ମିଳି ମିଶି ମୋ ଝିଅକୁ ମା-ରିଦେଲେ.., 3 ଜଣ ପିଲା ଥିଲେ.. ସେପଟେ ଚିନ୍ମୟୀ ରହୁଥିବା ଭଡା ଘରେ POLICE କରିଛି ଚଢ଼ାଉ

ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃ-ତ୍ୟୁକୁ ନେଇ ଦିନକୁ ଦିନ ବଢୁଛି ସସପେନ୍ସ। ମୃ-ତ୍ୟୁକୁ ନେଇ ଅଟକ ଥିବା ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ। ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍‌ ଟେଷ୍ଟ କରାଯିବ। ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ।

ସମ୍ବଲପୁର ପୋଲି-ସର ଏକ ଟିମ୍‌ 2ଜଣଙ୍କୁ ଭୁବନେଶ୍ୱର ଆଣିଛି। ଏହାସହ ଚିନ୍ମୟୀଙ୍କ ମାଆ କହିଛନ୍ତି ଯେ,” ମୋ ଝିଅକୁ ସେଇ ଟୋକା ଆଉ ତାର ସାଙ୍ଗମାନେ ମା-ରିଦେଇଛନ୍ତି। ମୋ ଝିଅ ତାଙ୍କର କଣ କରିଥିଲା କେଜାଣି ତାକୁ ଏପରି ନି-ର୍ଦୟ ଭାବରେ ମା-ରିଦେଲେ। ମତେ ନ୍ୟା-ୟ ଦରକାର। ଏହି ପିଲାମାନଙ୍କୁ ଦ-ଣ୍ଡ ଦେଇ ମୋ ଝିଅର ଆତ୍ମାକୁ ଶାନ୍ତି ଦିଅ।”

ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ଗତ ମଙ୍ଗଳବାର ଦିନ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ। ଉତ୍ସବ ପରେ ସେ ନିଜ ସହପାଠୀ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ।

ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିଲେ। ପାରିବାରିକ କ-ଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ପୋଲି-ସକୁ କହିଥିଲେ। କିନ୍ତୁ ପରିବାର ଲୋକେ ହ-ତ୍ୟା ଅଭି-ଯୋଗ ଆଣିଥିଲେ।

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃ-ତ୍ୟୁ ଘଟ-ଣାରେ ବୁର୍ଲା ପୋଲି-ସର ଏକ ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଭୁବନେଶ୍ବର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରକୁ ଯାଇ ଛାନଭିନ୍‌ କରିବା ସହ ଘର ମାଲିକାଣୀ ଏବଂ ପଡ଼ୋଶୀଙ୍କୁ ପଚ-ରାଉ-ଚରା କରିଛି।

କେବଳ ସେତିକି ନୁହେଁ, ସେଠାରୁ ଗୋଟିଏ ଲାପ୍‌ଟପ୍‌, ଡାଏରି, ପେନ୍‌ଡ୍ରାଇଭ୍‌, ହାର୍ଡଡିସ୍କ ସହ ବିଭିନ୍ନ ଖାତା ଏବଂ ବହି ଜ-ବତ କରାଯାଇଛି। ସେପଟେ ବୁର୍ଲାରେ ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ପୁଣିଥରେ ଘଟ-ଣାସ୍ଥ-ଳକୁ ଯାଇ ତ-ଦନ୍ତ କରିଛି।

Leave a Reply

Your email address will not be published. Required fields are marked *