ଆମେ ନାଚବାଲା ଯଦି ଏତେ ଖରାପ, ତା’ହେଲେ ELECTION ବେଳେ ଆମକୁ କାହିଁକି ଖୋଜୁଛ

ପ୍ରତିଦିନ ବିଭିନ୍ନ ଘ-ଟଣା ଦୁର୍ଘ-ଟଣାମାନ ଘଟୁଛି।ଏବଂ ସବୁଦିନ କିଛି ନା କିଛି ଘ-ଟଣା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ।ଏହିସବୁ ଘ-ଟଣା ଗୁଡ଼ିକ ଉପରେ ଲୋକ ମାନେ ବିଭିନ୍ନ ପ୍ରକାର ମତ ଦେଇଥାନ୍ତି।ସବୁ ଲୋକ ମାନଙ୍କ ମଧ୍ୟରୁ ସେଲେବ୍ରିଟିମାନେ ମଧ୍ୟ ନିଜର ମତ ରଖିଥାନ୍ତି।ସାଧାରଣ ଲୋକମାନଙ୍କ ମତ ଅପେକ୍ଷା ସେଲେବ୍ରୀଟିଙ୍କ ମତ ବେଶି ଚର୍ଚ୍ଚାରେ ରହିଥାଏ।ତେବେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ ନେଇ ଜଣେ ଓଡ଼ିଆ ଅଭିନେତ୍ରୀ ନିଜର ମତ ରଖିଛନ୍ତି।

ଆସନ୍ତୁ ଜାଣିବା ସେହି ସମ୍ପର୍କରେ।ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଲୋକଟି ଜଣେ କଳାକାରଙ୍କ ଫଟୋକୁ ରଖି ଲେଖିଛି ଯେ ତମେ ନାଚବାଲା ମାନେ ନିଜ ଅଉକାତରେ ରୁହ।ତେବେ ଏହି ପୋଷ୍ଟକୁ ନେଇ ସେହି ଅଭିନେତ୍ରୀ ଜଣଙ୍କ କହିଛନ୍ତି କି ଆମେ ଯଦି ନାଚବାଲା ତେବେ ଇଲେକ୍ସନ ବେଳେ ଆମକୁ କ’ଣ ପାଇଁ ଖୋଜା ପଡ଼େ।ଏହି ଓଡ଼ିଶା ସରକାର କଳାକାରମାନଙ୍କ କଥା କିଛି ବୁଝେ ନାହିଁ।କେବଳ ଦରକାର ବେଳେ ଖୋଜିଥାଏ।

ସେହି ପୋଷ୍ଟରେ ଆହୁରି ଲେଖା ହୋଇଛି ଯେ କଳାକାରମାନେ ସବୁବେଳେ ପଇସା ମାଗନ୍ତି।ଫିଲ୍ମ କରିଲେ ପଇସା ମାଗନ୍ତି,କିଛି ପ୍ରୋଗ୍ରାମ ହେଲେ ପଇସା ନିଅନ୍ତି,ନ୍ୟୁଜରେ ଆସିଲେ ପଇସା ନିଅନ୍ତି।ସେହି ଅଭିନେତ୍ରୀ ଜଣଙ୍କ କହିଲେ କି ଯଦି ଆମେ ନାଚବାଲା ତେବେ ପ୍ରୋଗ୍ରାମରେ ଡାକ କ’ଣ ପାଇଁ।ଓଡ଼ିଶା ସରକାର କହେ ସବୁବେଳେ କି ସାଢ଼େ ଚାରି କୋଟି ଓଡ଼ିଆ ତାର ପରିବାର।କିନ୍ତୁ କଣ କଳାକାରମାନେ ତାର ପରିବାର ନୁହନ୍ତି କି।କେତେ ବଡ଼ ବଡ଼ କଳାକାର ରାଜନୀତିରେ ବଡ଼ ବଡ଼ ପଦବୀରେ ଅଛନ୍ତି କିନ୍ତୁ କିଛି ଲାଭ ନାହିଁ।

ଜଣଙ୍କ ଦେହ ଖରାପ ହେଲା ସେ ଯଦି ପଇସା ମାଗିଲା ତାହେଲେ କ’ଣ ସେଟା ଭିକ ମାଗିବା।ଏତେ ବଡ଼ କଳାକାର ପିଣ୍ଟୁ ନନ୍ଦଙ୍କ ଦେ-ହାନ୍ତ ହେଲ ଖାଲି ଏମାନଙ୍କ ପାଇଁ।ସବୁବେଳେ ଏପଟୁ ସେପଟୁ କିଛି କହିଲେ ଜଣେ ନିହାତି ମନରୁ ମରିଯିବ।

ଆଉ ଖାଲି କଣ କଳାକାର ମାନେ ହିଁ ପିଅନ୍ତି।ଆଉ କେହି ପିଅନ୍ତି ନାହିଁ।ଚାଲନ୍ତୁ ଦେଖିବେ କେତେ ଲିଭର ରୋଗୀ ଥିବେ।ତେଣୁ କଳାକାର ମାନେ ଏବେ ଚେତି ଯାଓ ଯେ ଇଲେକ୍ସନ କ୍ୟାମ୍ପେନ୍ ହେଲେ ଆମେ କେହି ଯିବୁନି ବୋଲି କହିଛନ୍ତି ସେହି ଅଭିନେତ୍ରୀ ଜଣଙ୍କ।

Leave a Reply

Your email address will not be published. Required fields are marked *