ମିଆଁ ବିବି ରାଜି ତୋ କ୍ୟା କରେଗା କାଜି । ଦୁହେଁ ଛାଡ଼-ପତ୍ର ନେଇଛନ୍ତି ତାପରେ ଏବେ ବିବାହ କରୁଛନ୍ତି କିଛି ପ୍ରୋବ୍ଲେମ ନାହିଁ ।

ବନ୍ଧୁଗଣ ବେଶ୍ କିଛି ଦିନ ଧରି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ବାହାଘର । ହଁ ଆଜ୍ଞା ଦର୍ଶକବନ୍ଧୁ କିଛି ଦିନ ହେଲା, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ସଫ୍ଟୱେର୍ ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ଥିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।

ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ-ପତ୍ର ଦେଇଛନ୍ତି । ଅନ୍ୟପଟେ ପ୍ରିୟଙ୍କାଙ୍କ ମଧ୍ୟ ଏଇଟା ହେଉଛି ୨ୟ ବିବାହ । ଦିବ୍ୟଶଙ୍କର ମଧ୍ୟ ଗୋଟିଏ ୨୧ ବର୍ଷର ପୁଅ ଅଛି ଯିଏକି ସେ ବାହାରେ ପାଠ ପଢ଼ୁଛନ୍ତି । ତେବେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଗତ ୨୬ ତାରିଖ ଦିନ ଉଭୟ ପକ୍ଷର ସମ୍ପ-ର୍କୀୟଙ୍କ ଉପସ୍ଥିତିରେ ପିିପିଲର ହୋଟେଲ ଆଭେଞ୍ଚରରେ ପ୍ରିୟଙ୍କାଙ୍କୁ ବିବାହ କରି ନେଇଛନ୍ତି।

ତେବେ ଏହି ପ୍ରସଙ୍ଗରେ ମୁହଁ ଖୋଲି ମିଡ଼ିଆ ସାମ୍ନାରେ ନିଜର ଆଭିମୁଖ୍ୟ ରଖିଛନ୍ତି ସମାଜସେବୀ ମଧୁମିତା ରଥ । ସେ କହିଛନ୍ତି ଯେ, “ଦେଖନ୍ତୁ ବୟସର ତାରତମ୍ୟ ହୋଇଛି ସତ । ଦିବ୍ୟଶଙ୍କର ଙ୍କୁ ୫୬ ହୋଇଥିବା ବେଳେ ଝିଅ ପ୍ରୀୟଙ୍କାଙ୍କୁ କୁଆଡ଼େ ୩୫ । କିନ୍ତୁ ମୁଁ ଏହି ବିବାହକୁ ସ୍ଵାଗତ କରୁଛି । କାହିଁକି ନା ଦୁହେଁ ପୂର୍ବରୁ ବିବାହ କରି ସୁଖୀ ନଥିଲେ ତେଣୁ ଛା-ଡ଼ପ-ତ୍ର ନେଇ ପୁଣିଥରେ ବିବାହ କଲେ । ନିକଟରେ ଦେଖନ୍ତୁ ସେମିତି ଦୁଇଜଣ ଆଇଏଏସ ମଧ୍ୟ ଦୁହେଁ ଦୁହିଁଙ୍କ ଠାରୁ ଛା-ଡ଼ପ-ତ୍ର ନେଇ ପୁନଶ୍ଚ ବିବାହ କରିଛନ୍ତି ।

ତେଣୁ ଆମର କଥା ମଧ୍ୟ ଗୋଟେ ଅଛି ଯେ, ମିଆଁ ବିବି ରାଜି ତୋ କ୍ୟା କରେଗା କାଜି । ଦୁହେଁ ଛା-ଡ଼ପ-ତ୍ର ନେଇଛନ୍ତି ତାପରେ ଏବେ ବିବାହ କରୁଛନ୍ତି କିଛି ପ୍ରୋବ୍ଲେମ ନାହିଁ । ତେଣୁ ସେ ଦୁହେଁ ଯେହେତୁ ରାଜି ଆମେମାନେ ବାହାରେ ଏଭଳି ହୋ ହାଲ୍ଲା କଲେ ଲାଭ କଣ ହେବ । ତାଙ୍କ ଭିତରେ ଯଦି ପ୍ରେମ ସଂ-ପର୍କ ଗଢ଼ି ଉଠିଛି ଯଦି ଏକୁଟିଆ ମନେ କରି ଦୁହେଁ ଦୁହିଁଙ୍କୁ ଭଲ ପାଇ ବାହା ହେଇଛନ୍ତି ସେଇଟା ଭଲ କଥା । ଧନ ଲୋଭରେ ବାହା ହେବାଟା ସଂପୂର୍ଣ୍ଣ ମି-ଛ କଥା କାହିଁକି ନା ସେ ଝିଅ ଜଣେ ସଫ୍ଟୱେର ଇଞ୍ଜିନିୟର ତେଣୁ ନିଜେ ଚଳିବାର କ୍ଷମତା ତାଙ୍କର ଅଛି” ।

Leave a Reply

Your email address will not be published. Required fields are marked *