ଗୋଟେ ବର୍ଷ ହେଲାଣି ବହୁତ ଦୁଃଖରେ ଥିଲା PINTU,ମତେ କହୁଥିଲା ମତେ ଦୟାକରି ବଞ୍ଚେଇଦିଅ

ଅନ୍ତିମ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବି-ଦାୟ ଦିଆଯାଇଛି। ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅ-ନ୍ତିମ ସତ୍କା-ରରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଏବଂ ସମର୍ଥକ ଶେଷ ଦର୍ଶନ କରିଥିଲେ।

ପିଣ୍ଟୁଙ୍କୁ ହରାଇ ଯେପରି ସମସ୍ତେ ଭା-ଙ୍ଗି ପଡ଼ିଛନ୍ତି। ତାଙ୍କ ସହ ବେଶୀ ସମୟ ବିତାଉଥିବା ଅଭିନେତା ବିଜୁ ଭାଇ କହିଛନ୍ତି ଯେ,” ମୁଁ ପିଣ୍ଟୁକୁ କେବେ ଭୁଲିପାରିବି ନାହିଁ। ସେ ମୋର ସବୁଠାରୁ ଭଲ ବନ୍ଧୁ। ତାର ଯେତେବେଳେ କିଛି କାମ ନଥାଏ। ସେ ଆମ ଖଟି ସ୍ଥାନକୁ ଆସେ। ଆଉ ଆମେ ବସି ଖଟି କରୁ।

ଆମେ ସାଙ୍ଗରେ ମିଶି ଅନେକ ବଡ ବଡ ପର୍ବ ପାଳନ କରିଛୁ। ସବୁକିଛି ଠିକ ଠାକ ଚାଲୁଥିଲା।କିନ୍ତୁ ମଝିରେ ଥରେ ତାର ଦେହ ଖରାପ ହେବାରେ ଲାଗିଲା। ଶୁଣିବାକୁ ମିଳିଲା ଯେ ତାକୁ ଜଣ୍ଡିସ ହୋଇଛି।ଏହାପରେ ଆମେ ସବୁ ତାକୁ ଔଷଧ ଖାଇବା ସହ ଘରୋଇ ଉପଚାର କରାଇବାକୁ କହିଥିଲୁ।

କିନ୍ତୁ ତଥାପି ତାର ଦେହ ଆହୁରି ବିଗିଡିବାରେ ଲାଗିଲା। ଆଉ ଖଟି ସ୍ଥାନକୁ ଆସିଲା ନାହିଁ। ସବୁବେଳେ ଚିନ୍ତିତ ମନରେ ରହୁଥିଲା। ଆଉ ଆଜି ଆମ ପାଖରୁ ସବୁଦିନ ପାଇଁ ସେ ଚାଲିଗଲା।”

ଏହା ସହ ପିଣ୍ଟୁଙ୍କ ଭାଇ ମଧ୍ୟ ମିଡିଆ ଆଗରେ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ,” ଜଣେ କଳାକାରକୁ ରାଜ୍ୟ ସରକାର ବଞ୍ଚାଇପାରିଲେନି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ। ଅସୁସ୍ଥ ଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ଅଣଦେଖା କରାଯାଇଛି । ଏବେ ରାଜ୍ୟ ସରକାର ଶୋକ ପ୍ରକାଶ କରୁଛନ୍ତି କାହିଁକି।

ମାସେ ଧରି ଚିକିତ୍ସା ହେଉଥିଲା ବେଳେ କିଛି କଲେନି। ହକି ପାଇଁ ଟଙ୍କା ଖର୍ଚ୍ଚ କଲେ ସରକାର। ବାହାରୁ କଳାକାର ଆଣି ଅନେକ ଟଙ୍କା ଦେଲେ। କିନ୍ତୁ ରାଜ୍ୟର ଜଣେ କଳାକାରକୁ ବଞ୍ଚାଇ ପାରିଲେନି। ମାସେ ଧରି ପିଣ୍ଟୁ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏ ଖବର ନିଶ୍ଚୟ ପହଞ୍ଚିଥିବ। ଯଦି ଖବର ନେଇନଥିବେ ତାହେଲେ ପଦ ଛାଡ଼ି ଦିଅନ୍ତୁ।”

Leave a Reply

Your email address will not be published. Required fields are marked *