ପିଣ୍ଟୁଙ୍କୁ ଏପର୍ଯ୍ୟନ୍ତ ମିଳୁନି ଲିଭର, ଏବେ ପିଣ୍ଟୁଙ୍କୁ ସାହା କେବଳ ପ୍ରଭୁ ଜଗନ୍ନାଥ

ଲିଭର ସିରୋସିସ ରୋଗରେ ପୀ-ଡ଼ିତ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଏବେ ଦିଲ୍ଲୀରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ସେ ଚଳିତ ମାସ 7 ତାରିଖରେ ଦିଲ୍ଲୀର ଆଇଏଲ୍‌ବିଏସ୍ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁ-ତର ହେବାରୁ ତାଙ୍କ ଲିଭର ପ୍ରତିରୋ-ପଣର ଆବଶ୍ୟକ ପଡ଼ିଥିଲା।

ଆଇଏଲ୍‌ବିଏସ୍‌ ହସ୍‌ପିଟାଲର ନିୟମ ଅନୁଯାୟୀ କେବଳ ନିଜ ପରିବାର ଲୋକ ହିଁ ଲିଭର ଦାନ କରିପାରିବେ। ତେବେ ପିଣ୍ଟୁଙ୍କୁ ଲିଭର୍‌ ଦାନ କରିବା ପାଇଁ ତାଙ୍କ ପରିବାର ସଦସ୍ୟ ମଧ୍ୟ ଇଚ୍ଛା ପ୍ରକାଶ କରିଥି‌ଲେ।

କିନ୍ତୁ ପରିବାର ସଦସ୍ୟଙ୍କ ର-କ୍ତ ମେଳ ନହେବାରୁ ବାହାରୁ ଲିଭର୍‌ ଆଣି ପ୍ରତିରୋ-ପଣ କରିବା ପାଇଁ ଆଇଏଲ୍‌ବିଏସ୍‌ ହସ୍‌ପିଟାଲ ଦ୍ବାରା ସମ୍ଭବ ହୋଇନଥିଲା। ଯେଉଁଥିପାଇଁ ଏବେ ତାଙ୍କୁ ହାଇଦ୍ର‌ାବାଦ ସ୍ଥାନାନ୍ତର କରାଯାଇଛି।

ପିଣ୍ଟୁଙ୍କ ଅବସ୍ଥା ଏବେ ସ୍ଥିର ଥିବାବେଳେ ଦାତା ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏବେ ସହଜରେ ମଧ୍ୟ ମିଳୁନାହାନ୍ତି ଡୋନର। ପିଣ୍ଟୁଙ୍କ ଚିକିତ୍ସା ବ୍ୟବବହୁଳ ହୋଇଥିବାରୁ ସହାୟତାର ହାତ ବଢ଼ାଇବା ପାଇଁ ତାଙ୍କ ପରିବାର ଏବଂ ଶୁଭେଚ୍ଛୁ ‌ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

 

ଆସନ୍ତା 6 ମାସ ମଧ୍ୟରେ ତାଙ୍କ ଲିଭର ପ୍ରତିରୋପଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏପଟେ କିଛି ରାସ୍ତା ଦେଖାଯାଉନଥିବା ବେଳେ ଶେଷକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ଏବେ ପିଣ୍ଟୁଙ୍କୁ କେବଳ ପ୍ରଭୁ ଜଗନ୍ନାଥ ସାହା ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *