ହାଇଦ୍ରାବାଦରେ ପହଞ୍ଚୁ ପହଞ୍ଚୁ କଣ ପାଇଁ ଲଣ୍ଡା ହେଲେ ପିଣ୍ଟୁ ନନ୍ଦ ?

ଦିଲ୍ଲୀରୁ ହାଇଦ୍ରାବାଦ ଏବେ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ଲିଭର ସିରୋସିସ୍‌ ରୋ-ଗରେ ପିଣ୍ଟୁ ପି-ଡ଼ିତ ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଓଡ଼ିଶାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା।ଏବେ ହାଇଦ୍ରାବାଦ ପଠାଯାଇଛି।ସେପଟେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ନନ୍ଦ ହାଇଦ୍ରାବାଦ ଯିବା ପରେ ଲଣ୍ଡା ହୋଇଯାଇଛନ୍ତି।

ଲିଭର ସିରୋସିସ ଏକ ସାଂଘା-ତିକ ରୋଗ ହୋଇଥିବା ବେଳେ ଏହା ପାଚ-ନକ୍ରିୟା ଉପରେ ପ୍ର-ଭାବ ପକାଏ। ଖାଦ୍ୟ ଶୀଘ୍ର ହଜମ ହୁଏନାହିଁ। ଶରୀରକୁ ଶକ୍ତି ମିଳେ ନାହିଁ ଯାହାପରେ ଦେହ ଦୁର୍ବଳ ହେବାକୁ ଲାଗେ।

ମୁଣ୍ଡରୁ ଚୁଟି ଝଡ଼ିବା ଆରମ୍ଭ ହୁଏ। ବୋଧ ହୁଏ ସେଥିପାଇଁ ପିଣ୍ଟୁ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଛନ୍ତି। ଏପଟେ ପିଣ୍ଟୁଙ୍କ ପାଇଁ କୌଣସି ଲିଭର ଡୋନର ମିଳୁ ନାହାନ୍ତି। ତା ସହିତ ଅପରେସନ୍‌ ପାଇଁ ଅର୍ଥର ଅ-ଭାବ ରହିଛି। ପରିବାର ଲୋକ ଭଗବାନଙ୍କୁ ଡାକୁଥିବା ବେଳେ ସେପଟେ ଲୋକମାନେ ପିଣ୍ଟୁଙ୍କ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି।

ଦେଖିବାକୁ ଗଲେ ଏବେ ପିଣ୍ଟୁଙ୍କ ଅବସ୍ଥା ସାଂଘା-ତିକ ଅଛି। ତାଙ୍କର ଲିଭର ଏବେ 80 ପ୍ରତିଶତରୁ ଅଧିକ ଖରାପ ହୋଇଗଲାଣି। ବଂଚିବା ଭାରି କଷ୍ଟକର ହୋଇଗଲାଣି। ଡାକ୍ତର କହିଛନ୍ତି ଯଦି 5-6 ମାସ ଭିତରେ ଅପରେସନ ନ ହୁଏ ତେବେ ତାଙ୍କ ଜୀବନ ମଧ୍ୟ ଚାଲିଯାଇପାରେ।

Leave a Reply

Your email address will not be published. Required fields are marked *