ନବ ଦାସଙ୍କୁ କାହିଁକି ହ-ତ୍ୟା କରିଥିଲା GOPAL ? କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାଳିଛି ଗୋପାଳ

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାର ତ-ଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କାହିଁକି ଅଭି-ଯୁକ୍ତ ଗୋପାଳ ଦାସ ହ-ତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ ନବଙ୍କୁ ହ-ତ୍ୟା କରିଥିବା କଥା ଅଭି-ଯୁକ୍ତ ଗୋପାଳ ସ୍ୱୀକାର କରିଛି । ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍‌ବ୍ରାଞ୍ଚ ଜୋର ଦେଇଛି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ସମେତ ଅନ୍ୟ ସମସ୍ତ ପରୀକ୍ଷା ରିପୋ-ର୍ଟକୁ ତଦ-ନ୍ତକାରୀ ସଂସ୍ଥା ଅପେକ୍ଷା କରିଛି ।

ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ମଧ୍ୟରେ ଏହା କୋର୍ଟରେ ଦା-ଖଲ ହୋଇପାରେ । ଏହାପରେ ରି-ପୋର୍ଟ ଗୁଡ଼ିକର ନକଲ ପାଇବାକୁ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅରୁଣ ବୋଥ୍ରା ଏକାଧିକ ଥର ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟି ତଦ-ନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି ।

ତଦନ୍ତ ଠିକ୍‌ ଢଙ୍ଗରେ ଚାଲିଛି ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମାମ-ଲାର ତ-ଦନ୍ତ ଶେଷ ହୋଇ ଚାର୍ଜ-ସିଟ୍‌ ଦାଖଲ ହେବ ବୋଲି ଜଣାପଡ଼ିଛି । ଗୋପାଳ ଦେଇଥିବା ବୟାନର ସତ୍ୟାସତ୍ୟ ଯା-ଞ୍ଚ ପରେ କେଉଁ ବ୍ୟକ୍ତିଗତ କାରଣରୁ ସେ ମନ୍ତ୍ରୀଙ୍କୁ ହ-ତ୍ୟା କଲା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଆଉ ଏବେ କୁଆଡ଼େ ଶୁଣିବାକୁ ମିଳୁଛି ଗୋପାଳର ମେଡିକାଲ ଟେଷ୍ଟ ଆବେଦନ ହୋଇଯାଇଛି ଖାରଜ ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରି ହ-ତ୍ୟା ମାମ-ଲାରେ ଗୋପାଳ ଦାସର ମେଡିକାଲ ଟେଷ୍ଟ ଆବେଦନ ଖାରଜ କଲେ କୋର୍ଟ । ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଗତ ୨୨ରେ ଆବେଦନ ହୋଇଥିଲା । ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ମେଡିକାଲ ପରୀକ୍ଷା ପାଇଁ ବେଙ୍ଗାଳୁରୁର ନିମହାନ୍ସ କୁ ନେବା ଲାଗି ଆବେଦନ କରିଥିଲା । ମାର୍ଚ୍ଚ ୧ରେ ଆବେଦନର ଶୁଣାଣି କରିଥିଲେ କୋର୍ଟ । ଖାରଜ ପରେ କ୍ରାଇମବ୍ରାଞ୍ଚ ରିଭିଜନ ପିଟିସନ ଫାଇଲ କରିଥିଲା ।

Leave a Reply

Your email address will not be published. Required fields are marked *