ଯେତେବେଳେ ଅପରାଜିତାଙ୍କୁ ଦେଖିଲି ପ୍ରଥମ ଦେଖାରେ ଭାବିଥିଲି ବାହା ହେବି

ଆଜି ଆମେ ଆପଣମାନଙ୍କୁ କହିବା ପାଇଁ ଯାଉଛୁ ଆପଣମାନଙ୍କ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଯିଏ ନିଜ ଅଭିନୟ ବଳରେ ୯୦ ଦଶକରେ ପ୍ରତିଷ୍ଠିତ ହୋଇପାରିଥିଲେ। ସମସ୍ତଙ୍କର ପ୍ରିୟ କଳାକାର ଭାବରେ ପରିଚୟ ସୃଷ୍ଟି କରିବା ସହ ଅନେକ ପୁରସ୍କାର ମଧ୍ୟ ପାଇଥିଲେ। ସେ ନିଜ ଅଭିନୟ ପାଇଁ ମଧ୍ୟ ପୁରସ୍କୃତ ହୋଇଛନ୍ତି।ଉତ୍ତମ ମହାନ୍ତି ନିଜ ସାଥୀ ଅଭିନେତ୍ରୀଙ୍କୁ ବିବାହ କରିଥିଲେ ଏବଂ ସେ ତାଙ୍କ ସହ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ତାଙ୍କ ଯୋଡ଼ିକୁ ଚଳଚ୍ଚିତ୍ରରେ ଭଲ ଯୋଡ଼ି ଭାବରେ ସମସ୍ତେ ଦେଖିବାକୁ ପସନ୍ଦ କରିଥାନ୍ତି।ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ,ସେ ହେଉଛନ୍ତି ଅପରାଜିତା ମହାନ୍ତି।ସେ ନିଜ ଅଭିନୟ ବଳରେ ସମସ୍ତଙ୍କୁ ଆକ-ର୍ଷିତ କରିବା ସହ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।ଏବେ ଏହି ଦୁଇ କଳାକାରଙ୍କ ସହ ଏବେ ତାଙ୍କ ପୁଅ ମଧ୍ୟ ଚଳଚ୍ଚିତ୍ର ଜଗତରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ମାନଙ୍କ ପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି।ସେ ପିଲା ଦିନୁ ସଙ୍ଗୀତରେ ମନୋନିବେଶ କରିଥିଲେ ଏବଂ ସେ ପ୍ରଥମେ ଗୀତ ଗାଇ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ।ପରେ ସେ ନିଜ କଳା ମାଧ୍ୟମରେ ସେ ଏବେ ଚଳଚ୍ଚିତ୍ର ଜଗତରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି।ଉତ୍ତମ ମହାନ୍ତି ମିଡିଆଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯଦି ସେ କଳାକାର ନହୋଇଥାନ୍ତେ ତାହେଲେ ସେ ଚାଷ କରିଥାନ୍ତେ।

ସେ ଏହା ମଧ୍ୟ କହିଥିଲେ ଯେ ସେ ପ୍ରଥମେ ଯେବେ ଅପରାଜିତାଙ୍କୁ ଦେଖିଥିଲେ ସେ ସେତେବେଳେ ତାଙ୍କୁ ବିବାହ କରିବେ ବୋଲି ସ୍ଥିର କରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ବିବାହ କରିଥିଲେ ।ଉତ୍ତମ ମହାନ୍ତି ମିଡିଆ ଆଗରେ କହିଥିଲେ ଯେ ସେ ଓ ଅପରାଜିତା ବାବୁଶାନଙ୍କୁ ସଙ୍ଗୀତ ଶିଖିବା ପାଇଁ ବାଧ୍ୟ କରିଥିଲେ ଏବଂ ତାଙ୍କୁ ସଙ୍ଗୀତ ଶିକ୍ଷା ମଧ୍ୟ ଦେଇଥିଲେ।ସେ ଇଚ୍ଛା କରୁଥିଲେ ଯେ ତାଙ୍କ ପୁଅ ସଙ୍ଗୀତ ଦୁନିଆରେ ସେ ନିଜ ପରିଚୟ ସୃଷ୍ଟି କରୁ ଯାହା ପାଇଁ ସେମାନେ ଆଜି ଗର୍ବିତ।

Leave a Reply

Your email address will not be published. Required fields are marked *