COLLEGE DRAMAରେ ହିରୋ ହେଉଥିଲି… ସେଠୁ ଦେଖି ଫିଲ୍ମରେ HERO ପାଇଁ ଅଫର୍ ଆସିଥିଲା

ବନ୍ଧୁଗଣ ଉତ୍ତମ ମହାନ୍ତି ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅନନ୍ୟ ପ୍ରତିଭାବାନ୍ ବରିଷ୍ଠ ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ତେବେ ଏହି ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରି ସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତା ମହାନ୍ତିଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା ଅଟନ୍ତି ।

ଚଳଚ୍ଚିତ୍ର ଜୀବନ କଥା କହିବାକୁ ଗଲେ ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।

୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୦୬ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର, ୧୯୯୯ରେ ଜୟଦେବ ପୁରସ୍କାର ଆଦି ସହିତ ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ, ତୋ ବିନୁ ଅନ୍ୟଗତି ନାହିଁ ଆଦି ବହୁ ଫିଲ୍ମ୍ ପାଇଁ ସେ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ।

ତେବେ ୧୯୯୯ ମସିହାରେ ହର ପଟ୍ଟନାୟକଙ୍କ ଦ୍ଵାରା ନିର୍ଦେଶିତ କଳ୍କୀ ଅବତାର ଫିଲ୍ମ ତାଙ୍କ କ୍ୟାରିଅରର ଶେଷ ଫିଲ୍ମ ଥିଲା । ଯାହା ବିଷୟରେ ନିକଟରେ ଏକ ସାକ୍ଷାତକାରରେ ଉତ୍ତମ ମହାନ୍ତି କହିଥିଲେ । ଉତ୍ତମ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯେତେବଳେ ଆକ୍କ୍ଟିଂ ଛାଡ଼ି ଦେଇଥିଲି ମୋତେ ଖୋଜୁଥିଲେ ସେତେବେଳ ମୋତେ ଯିଏ ପ୍ରଥମ ଫିଲ୍ମରେ ନେଇଥିଲେ ସିଏ । ଅପରାଜିତା ଆଉ ମୋର ଯୋଡ଼ି ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ଏକା ସାଙ୍ଗରେ ଆମେ ଯେହେତୁ ୫/୬ ଟା ଫିଲ୍ମ କରି ଦେଇଥିଲେ ତେଣୁ ଲୋକଙ୍କୁ ଗୋଟେ ଭଲ ଲାଗିଲା ଆଉ ।ବାରିପଦା ମାଟିରେ ଜନ୍ମ ହୋଇଥିଲି ବୋଲି କଳା ସଂସ୍କୃତି ସହ ପିଲାଟି ଦିନରୁ ଜଡ଼ିତ ଅଛି । କଲେଜ୍ କ୍ୟାରିଅରରୁ ମଧ୍ୟ ମୋର ଆକ୍ଟିଙ୍ଗର ମୂଳଦୁଆ ପଡିଥିଲା । କଲେଜ୍ ଡ୍ରାମାରେ ହିରୋ ହେଉଥିଲି ସେଠୁ ଦେଖି ଫିଲ୍ମରେ ହିରୋ ପାଇଁ ଅଫର୍ ଆସିଥିଲା ।

Leave a Reply

Your email address will not be published. Required fields are marked *