ପୁଅ ବାବୁସାନଙ୍କ ସିକ୍ରେଟ ଖୋଲିଲେ ଉତ୍ତମ ମହାନ୍ତି ………

ଓଡିଆ ଫିଲ୍ମ ଜଗତର ଦିଗଜ ଅଭିନେତା ଉତ୍ତମ ମହାନ୍ତି ଆଜି ବି ଘରେ ଘରେ ଲୋକପ୍ରିୟ । ବୟସ ଏବଂ ସ୍ୱାସ୍ଥ୍ୟ ସାଥ୍ ନ ଦେବାରୁ ସେ ଏବେ ଫିଲ୍ମ ଦୁନିଆ ଠାରୁ ଦୂରେଇ ରହିଛନ୍ତି ସତ କିନ୍ତୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତା ଭାବେ ସେ ସର୍ବଦା ଓଡିଶାବାସୀଙ୍କ ମନରେ ରହିବେ ।

ଅନେକ ଦିନ ପରେ ନିଜ ବ୍ୟକ୍ତିଗତ ଜୀବନ ଏବଂ ଫିଲ୍ମ କ୍ଯାରିୟରକୁ ନେଇ ଏକ ସୁନ୍ଦର ଗଣମାଧ୍ୟମ ସାକ୍ଷାତକାର ଦେଇଛନ୍ତି ଉତ୍ତମ ମହାନ୍ତି ।ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଓ ଚିରସବୁଜ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିବାହ କରିଥିଲେ ଉତ୍ତମ ମହାନ୍ତି । ସେମାନେ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି ।

ତେବେ ଉତ୍ତମ ମହାନ୍ତି କହିଛନ୍ତି, ସେ ଯେତେବେଳେ ଅପରାଜିତାଙ୍କୁ ପ୍ରଥମ ଥର ଦେଖିଥିଲେ ସେବେ ଠାରୁ ଭାବି ନେଇଥିଲେ କି ତାଙ୍କୁ ହିଁ ବାହା ହେବେ । ହେଲେ ସେତେବେଳେ ଅଭିନୟକୁ ନୂଆ କରି ଆସିଥିବାରୁ ଓ ବିଶେଷ ରୋଜଗାରର ସ୍ରୋତ ନଥିବାରୁ ସେ ଅପରାଜିତାଙ୍କୁ ବିବାହ ପାଇଁ କହି ପାରି ନଥିଲେ । ଏଥିପାଇଁ ତାଙ୍କୁ ପ୍ରାୟ ୫ ବର୍ଷ ସମୟ ଲାଗି ଯାଇଥିଲା । ଉତ୍ତମ ମହାନ୍ତି ତାଙ୍କ ସମୟର ହ୍ୟାଣ୍ଡସମ ଅଭିନେତା ଥିଲେ ।

ଏନେଇ ସେ କୁହନ୍ତି କି, ସେତେବେଳେ ସେ ହ୍ୟାଣ୍ଡସମ ଥିଲେ ବୋଲି ତାଙ୍କର ସମ୍ୟକ ଚିନ୍ତାଧାରା ନଥିଲା । ସେ ଯେହେତୁ ଏକ ଆଦିବାସୀ ଏରିଆରୁ ଆସିଛନ୍ତି ତେଣୁ କାମ କରି ରୋଜଗାର ଲକ୍ଷ୍ୟରେ କେବଳ ଆସିଥିଲେ ବୋଲି କୁହନ୍ତି ।

ଏହାସହ ଉତ୍ତମ ମହାନ୍ତି କହିଛନ୍ତି କି, ତାଙ୍କର ଯଦି ପୁନର୍ଜନ୍ମ ହୁଏ ତେବେ ଭଗବାନଙ୍କୁ ଏତିକି ପ୍ରାର୍ଥନା କରିବେ କି ତାଙ୍କୁ ପୁନର୍ବାର ସେଇ ବାରିପଦାରେ ଜନ୍ମ ଦିଅନ୍ତୁ ଏବଂ ଜଣେ କଳାକାର ଭାବେ ଜନ୍ମ ଦିଅନ୍ତୁ ବୋଲି । ଯେତେବେଳେ ତାଙ୍କ କୋଳକୁ ପୁଅ ବାବୁଶାନ ଆସିଥିଲା ସେତେବେଳେ ସେ ଅଧିକରୁ ଅଧିକ କାମ କରିବାକୁ ଚେଷ୍ଟା କରିଥିଲେ ।

କାରଣ ମା’ ହିଁ ଘରେ ରହି ଜଣେ ପିଲାର ଯତ୍ନ ଭଲ ଭାବେ ନେଇପାରିବ । ଅପରାଜିତା ଓ ତାଙ୍କ ମଧ୍ୟରେ ସେ ହିଁ ସବୁଠୁ ବେଶୀ ରାଗୀ ବୋଲି କହିଛନ୍ତି ଉତ୍ତମ ମହାନ୍ତି । କିନ୍ତୁ ଅପରାଜିତା ଯଦି କେବେ ରାଗନ୍ତି ତେବେ ସେ ଚୁପ୍ ହୋଇଯାନ୍ତି କିମ୍ବା ଭୁଲ ଥିଲେ ନିଜ ଭୁଲ ମାନି ନିଅନ୍ତି । ତେବେ ବାବୁଶାନଙ୍କୁ ସେମାନେ ଛୁଆ ବେଳୁ ଭଲ ସିଙ୍ଗର କରିବାକୁ ଚାହୁଁଥିଲେ । ଆଉ ତାଙ୍କ ପୁଅ ଆଜି ଅଭିନେତା ହେବାସହ ଭଲ ସିଙ୍ଗର ମଧ୍ୟ ସେଥିପାଇଁ ତାଙ୍କୁ ସବୁଠୁ ବେଶୀ ଗର୍ବ ଅନୁଭବ ହୁଏ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *