ଏମିତି ସ୍ୱାମୀ କାହାକୁ ନମିଳୁ, ଘରେ ସ୍ତ୍ରୀ ଥାଉ ଥାଉ ମତେ ବାହାହୋଇ ମା-ରିଦେଲା

ଆଜିକା ସମୟରେ ସତରେ କଣ ଗୋଟେ ଝିଅ ଜୀବନ ଏତେ ଶସ୍ତା ଯିଏ ଯେମିତି ଚାହିଁବ ସିଏ ସେମିତି ତା ସହିତ ଖେଳିପାରିବ । ହଁ ଆଜ୍ଞା ବନ୍ଧୁଗଣ ଏ ଘ-ଟଣା ଶୁଣିଲେ ବୋଧେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଏତେ ନିନ୍ଦନୀୟ ଓ ବିଭସ୍ର କା-ଣ୍ଡ କିଏ ଘଟାଇ ପାରେ ତାହା କଳ୍ପନା ବାହାରେ । କିଛି କହିବା ପୂର୍ବରୁ ପ୍ରଥମ ଆପଣ ଏହି ନିସ୍ପାପ ଝିଅର ମୁହଁକୁ ଫଟୋରେ ଭଲ ଭାବରେ ଦେଖି ନିଅନ୍ତୁ ।

ଆଉ ଉକ୍ତ ଯୁବତୀଙ୍କୁ ପ୍ରେମ ଜା-ଲରେ ଫ-ସାଇ ବିବାହ କରିଥିବା ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ଵରର ଚନ୍ଦନ ରାଣା । କିନ୍ତୁ ନିରୀହ ଏ ଯୁବତୀ ‌ଜଣକ ବିବାହ କରିବା ପୂର୍ବରୁ ଜାଣି ନଥିଲେ ବରଣମାଳା ନୁହେଁ ତ ବି-ଷଧର ସାପକୁ ସେ ବେକରେ ପକାଇଛନ୍ତି ବୋଲି ।

ପ୍ରଥମେ ବିଶ୍ଵାସରେ ବି-ଷ ଆଉ ପରେ ଯୁବତୀଙ୍କ ସର୍ବ-ନାଶ ଉଦ୍ୟମ କରିଛନ୍ତି ସଂପୃକ୍ତ ଯୁବକ । ବାଲେଶ୍ଵର ଜିଲ୍ଲା ସହଦେବ ଥା-ନା ଭୀମପୁରା ଗାଁର ଘଟଣା । ସୋମବାର ଦିନ ପ୍ରାୟ ସକାଳ ସାଢେ଼ ୧୧ ଟାରେ ଭୀମପୁରା ଗାଁରେ ଏକ ଭଡାଘରେ ରହୁଥିବା ବର୍ଷା ସିଂଙ୍କ ଘରକୁ ଆସିଥିଲେ ଅଭି-ଯୁକ୍ତ ଚନ୍ଦନ ରାଣା ଓ ତାହାର ଜଣେ ସହଯୋଗୀ । ଏହି ସମୟରେ ଘରେ ବର୍ଷା ତାଙ୍କ ସାନ ଭଉଣୀ ବନିତା ଓ ଦୁଇ ପୁଅଝିଅ ବି ଥିଲେ ହଠାତ୍ ଚନ୍ଦନ ଓ ବର୍ଷାଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ପରେ ତାଙ୍କ ଉପରେ ଅତ-ର୍କିତ ଭାବରେ ଏସିଡ ମା-ଡ କରିଥିଲା ଚନ୍ଦନ ।

ତେବେ ଭଉଣୀ ବନିତା ଓ ଦୁଇ ଛୁଆଙ୍କ ଉପରେ ଏସିଡ ବୁନ୍ଦା ଝିଟିକି ପଡ଼ିବାରୁ ସେମାନେ ମଧ୍ୟ ଆ-ହତ ହେଲେ । ଆଉ ଏ ଘ-ଟଣା ପରେ ୪ଜଣ ଆ-ହତ ଆର୍ତ୍ତ ଚି-ତ୍କାର କରୁଥିବା ବେଳେ ଘ-ଟଣା ସ୍ଥଳରୁ ଚମ୍ପଟ ମା-ରିଥିଲେ ଅଭି-ଯୁକ୍ତ ଚନ୍ଦନ ରାଣା ଓ ତାର ସହଯୋଗୀ । ବନିତାଙ୍କ ପରିବାର ଲୋକଙ୍କ ଅଭି-ଯୋଗ ଅନୁସାରେ ଆଜିକୁ ଦେଢ଼ମାସ ତଳେ ବନିତାଙ୍କୁ ପ୍ରେମ ବିବାହ କରିଥିଲେ ଅଭି-ଯୁକ୍ତ ଚନ୍ଦନ ରାଣା । ଉଭୟ ପରିବାରର ସହମତିରେ ମନ୍ଦିରରେ ବିବାହ ହେଲା ।କିନ୍ତୁ ଚନ୍ଦନ ଆଗରୁ ବିବାହିତ ଓ ତାର ଦୁଇଟି ଛୁଆ ଥିବା ଜାଣିବାକୁ ପାଇବା ପରେ ନିଜ ବାପଘରକୁ ଚାଲି ଆସିଥିଲେ ବନିତା ।

ବାପଘରକୁ ଆସିବା ପରେ ବନିତା ସେହି ଗାଁରେ ନିଜ ବଡ଼ ଭଉଣୀର ଘରେ ରହୁଥିଲେ ଆଉ ଏପଟେ ବନିତାଙ୍କ ଏ ପଦକ୍ଷେପ ପରେ ରା-ଗରେ ଜ-ଳୁଥିଲା ଚନ୍ଦନ । ତେଣୁ ପ୍ରତି-ଶୋଧ ନେବାକୁ ପୂର୍ବରୁ ପ୍ରସ୍ତୁତି କରି ଏସିଡ ବୋଟଲ ସହ ବନିତାଙ୍କ ନିକଟକୁ ଆସିଥିଲା । ଏସିଡ ଆକ୍ର-ମଣ ପରେ ବନିତାଙ୍କ ଶରୀରର ପ୍ରାୟ ୭୫ ଭାଗ ପୋଡ଼ିଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁ-ତର ହେବାରୁ ତାଙ୍କୁ ବାଲେଶ୍ଵରରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂପୃକ୍ତ ମହିଳାଙ୍କର ରବିବାର ଦିନ ମୃ-ତ୍ୟୁ ହୋଇଯାଇଛି ।

Leave a Reply

Your email address will not be published. Required fields are marked *