ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦକୁ କାହିଁକି ନିଆଗଲା ?

ସମୟ ଗଡିବା ସହିତ ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସମୟକୁ ସମୟ ଗୁରୁ-ତର ହୋଇ ପଡ଼ୁଛି । ହେଲେ ଏବେକାର ସବୁଠାରୁ ବଡ଼ କଥା ଯେ ଦିଲ୍ଲୀର ଡାକ୍ତର ଯେତେବେଳେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ଚାଲି ଯିବାକୁ କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ । ଡାକ୍ତର କାହିଁକି ଏମିତି ହାତ ଟେକିଦେଲେ ତାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା । ସାରା ରାଜ୍ୟ ଅପେକ୍ଷା କରି ବସିଥିଲା ଯେ ପିଣ୍ଟୁ ନନ୍ଦ ନିଶ୍ଚିତ ଭାବରେ ଦିଲ୍ଲୀରୁ ସୁସ୍ଥ ହୋଇ ଫେରି ଆସିବେ । ଆଉ ସେଥିପାଇଁ ମଧ୍ୟ ପିଣ୍ଟୁଙ୍କ ପାଇଁ ଟଙ୍କା ଯୋଗାଡ଼ରେ ସମସ୍ତେ ଲାଗି ପଡ଼ିଥିଲେ ।

କିନ୍ତୁ ଏବେ ଆଶା ଯେତିକି ଥିଲା ତାଠାରୁ ଅଧିକା ଏବେ ନିରାଶା କରି ଦେଇଛି ସମସ୍ତଙ୍କୁ । ଡାକ୍ତରଙ୍କ କଥା ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ । ହଁ ଆଜ୍ଞା ବନ୍ଧୁଗଣ ଏବେ ମଧ୍ୟ ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ । ତେଣୁ ତାଙ୍କୁ ନୂଆଦିଲ୍ଲୀରୁ ପୁଣି ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଲିଭର ସିରୋସିସ ରୋ-ଗରେ ପୀ-ଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ଆଇଏଲବିଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଲିଭର୍ ସିରୋସିସରେ ପୀ-ଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥା ଗୁରୁ-ତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା । ଏଥି ନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ପଡ଼ିବାରୁ ଗତ ୭ ତାରିଖରେ ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା

ମାତ୍ର ପିଣ୍ଟୁଙ୍କୁ ଲିଭର ଡୋନେଟ କରିବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ୍‌ ତାଙ୍କ ସହ ମ୍ୟାଚ କଲା ନାହିଁ । ଯାହା ଫଳରେ ତାଙ୍କୁ କାଡ୍‌ଭ୍ରାରିକ୍‌ ଟ୍ରିଟ୍‌ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ । ଯାହାର ସୂଚନା ଦେଲେ ଅଭିନେତା ଶ୍ରୀତମ । ସୂଚନାଯୋଗ୍ୟ ପିଣ୍ଟୁଙ୍କ ଲିଭର ୮୦% ଖରାପ୍ ହୋଇ ସାରିଛି ଏବଂ ଯଥାଶୀଘ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ନିହାତି ଭାବରେ ଦରକାର ।

Leave a Reply

Your email address will not be published. Required fields are marked *