ଗୋପାଳର ପୁଅ ହେବ ପୋ-ଲିସ! ବାପାଙ୍କ ଠାରୁ ନେଉଥିଲା ଟ୍ରେନିଂ ପୁଅ ମନୋଜ ……

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହ-ତ୍ୟା କରିଥିବା ଅଭି-ଯୁକ୍ତ ହ-ତ୍ୟାକା-ରୀ ଗୋପାଳ ଦାସ ଏବେ ଜେ-ଲରେ ଥିବା ବେଳେ ଶୁଣିବାକୁ ମିଳିଛି ଯେ ଗୋପାଳର ପୁଅ ମଧ୍ୟ ପୋ-ଲିସ ହେବାକୁ ରଖିଥିଲା ଇଛା। ବାପାଙ୍କ ଠାରୁ ନେଉଥିଲା ଟ୍ରେନିଂ

କିନ୍ତୁ ହଠାତ ବାପାଙ୍କର ଏପରି କାର୍ଯ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବାପାଙ୍କର ଏପରି କାର୍ଯ୍ୟରେ ଏବେ ପୁଅ ମନରେ କଣ ଚାଲୁଥିବ ତାହା କେବଳ ସେହି ହିଁ ଜାଣିଛି। ମିଡିଆ ଆଗରେ ସେ ଥରେ କହିଥିଲେ ଯେ ବାପାଙ୍କର ଟିକେ ମାନସିକ ଦୋ-ଷ ରହିଛି। ସେ ନିଜର ମାନସିକ ଅବସ୍ଥାକୁ ଭଲ ରଖିବା ପାଇଁ ଔଷଧ ଖାଉଥିଲେ।

ସବୁକିଛି ଠିକ ଚାଲିଥିବା ବେଳେ ହଠାତ ଏପରି ଘ-ଟଣା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁ ବାପା ନିଜ ପରିଶ୍ରମରେ ଏତେ ମେଡାଲ, ଏତେ ସମ୍ମାନ ଏବଂ ପ୍ରମୋସନ ପାଇଥିଲେ ସେ ବାପା କିପରି ଜଣେ ବ୍ୟକ୍ତିକୁ ହ-ତ୍ୟା କରିପାରିବ। ଏହିପରି ଅନେକ ପ୍ରଶ୍ନ ପୁଅ ମନୋଜ ମନକୁ ଆସୁଥିବ।

ତେବେ ଏହା ସହ ଗତ 5 ଦିନ ପୂର୍ବରୁ ଅଭି-ଯୁକ୍ତ ଗୋପାଳ ଦାସଙ୍କୁ ତାଙ୍କ ବଡ଼ଭାଇ ଏବଂ ପୁଅ ଭେଟ କରିଥିଲେ। ବଡ଼ଭାଇ ସତ୍ୟ ନାରାୟଣ ଦାସ ଏବଂ ପୁଅ ମନୋଜ ଦାସ ଜେ-ଲର ସାକ୍ଷାତ ଗୃହରେ ତାଙ୍କୁ ସାକ୍ଷାତ କରିଥିଲେ। କଡ଼ା ସୁର-କ୍ଷା ମଧ୍ୟରେ ଗୋପାଳଙ୍କୁ ହାଇ ସିକ୍ୟୁରିଟି ସେଲରୁ ଅଣାଯିବା ପରେ 3 ଥାକିଆ ଗ୍ରୀଲ ଯୁକ୍ତ ମୁଲାକାତ ଗୃହର ଭିତର ପଟରୁ ସୁର-କ୍ଷା କର୍ମୀଙ୍କ ଉପସ୍ଥିତିରେ ସେ ଭାଇ ଏବଂ ପୁଅଙ୍କୁ ସାକ୍ଷାତ କରିଥିଲେ ।

ଜେଲ ତରଫରୁ ବ୍ୟବସ୍ଥା କରାଯାଇଥିବା ଇଣ୍ଟରକମ୍ ମେସିନ୍ ସାହାଯ୍ୟରେ ଗୋପାଳ ତାଙ୍କ ଭାଇ ଏବଂ ପୁଅ ସହିତ ପ୍ରାୟ 15 ମିନିଟ ଧରି କଥା ହୋଇଥିଲେ। ସାକ୍ଷାତ ସମୟରେ ଉଭୟ ଗୋପାଳ,ସତ୍ୟ ନାରାୟଣ ଏବଂ ପୁଅ ମନୋଜ ଭାବପ୍ରବଣ ହୋଇ ପଡ଼ିଥିଲେ ବୋଲି ଶୁଣିବାକୁ ମିଳିଥିଲା। ତେବେ ଭାଇ ସାଥିରେ ଆଣିଥିବା କିଛି କାଗଜ ପତ୍ରରେ ଗୋପାଳଙ୍କ ଦସ୍ତଖତ ନେଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *