କଳାକାର ମାନେ ଚେଷ୍ଟା କରିଥିଲେ ଗୋଟିଏ ଦିନରେ କୋଟିଏ କଣ 4କୋଟି ଟଙ୍କା ଆଦାୟ ହେଇପାରିଥାନ୍ତା

ବର୍ତମାନ ସମୟରେ ନୀରବି ଯାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ଶୁଭା ଯାଉନାହିଁ ଆଉ ସେ ଉଚ୍ଚ ସ୍ୱର । ଆଉ ସମସ୍ତଙ୍କ ମନରେ ଖାଲି ଭରି ରହିଛି କୋହ । କାହା ପାଖରେ କିଛି କହିବାକୁ ଶବ୍ଦ ନାହିଁ କି କିଏ କଣ କହିବ ଜାଣି ପାରୁ ନାହିଁ । ସମସ୍ତେ ନିଜ ମନରେ ଚାପି ରଖିଥିବା ଅନେକ କୋହକୁ ବ୍ୟକ୍ତ କରି ପାରୁ ନାହାଁନ୍ତି । କାହିଁକି ନା ହଠାତ୍ ଏପରି ହୋଇଯିବ ବୋଲି କେହି ଜାଣି ନଥିଲେ । ସମସ୍ତେ ଭାବି ଥିଲେ ଦିନେ ନା ଦିନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ପିଣ୍ଟୁ ନନ୍ଦ ।

କିନ୍ତୁ କିଏ ବି ଜାଣି ନଥିଲେ ହଠାତ୍ ସେ ଆମ ସମସ୍ତଙ୍କୁ ଏକୁଟିଆ କରି ଦେଇ ଚାଲିଯିବେ । ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଅଫେରା ରାଇଜକୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଯାହା କେହି କେବେ ସ୍ବପ୍ନରେ ବି ଭାବି ନଥିଲେ, ତାହା ସତ ହୋଇଗଲା । ଦୀର୍ଘଦିନ ଧରି ଲିଭର୍ ସିରୋସିସ୍ ରୋଗରେ ପୀ-ଡିତ ଥିବା ପିଣ୍ଟୁ ନନ୍ଦଙ୍କ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି ।

ତେବେ ଏହି ଦୁଃ-ଖ ଖବର ପାଇବା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମ୍ପୂର୍ଣ ଓଡିଆ କଳାକାର ମାନେ । ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ସମ୍ନାକୁ ଆସି ସଂଗ୍ରାମ କହିଛନ୍ତି ଯେ, “ଗୋଟିଏ ଦିନରେ ପଇସା କଲେକ୍ସନ ହୋଇ ପାରିଥାନ୍ତା । ୧ କୋଟି କଣ ୫ କୋଟି ଟଙ୍କା ଆଦାୟ ହୋଇ ପାରିଥାନ୍ତା । କିନ୍ତୁ ହେଇ ପାରିଲାନି । ଗୋଟେ ଲୋକର ଜୀବନ ଚାଲିଗଲା କେବଳ କଣ୍ଟ୍ରଭର୍ସି ଭିତରେ । ସାରା ଓଡିଶାବାସୀଙ୍କୁ ଏବେ ଆଶ୍ଚର୍ୟ୍ଯ ଲାଗୁଛି ପିଣ୍ଟୁ ଭାଇ ଯେତେବେଳେ ଅସୁସ୍ଥ ଥିଲେ ମେଡିକାଲରେ ପଡ଼ିଥିଲେ ସେତେବେଳେ ତାଙ୍କୁ ନେଇ ପଇସା କଲେକ୍ସନକୁ ନେଇ ବହୁତ୍ କନ୍ଟ୍ରୋଭର୍ସି ହେଉଥିଲା ।

ଆଉ ସେହି କନ୍ଟ୍ରୋଭର୍ସି କ୍ରିଏଟ୍ କରୁଥିଲେ କିଛି କଳାକାର ମାନେ । ସାଧାରଣ ଲୋକେ କରନ୍ତିନି । ଆଉ ଏସବୁ ଦେଖି ସେତେବେଳେ ପିଣ୍ଟୁ ଭାଇ କହିଲେ ମୁଁ ମ-ରିଯିବି ପଛେ ଏ କ-ଷ୍ଟ ମୋତେ ସହିବାକୁ ଦିଅନି । ସାଧାରଣ ଲୋକଙ୍କ ଠାରୁ ପଇସା ମାଗନି । କିନ୍ତୁ କେତେକ କଳାକାର ଅଛନ୍ତି ଯେଉଁମାନେ ନିଜର ଫେସ୍ ଭେଲ୍ୟୁ ପିଣ୍ଟୁ ଭାଇଙ୍କ ସାହାର୍ଯ୍ୟରେ ବଢ଼ାଇ ଦେଇଛନ୍ତି । ଯିଏ କଳାକାରକୁ ଇ-ଜ୍ଜତ ଦେଇ ନ ପାରିଲା, ସେ ଫେସ୍ ଭେଲ୍ୟୁର ତେବେ କିଛି ଲାଭ ନାହିଁ । ଆଉ ପିଣ୍ଟୁ ଭାଇ ଆଜି ଚାଲିଗଲା ପରେ ମଧ୍ୟ ପୁଣି କନ୍ଟ୍ରୋଭର୍ସି କ୍ରିଏଟ୍ କରି ତା ଇ-ଜ୍ଜତକୁ ସେହି କଲାକରମାନେ ହିଁ ତଳେ ପକାଉଛନ୍ତି” ।

Leave a Reply

Your email address will not be published. Required fields are marked *