ରାଜାର ସାନପୁଅ ହେବନି କି ବାପାଙ୍କ ବଡ଼ ପୁଅ ହେବନି ,ତାହାପି କଥା ଅଛି ..ବାପା ଥିଲା ପୁଅ ସଭାରେ ହାରେନି

ପ୍ରଥମ ଥର ପାଇଁ ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର । ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ । ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା ପ୍ରଚ୍ଛଦରେ କାମ କରିଥାଏ । ଓଁକାର ଏଣ୍ଟରଟେନ୍‌ମେଣ୍ଟ ପ୍ରସ୍ତୁତ କରିଥିବା ଏଇ ସିନେମାର ପ୍ରଯୋଜନା କରିଛନ୍ତି ରଶ୍ମିପ୍ରଭା ପାଣି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ଫିଲ୍ମଟିର ନାଁ ହେଉଛି “ବାପା ସୁପର୍-ମ୍ୟାନ୍” । ଅନେକ ସଫଳ ସିନେମାର ନାୟକ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ହେଲେ ହିରୋରୁ ଫାଦର ହେବା ଏହା ତାଙ୍କ ପାଇଁ ନୂଆ ଭୂମିକା । ତେବେ ବହୁ ବାଦ ବିବାଦ ପରେ ଏଇ ଚଳଚ୍ଚିତ୍ରଟି ଗତ କାଲି ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହୋଇଛି । ସମସ୍ତେ ଆଶା କରିଛନ୍ତି କି ସିଦ୍ଧାନ୍ତ ବାପା ଚରିତ୍ରରେ ମଧ୍ୟ ଦର୍ଶକଙ୍କୁ ଭାବପ୍ରବଣତା ଦେଇପାରିବେ ବୋଲି । ବାପା ଭୂମିକାରେ ଅଭିନୟ ସହିତ ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହୋଇଥିବାରୁ ସିଦ୍ଧାନ୍ତ ବହୁତ ଏକ୍ସାଇଟେଡ ମଧ୍ୟ ଅଛନ୍ତି । କାହିଁକି ନା ଏହା ତାଙ୍କ ପର୍ସନାଲ ଲାଇଫ୍ ସହିତ ଜଡ଼ିତ ।

ତେବେ “ବାପା ସୁପର୍-ମ୍ୟାନ୍” ରେ ସିଦ୍ଧାନ୍ତ ନିଜର ଚରିତ୍ରର ଭୂମିକା ବିସୟରେ କହିଛନ୍ତି ଯେ, ପ୍ରଯୋଜନା ସଂସ୍ଥା ଯେତେବେଳେ ମୋତେ କହିଲେ ଯେ, “ମାର୍ଚ୍ଚ ୩ ତାରିଖରେ ‘ବାପା ସୁପର ମ୍ୟାନ୍’ ଫିଲ୍ମ ରିଲିଜ୍ ହେବ ବୋଲି ମୁଁ ବହୁତ ଖୁସି ହେଇ ଯାଇଥିଲି କାହିଁକି ନା ମାର୍ଚ୍ଚ ୩ରେ ହେଉଛି ମୋ ବାପାଙ୍କୁ ଜନ୍ମଦିନ । ଆଉ ଏହି ଫିଲ୍ମରେ ପୋଲିସ୍ ଡ୍ରେସ୍ ଛାଡିକି ବାକି ଯେତିକି ଡ୍ରେସ୍ ପିନ୍ଧିଛି ସେ ସବୁ ହେଉଛି ମୋ ଶ୍ୱଶୁରଙ୍କର । କୁହନ୍ତି ରାଜାର କେବେ ସାନ ପୁଅ ହେବନି କି ବାପାର କେବେ ବଡ଼ପୁଅ ହେବନି।

କାହିଁକି ନା ରାଜାର ସାନ ପୁଅ ହେଲେ ରାଜ୍ୟ ମିଳିବନି ଆଉ ବାପାର ବଡ଼ ପୁଅ ହେଲେ ସବୁ ଦାୟିତ୍ଵ ଆପଣଙ୍କ ଉପରକୁ ଆସିଯିବ । କିନ୍ତୁ ତା ସହିତ ମଧ୍ୟ କଥା ଅଛି ବାପା ଥିବା ପୁଅ ସଭାରେ ହାରେନି । ତେଣୁ ଆମର “ବାପା ସୁପର୍-ମ୍ୟାନ୍” ଫିଲ୍ମର କାହାଣୀ ସବୁ ବାପାଙ୍କ ପାଇଁ ଉତ୍ସର୍ଗୀକୃତ । ସନ୍ତାନ ପାଇଁ ବାପାଙ୍କ ତ୍ୟାଗ, ଭଲ ପାଇବା ଆଦି ସବୁକୁ ଆମେ ଏଇ କାହାଣୀ ମାଧ୍ୟମରେ ଦେଖାଇବାକୁ ଚାହିଁଛୁ । ବାପାଙ୍କ ଶାସନ ଭିତରେ ଭି ଭଲ ପାଇବା ଲୁଚି ହୋଇ ଥାଏ” ।

Leave a Reply

Your email address will not be published. Required fields are marked *