ମୋ ସାନ ଭାଇକୁ ବାହା ହେଲେ ଲିପ୍ସା, ଆକାଶ ବହୁତ୍ ଭଲ ପିଲା……..

ଓଡ଼ିଶାରେ ପ୍ରସିଦ୍ଧ ଅଭିନେତ୍ରୀ ତଥା ଓଲିଉର ଜଣେ ଜଣାଶୁଣା ଅଭିନତ୍ରୀ ଭାବେ ପରିଚିତ ଲିପ୍ସା ମିଶ୍ର।ସେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ମନ ଜିଣିନେଇଛନ୍ତି। ସେ କେବଳ ନିଜ ଅଭିନୟରେ ନୁହେଁ ନିଜ ପର୍ଶୋନାଲିଟୀରେ ମଧ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛନ୍ତି।ସେ କେବଳ ସିନେମା ନୁହନ୍ତି ସେ ରିଏଲିଟୀ ସୋ ରେ ମଧ୍ୟ ଜଜ ଭାବେ କାମ କରନ୍ତି।ନିଜର ଅଭିନୟର ଯାଦୁ ଆଉ ନିଜର ସୁନ୍ଦରତା ପାଇଁ ସେ ବେଶ୍ ପରିଚିତ।

ତେବେ ସିନେମାରେ ମିଛି ମିଛିକା ବାହା ହେଉଥିବା ଲିପ୍ସା ଏବେ ସତ ସତିକା ବାହା ହେଇଛନ୍ତି।ଲିପ୍ସା ଏବେ ହାତକୁ ଦି ହାତ ହୋଇଛନ୍ତି। ସେ ବିବାହ ବେଦିରେ ବସି ବାହା ହୋଇଛନ୍ତି। ଲିପ୍ସାଙ୍କ ବାହାଘରକୁ ନେଇ ଜିନା ଏବଂ ତାଙ୍କ ସ୍ବାମୀ ନିଜର କିଛି ମନ୍ତବ୍ୟ ରଖିଛନ୍ତି,ଜିନା କହିଛନ୍ତି ଲିପ୍ସା ଯାହାକୁ ବାହା ହୋଇଛନ୍ତି ସେ ଜଣେ ବହୁତ ଭଲ ପିଲା ଏବଂ ‘ହି ଇଜ୍ ଏ ନାଇସ୍ ଗାଏ’ ବୋଲି ଜିନା କହିଛନ୍ତି।

ଜିନା କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି, ଠିକ୍ ଟାଇମରେ ଠିକ୍ ଏଜରେ ସମସ୍ତେ ବାହା ହୋଇ ଫ୍ୟାମେଲି କରିବା ଦରକାର ସିଏ ମଧ୍ୟ ନିଜର ପିକ୍ ଟାଇମରେ ବାହା ହୋଇ ଯାଇଥିଲେ ବୋଲି କହିଛନ୍ତି।‌ଆଉ ଜିନା ଭୁବନେଶ୍ଵର ରେ ହିଁ ରହୁଛନ୍ତି ଯେମିତି ଥିଲେ ସେମିତି ରହିବେ ବୋଲି ଜିନା କହିଛନ୍ତି।ଆହୁରି ମଧ୍ୟ କହିଛନ୍ତି କି ଜିନା ଯାହାକୁ ବାହା ହେଉଛନ୍ତି ସେ ତାଙ୍କର ସାନ ଭାଇ ଭଳି ଆଉ ସିଏ ଜଣେ ବହୁତ ହିଁ ଭଲ ଏବଂ ଭଲ ହୃଦୟର ପିଲା।

ଆଉ କହିଛନ୍ତି କି ସେମାନେ ନିଜର ଏକ ନ୍ୟୁ ବିଗିନ୍ ଷ୍ଟାର୍ଟ କରିବାକୁ ଯାଉଛନ୍ତି ଆଉ ସେମାନେ ବହୁତ ଖୁସିରେ ରୁହନ୍ତୁ ଏହାର ଆମର ବେଷ୍ଟ ଉଇସେସ୍। ଜିନାଙ୍କ ସ୍ଵାମୀ ରୁଦ୍ର କହିଛନ୍ତି କି ସମସ୍ତେ ପରଫେକ୍ଟ କପୁଲ୍ ହୋଇ ପାରିବେ।ଯେଉଁମାନେ ବି ବାହା ହେଉଛନ୍ତି ସେମାନଙ୍କ ମଧ୍ୟରେ ଯଦି ଭଲପାଇବା ଥିବ ଦୁହେଁ ଦୁହିଁଙ୍କୁ ବୁଝୁଥିବେ ଭଲ ଅଣ୍ଡରଷ୍ଟାଣ୍ଡିଙ୍ଗ୍ ଥିବ,ତେବେ ସେମାନେ ପରଫେକ୍ଟ କପୁଲ୍ ହୋଇ ପାରିବେ।

ଜିନା କହିଛନ୍ତି କି ଆମ ସମସ୍ତଙ୍କ ମଧ୍ୟରେ ଝଗଡା ହୁଏ ଆମେ ଭଗବାନ ନୁହେଁ ଏମିତି ବି ଭଗବାନ ମାନଙ୍କ ମଧ୍ୟରେ ବି ଝଗଡା ତେବେ ବେଳେବେଳେ ଆମେ ଆମ ବାପା ମାଆଙ୍କ ସହ ବି ଝଗଡା କରୁ। କିନ୍ତୁ ଯଦି ଆମେ ନିଜର ବୋଲି ଭାବିବା ତେବେ ଝଗଡା ପରେ ବି ପରସ୍ପର ମଧ୍ୟରେ ସେତିକି ଭଲପାଇବା ରହିବ।କାରଣ ଆମେ ନିଜ ଲୋକଙ୍କ ସହ ଝଗଡା କରିଲେ ବି କିଛି ସମୟ ପରେ ସେ ସବୁକୁ ଭୁଲି ପୁଣି ମିଶି ଯାଇଥାଉ।

Leave a Reply

Your email address will not be published. Required fields are marked *