲି, ଟୋକା କି ଟୋକି କାହାକୁ ଛାଡୁନଥିଲି

ଆଜି ହେଉଛି ହୋଲି ଅର୍ଥାତ ରଙ୍ଗର ପର୍ବ। ରଙ୍ଗ, ପ୍ରେମ, ଭାଇଚାରାର ପର୍ବ ହୋଲି। ମିଳନ ଓ ବନ୍ଧୁତାର ପର୍ବ ହୋଲି। ସାରା ରାଜ୍ୟରେ ହୋଲିର ଧୁମ୍। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ମସଗୁଲ୍।

ରଙ୍ଗର ପର୍ବ ହୋଲିରେ ରଙ୍ଗିନ ହୋଇଛି ପରିବେଶ। ମତୁଆଲା ହୋଇଯାଇଛନ୍ତି ସମସ୍ତେ। ପରସ୍ପରକୁ ରଙ୍ଗ ଲଗାଇ, ଭାଇଚାରା, ସଂ-ପର୍କ ଆଉ ବନ୍ଧୁତ୍ବର ଡୋରୀକୁ ଆହୁରି ମଜଭୁତ କରୁଛନ୍ତି ସଭିଏଁ। ରାଜ୍ୟର କୋଣ ଅଣୁକୋଣରେ ପିଲାଠୁ ବୟସ୍କ, ସଭିଁଏ ଆନନ୍ଦ ଉଲ୍ସାସରେ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ହୋଲି ପର୍ବ।

ବାଜା ବଜାଇ, ନାଚି, ଆଲିଙ୍ଗନ କରି ଆଉ ମିଠା ଖୁଆଇ ଚାଲିଛି ସେଲିବ୍ରେସନ। ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଏବଂ ସମ୍ପ-ର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି। ସକାଳୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଆଜି ଭଳି ଦିନରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ, ରଙ୍ଗ ଖେଳ ଚାଲିବ।

ତେବେ ଏହି ଅଵସରରେ ଅଭିନେତ୍ରୀ ଉଷାସି ମିଶ୍ର ଏକ ହୋଲିର ମହୋତ୍ସବକୁ ଯାଇଛନ୍ତି। ଏହି ସମୟରେ ସେ ମିଡିଆ ଆଗରେ କହିଛନ୍ତି ଯେ,” ମୁଁ ପିଲାବେଳୁ ହିଁ ହୋଲି ଖେଳିବାକୁ ବହୁତ ଭଲ ପାଏ। ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ହୋଲି ବହୁତ ଧୁମଧାମରେ ଖେଳୁଛି। ଏପରି ମୁହୂର୍ତ୍ତକୁ ହାତ ଛଡା କରିବା କଥା ନୁହେଁ।

କିନ୍ତୁ ହଁ ସାଵଧାନର ସହ ଖେଳନ୍ତୁ। ଛାଡୁନଥିବା ରଙ୍ଗ ଦେହରେ ଲଗାନ୍ତୁ ନାହିଁ। ନଚେତ ଚର୍ମ କୁଣ୍ଡେଇ ହୋଇ ଫଳି ଯିବାର ସମ୍ଭାବନା ଅଛି। ଆଉ ହଁ ଯଦି ରଙ୍ଗ ଖେଳିବା ସମୟରେ ଯଦି କେହି ଆପଣଙ୍କ ମୁହଁରେ ରଙ୍ଗ ଲଗାନ୍ତି ଏବଂ ତାହା ଆପଣଙ୍କୁ ଭଲ ନ ଲାଗେ ତେବେ ସିଧା ମୁହଁରେ ମନା କରନ୍ତୁ। ମୁ ଥିଲେ ତ ସିଧା ମନା କରାଇଦିଅନ୍ତି। କାରଣ ମୁଁ ଯାହାକୁ ଚାହିଁବିନି ସିଏ ମତେ ରଙ୍ଗ ଲଗାଇ ପାରିବ ନାହିଁ।”

Leave a Reply

Your email address will not be published. Required fields are marked *