ଗୁଣିଆ ପାଖକୁ ଯାଉଥିଲେ PINTU NANDA, ହେଲେ ଗୁଣିଆ କହିଥିଲା…

ଲିଭର ସିରୋସିସରେ ଆ-କ୍ରାନ୍ତ ହୋଇ ବଞ୍ଚିବାକୁ ସଂ-ଘର୍ଷ କରିବା ପରେ ଶେଷରେ ପ୍ରା-ଣ ହରାଇ ପୁରୀ ସ୍ବର୍ଗଦ୍ବାରରେ ପିଣ୍ଟୁ ନନ୍ଦଙ୍କର ଶେ-ଷକୃ-ତ୍ୟ ସମ୍ପନ୍ନ ହୋଇଛି। ଗତ କାଲି ମଧ୍ୟାହ୍ନ ସମୟରେ ପିଣ୍ଟୁଙ୍କ ମ-ର ଶରୀର ସ୍ବର୍ଗଦ୍ବାରରେ ପହଞ୍ଚିଥିବା ବେଳେ ଦିନ 2ଟା 50ରେ ପିଣ୍ଟୁଙ୍କ ଶେ-ଷକୃ-ତ୍ୟ କରାଯାଇଥିଲା।

ତେବେ ବଡ଼ ପୁଅ ସାଇନନ୍ଦ ମୁ-ଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶେଷ ନିଦ୍ରାରେ ଶୋଇଥିବା ଦେଖି ଅନେକ କୋହ ସମ୍ଭରଣ କରିପାରିନଥିଲେ। ସ୍ବର୍ଗଦ୍ବାର କା-ନ୍ଦ ବୋବାଳିରେ ଫାଟି ପଡ଼ିଥିଲା। 21 ନମ୍ବର ପିଣ୍ଡିରେ ତାଙ୍କର ଦାହ କରାଯାଇଥିଲା।

ମ-ର ଶରୀର ନିକଟରେ ଅଭିନେତା ବବି ମିଶ୍ର, ଗୁଡୁ, ରାନୀ ପ୍ରିୟଦର୍ଶିନୀ, ମିଟୁ ମିଥୁନ, ସମୀର ଶତପଥୀଙ୍କ ସମେତ ଆହୁରି ଅନେକ କଳାକାର ଏବଂ ପିଣ୍ଟୁ ନନ୍ଦଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଶେଷ ଦର୍ଶନ କରିଥି୍ଲେ। ତେବେ ପିଣ୍ଟୁଙ୍କ ମୃ-ତ୍ୟୁ ପରେ ତାଙ୍କ ସହ ବେଶୀ ସମୟ ବିତାଉଥିବା ଅଭିନେତା ବିଜୁ ଭାଇ କହିଛନ୍ତି ଯେ,” ମୁଁ ପିଣ୍ଟୁକୁ କେବେ ଭୁଲିପାରିବି ନାହିଁ।

ସେ ମୋର ସବୁଠାରୁ ଭଲ ବନ୍ଧୁ। ତାର ଯେତେବେଳେ କିଛି କାମ ନଥାଏ। ସେ ଆମ ଖଟି ସ୍ଥାନକୁ ଆସେ। ଆଉ ଆମେ ବସି ଖଟି କରୁ। ଆମେ ସାଙ୍ଗରେ ମିଶି ଅନେକ ବଡ ବଡ ପର୍ବ ପାଳନ କରିଛୁ। ସବୁକିଛି ଠିକ ଠାକ ଚାଲୁଥିଲା।କିନ୍ତୁ ମଝିରେ ଥରେ ତାର ଦେହ ଖରାପ ହେବାରେ ଲାଗିଲା।

ଶୁଣିବାକୁ ମିଳିଲା ଯେ ତାକୁ ଜଣ୍ଡିସ ହୋଇଛି।ଏହାପରେ ଆମେ ସବୁ ତାକୁ ଔଷଧ ଖାଇବା ସହ ଘରୋଇ ଉପଚାର କରାଇବାକୁ କହିଥିଲୁ। କିନ୍ତୁ ସେ ଏସବୁ କରିବା ସହିତ ଗୁଣିଆ ପାଖକୁ ଝାଡଫୁଙ୍କ ପାଇଁ ମଧ୍ୟ ଯାଉଥିଲା। କିପରି ଶୀଘ୍ର ଭଲ ହୋଇଯିବ ସେଥିପାଇଁ ବହୁତ ପ୍ରୟାସ କରୁଥିଲା।

କିନ୍ତୁ ତଥାପି ତାର ଦେହ ଆହୁରି ବିଗିଡିବାରେ ଲାଗିଲା। ଆଉ ଖଟି ସ୍ଥାନକୁ ଆସିଲା ନାହିଁ। ସବୁବେଳେ ଚିନ୍ତିତ ମନରେ ରହୁଥିଲା। ଆଉ ଆଜି ଆମ ପାଖରୁ ସବୁଦିନ ପାଇଁ ସେ ଚାଲିଗଲା।”

Leave a Reply

Your email address will not be published. Required fields are marked *