ସେ ଜମିଦାର ଘରର ପିଲା ଥିଲା ,ତା ବାପା ଜଗତସିଂପୁରରେ ପ୍ରଥମଥର BULLET ଚଲେଈଥିଲା

ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ଜଣାଶୁଣା ଅଭିନେତା ଅଶ୍ରୁମୋଚନ ଯାହା କହିଥିଲେ ତାହା ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ସେ କହିଥିଲେ ଯେ,” କେଉଁ ସରକାରଙ୍କ ପାଖରେ ଗୁହାରୀ କରିବା?

କିଏ ବର୍ତ୍ତମାନ ସରକାର? ଏଠି ଆଇଏଏସ୍ ଅଫିସରମାନେ ସରକାର କି ମନ୍ତ୍ରୀ, ନେତା ମାନେ ସରକାର- ଆମେ ଠିକ୍‌ରେ ଜାଣିପାରୁନୁ। ତେଣୁ ସେହି ଦ୍ୱନ୍ଦ୍ୱ ମଧ୍ୟରେ ଆମେ କାହାକୁ କହିବା ଯେ ଏଇଟା ଠିକ୍ ଏବଂ ସେଇଟା ଭୁଲ୍‌।

ଶାହରୁଖ ଖାନ୍ ଆସିଲେ ଟଙ୍କା ନେଇଗଲେ। ସଲମାନ ଖାନ୍ ଆସିଲେ ଟଙ୍କା ନେଇଗଲେ। ହକି ଖେଳ ସହିତ ସେମାନଙ୍କର କ’ଣ ସଂ-ପର୍କ? ସେମାନେ କ’ଣ ହକି ଖେଳିଲେ? ସେମାନଙ୍କୁ କାହିଁକି ଟଙ୍କା ଦିଆଯିବ ମୁଁ ବୁଝିପାରୁନି।ସେହି ବାଟରେ କେଉଁମାନେ ବାଟମାରଣା କଲେ, ତାହା ବି କହି ହେଉନି।

ଗଣମାଧ୍ୟମ ସେମାନଙ୍କୁ ଧରୁଛି। ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍‌ ନା ଉଚିତ୍ ନୁହେଁ। ଆମ ସିନେମା ଇଣ୍ଡଷ୍ଟ୍ରୀର ଲୋକେ ବି ସରକାରରେ ଅଛନ୍ତି। ନେତା, ମନ୍ତ୍ରୀ ହୋଇଛନ୍ତି।

କଳାକାରମାନଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ ନା ଉଚିତ୍ ନୁହେଁ, ସେଇଟା ସେମାନେ କହିବା ଦରକାର। ସେମାନେ ସଠିକ୍ ଉତ୍ତର ଦେଇପାରିବେ।” ଏହାପରେ ଏବେ ସେ ଆହୁରି ମଧ୍ୟ କହିଛନ୍ତି ଯେ,” ପିଣ୍ଟୁ ଜଣେ ଜମିଦାର ଘରର ପିଲା ଥିଲା।

ଖାଇ ପିଇକି ବହୁତ ଖୁସିରେ ରହୁଥିଲା। ତା ବାପା ସେ ସମୟରେ ପ୍ରଥମ ଥର ପାଇଁ ଜଗତସିଂହପୁରରେ ବୁଲେଟ ଚଳାଇଥିଲେ। ସେ ବହୁତ ଭଲ କଲାକାର ଥିଲା। ତାକୁ ସମସ୍ତ ପ୍ରକାରର ଅଭିନୟ କରିଆସେ। ସେ ଆଜି ଯଦି ବଂଚିଥାନ୍ତା ତାହାଲେ ଆହୁରି ଆଗକୁ ବଢିଥାନ୍ତା।

ତା ପାଇଁ ଲୋକଙ୍କ ଆଗରେ ଟଙ୍କା ମାଗିବା କିଛି ଭୁଲ କାମ ନୁହେଁ। ଏହା ତ ଲୋକଙ୍କ ଭଲ ପାଇବା।କିନ୍ତୁ କିଛି ଏପରି ଲୋକ ମଧ୍ୟ ସେତେବେଳେ ବାହାରିଲେ ଯେଉଁମାନେ ସରକାରଙ୍କୁ ଦୋ-ଷ ଦେଲେ। ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ କଣ ହେବ।

ସିଏ କଣ ସମସ୍ତଙ୍କୁ ସାହାଯ୍ୟ କରିବାକୁ ବସିଛନ୍ତି। ସରକାର ଏଥିରେ କିଛି କରିପାରିବେ ନାହିଁ। ଥରେ ସାହାଯ୍ୟ କରିଥିଲେ ବୋଲି କଣ ସବୁବେଳେ ସବୁ ଅଭିନେତାଙ୍କୁ ସାହାଯ୍ୟ କରିବେ ନା କଣ। ଏପରି ଭାବିବା ହିଁ ଭୁଲ।”

Leave a Reply

Your email address will not be published. Required fields are marked *