ସରିଥିଲା ମଙ୍ଗନ, ଟଏଲେଟ ଯିବ କହି ପ୍ରେମିକ ସହ ଚ-ମ୍ପଟ ମା-ରିଲା କନ୍ୟା

ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବୁଢିଷିଣ୍ଢୋଲ ଗାଁରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। କିନ୍ତୁ ଆଶା ସବୁ ମିଶିଗଲା ମାଟିରେ। ପ୍ରେମିକ ସହ କନ୍ୟା ବିବାହ ଦିନ ଘରୁ ହୋଇଗଲା ଫେ-ରାର

ତେବେ ଘଟ-ଣାଟି ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି। ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବୁଢିଷିଣ୍ଢୋଲ ଗାଁର ମାଧବୀ ଗାଏବରିଆ ନାମକ ଜଣେ ଯୁବତୀଙ୍କ ସହ ସୋନପୁର ଜିଲ୍ଲା ପଟୁଆପାଲି ଗାଁର ଧିରୋଜ ନାମକ ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା।

ନିର୍ଦ୍ଧାରିତ ତାରିଖ ଅର୍ଥାତ ଗତକାଲି 27 ଫେବୃୟାରୀ ରାତିରେ ଦୁହିଁଙ୍କର ବିବାହ ହେବାର ସ୍ଥିର ହୋଇଥିଲା। ତେବେ ସକାଳୁ ବରପକ୍ଷ ଲୋକେ ନି-ର୍ବନ୍ଧ ପାଇଁ କନ୍ୟା ଘରକୁ ଆସିବା ବେଳକୁ ମାଧବୀ ନିଜ ବାପଘରେ ନଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଅପରାହ୍ନରେ ପୁଇଁତଳା ଥାନାରେ ଏ ନେଇ ଲିଖିତ ଅଭି-ଯୋଗ କରିଛନ୍ତି ପରିବାର ଲୋକ।

ପରିବାର ଲୋକଙ୍କ କହିବା ଅନୁସାରେ ମାଧବୀ ସେହି ଗାଁର ଜଣେ ଯୁବକଙ୍କ ସହ 27 ତାରିଖ ଦିନ ସକାଳୁ ଘର ପଛ ପଟୁ ଲୁ-ଚି ଲୁ-ଚି ଚାଲି ଯାଇଛନ୍ତି। ପରିବାର ଲୋକେ ବିବାହ ପାଇଁ ଆବଶ୍ୟକ ସମସ୍ତ ଜିନିଷ କିଣା କିଣି ସାରିଥିବା ବେଳେ ବନ୍ଧୁ ବର୍ଗ ମଧ୍ୟ ଘରକୁ ଆସି ସାରିଥିଲେ।

ଏତିକି ବେଳେ କନ୍ୟା ଚ-ମ୍ପଟ ମା-ରିବା ଯୋଗୁଁ ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ତେବେ ପୋ-ଲିସ ପରିବାର ଲୋକଙ୍କ ଅଭି-ଯୋଗ ଅନୁସାରେ କନ୍ୟାକୁ ଖୋଜିବା ସହ ତ-ଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *