ପ୍ରଥମେ ଲିପ୍ସାକୁ ବାହାଘରର ମଜା ଉଠେଇବାକୁ ଦିଅ, ପରେ ସେ ପସ୍ତେଇବେ।

ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ସମାଜ ମଣିଷକୁ ନେଇ ଗଠିତ।ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରନ୍ତି।ବାହାଘର ହେଉଛି ଏକ ପବିତ୍ର ବନ୍ଧନ।ଯେଉଁଥିରେ ସ୍ବାମୀ ଏବଂ ସ୍ତ୍ରୀ ପରସ୍ପର ଉପରେ ନିର୍ଭଶୀଳତ। ଆମ ଆଖ ପାଖ ଅଞ୍ଚଳରେ ଅନେକ ବିବାହ ଦେଖିବାକୁ ମିଳେ କିନ୍ତୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବାହାଘର ସବୁ ସମୟରେ ଦେଖିବାକୁ ମିଳେନାହିଁ।ସ୍ୱାମୀକୁ ଏବଂ ସ୍ତ୍ରୀକୁ ପରସ୍ପରର ଅର୍ଦ୍ଧା-ଙ୍ଗିନୀ ବୋଲି ମଧ୍ୟ କୁହାଯାଏ।

ବାହାଘରରେ କେବଳ ଦୁଇଟି ଶରୀର ନୁହଁ ଦୁଇଟି ପରିବାର ମଧ୍ୟ ମିଶିଥାଏ।ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ।ହଁ ଆଜ୍ଞା ଆମେ କହୁଛୁ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ କଥା।ହଁ ଆଜ୍ଞା ଆମେ କହୁଛୁ ଓଡିଆ ଫିଲ୍ମ ଓ ସିରିଏଲ୍ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ କଥା।ତାଙ୍କ ବାହାଘରରେ ଅନ୍ୟ ଅଭିନେତ୍ରୀମାନେ କହିଛନ୍ତି ସେ ଖୁସିରେ ରୁହନ୍ତୁ ସାରା ଜୀବନ ପାଇଁ।

ଅଭିନେତ୍ରୀମାନେ କହିଛନ୍ତି କେବଳ କଳାକାର ନୁହଁ ସମସ୍ତଙ୍କ ଜୀବନରେ ବାହାଘର ପରେ କିଛି ନା କିଛି ଦାୟିତ୍ଵ ଆସେ।ସମସ୍ତେ ଏହିସବୁ ସାମ୍ନା କରିବାକୁ ପଡ଼ିବ।ସେମନେ କହିଛନ୍ତି କଣ ବଦଳିବ କି ବଦଳିବନି ବାହାଘର ପରେ ସେଇଟା ତା ବ୍ୟକ୍ତିଗତ କଥା।ବାହାଘର ଗୋଟେ ବଡ଼ ଦାୟିତ୍ଵ ବହନ କରୁଛି।ଲିପ୍ସା ବାହାଘରରେ ବହୁତ୍ ଖୁସି ଅଛନ୍ତି ଆଉ ସେ ବି ସୁନ୍ଦର ଦେଖିବାକୁ ଏବଂ ଭଲ ଝିଅ ମଧ୍ୟ ସେ ତାଙ୍କ ସ୍ୱାମୀକୁ ଖୁସିରେ ରଖିପାରିବେ।

ସେ ତାଙ୍କ ସ୍ବାମୀଙ୍କୁ ସମ୍ଭାଳି ପାରିବେ ବୋଲି ଭଗବାନ ଯୋଡ଼ି ଉପରୁ ବନେଇକି ଛାଡିଛନ୍ତି ବୋଲି ଅଭିନେତ୍ରୀମାନେ କହିଛନ୍ତି।ସେ ଖୁସିରେ ଜୀବନ ଅତିବାହିତ କରନ୍ତୁ ଏବଂ ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି। ଲିପ୍ସାଙ୍କ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ରହିଛି ସେ ନିଶ୍ଚିତ ଖୁସିରେ ରହିବେ। ଅଭିନେତ୍ରୀମାନେ ମଜାରେ କହିଛନ୍ତି ପ୍ରଥମେ ସେ ବହାହେଇ ଲଡୁ ଖାଆନ୍ତୁ ପରେ ପସ୍ତେଇବେ।

Leave a Reply

Your email address will not be published. Required fields are marked *