ଚଉଠି ରାତିରେ ମୋ ଧର୍ମ ପତ୍ନୀ କଣେଇକି ମୋ ବଡ ବଡ ଦାନ୍ତକୁ ଦେଖୁଥିଲେ…….

ପିଣ୍ଟୁ ନନ୍ଦଙ୍କ ମୃତ୍ୟୁକୁ ନେଇ ଜଣାଶୁଣା ଅଭିନେତା ଅଶ୍ରୁମୋଚନ ଯାହା କହିଥିଲେ ତାହା ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ସେ କହିଥିଲେ ଯେ,” କେଉଁ ସରକାରଙ୍କ ପାଖରେ ଗୁହାରୀ କରିବା? କିଏ ବର୍ତ୍ତମାନ ସରକାର? ଏଠି ଆଇଏଏସ୍ ଅଫିସରମାନେ ସରକାର କି ମନ୍ତ୍ରୀ, ନେତା ମାନେ ସରକାର- ଆମେ ଠିକ୍‌ରେ ଜାଣିପାରୁନୁ।

ତେଣୁ ସେହି ଦ୍ୱନ୍ଦ୍ୱ ମଧ୍ୟରେ ଆମେ କାହାକୁ କହିବା ଯେ ଏଇଟା ଠିକ୍ ଏବଂ ସେଇଟା ଭୁଲ୍‌। ଶାହରୁଖ ଖାନ୍ ଆସିଲେ ଟଙ୍କା ନେଇଗଲେ। ସଲମାନ ଖାନ୍ ଆସିଲେ ଟଙ୍କା ନେଇଗଲେ। ହକି ଖେଳ ସହିତ ସେମାନଙ୍କର କ’ଣ ସଂପର୍କ? ସେମାନେ କ’ଣ ହକି ଖେଳିଲେ? ସେମାନଙ୍କୁ କାହିଁକି ଟଙ୍କା ଦିଆଯିବ ମୁଁ ବୁଝିପାରୁନି।

ସେହି ବାଟରେ କେଉଁମାନେ ବାଟମାରଣା କଲେ, ତାହା ବି କହି ହେଉନି। ଗଣମାଧ୍ୟମ ସେମାନଙ୍କୁ ଧରୁଛି। ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍‌ ନା ଉଚିତ୍ ନୁହେଁ। ଆମ ସିନେମା ଇଣ୍ଡଷ୍ଟ୍ରୀର ଲୋକେ ବି ସରକାରରେ ଅଛନ୍ତି।

ନେତା, ମନ୍ତ୍ରୀ ହୋଇଛନ୍ତି। କଳାକାରମାନଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ ନା ଉଚିତ୍ ନୁହେଁ, ସେଇଟା ସେମାନେ କହିବା ଦରକାର। ସେମାନେ ସଠିକ୍ ଉତ୍ତର ଦେଇପାରିବେ।” ଏହାପରେ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ କିଛି କହିଥିଲେ।

ସେ କହିଛନ୍ତି ଯେ,” ମୁଁ ମୋର ଯୁବ ଅଵସ୍ଥାରେ ନିଜ କାମରେ ଏତେ ବ୍ୟସ୍ଥ ରହୁଥିଲି ଯେ ମୋର ବୟସ ବଢ଼ିବାରେ ଲାଗୁଥିଲା କିନ୍ତୁ ବିବାହ କରିବାକୁ ଇଛା ନଥିଲା। କିନ୍ତୁ ବାପା-ମାଆଙ୍କୁ ଏକ ବୋହୁ ଦରକାର ଥିଲା। ଯିଏକି ଚାକିରୀ କରିନଥିବ ଏବଂ ଘର କଥା ବୁଝିପାରୁଥିବ।

ତେବେ ବହୁ ଖୋଜାଖୋଜି ପରେ ଏକ ଝିଅ ମୋ ବାପା-ମାଆଙ୍କ ଆଖି ଆଗକୁ ଆସିଲା। ତା ସହ ମୋର ବିବାହ ହେଲା। ଠିକ ଚଉଠି ରାତି ବେଳକୁ ମତେ ମୋ ସ୍ତ୍ରୀ ଓଢଣା ତଳେ କଣେଇକି ଚାହୁଁଛି। ଆଉ ମୁଁ ଯେତେବେଳେ ପଚାରିଲି କି ତୁମେ ମତେ ଏପରି କାହିଁକି ଚାହୁଁଛ ,ସେତେବେଳେ ସେ କହିଥିଲେ ଯେ ମୁଁ ଶୁଣିଥିଲି ତୁମ ଦାନ୍ତ ବଡ ବଡ ବୋଲି, କିନ୍ତୁ ସେପରି ତ କିଛି ବି ଜଣା ପଡୁନାହିଁ।

ତାପରେ ମୁଁ କହିଲି ଯେ ନା ନା ମୋ ଦାନ୍ତ ବଡ ନୁହେଁ। ମୁଁ ଅଭିନୟ କଲା ବେଳେ ମୋ ଦାନ୍ତ ବଡ କରାଯାଇଥିଲା। ତେବେ ଏହିପରି ଆମର ଖୁସି ମଜା ଚାଲେ। ମୋ ସ୍ତ୍ରୀ ବହୁତ ଭଲ। ମୋ ପାରିବାର ସହିତ ମୁଁ ବହୁତ ଖୁସି ଅଛି। ମୋ ପରିବାର ପାଇଁ ମୁଁ ବହୁତ ଗର୍ବ ଅନୁଭଵ କରେ।”

Leave a Reply

Your email address will not be published. Required fields are marked *