କିନ୍ନର ଟଙ୍କାରେ ଅଏସ କଲା, ମନ ଭରିଗଲା ପରେ ସୋନାଲିକୁ ସାଗର ଛାଡିଦେଲା।

କଟକ ଜିଲ୍ଲା ଅନ୍ତର୍ଗତ ଚାଉଳିଆଗଞ୍ଜ ଥାନାରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ମାମଲା। ପ୍ରଥମେ କିନ୍ନରକୁ ବିବାହ କରି ଲାଭ ଉଠାଇବା ପରେ ଜଣେ ଯୁବତୀଙ୍କୁ ବିବାହ କରିବା ଯୁୁବକଙ୍କ ପାଇଁ ପଡିଗଲା ମହଙ୍ଗା। ତେବେ କିନ୍ନର ଜଣକ ଉକ୍ତ ଯୁବକଙ୍କ ନାମରେ ଏତଲା ଦେବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି।

ତେବେ ସମ୍ପୁର୍ଣ୍ଣ ଘଟଣା ଅନୁସାରେ 2019 ମସିହାରେ ସୁଧିର ନାମକ ଜଣେ ଯୁବକଙ୍କୁ ସୋନାଲି ନାମକ ଜଣେ କିନ୍ନର ବିବାହ କରିଥିଲେ। ପୁଅ ଘରଲୋକଙ୍କ ସହମତିରେ ଏହି ବାହାଘର ହୋଇଥିବାରୁ ସୋନାଲି ଏବଂ ସୁଧିରଙ୍କ ବୈବାହିକ ଜୀବନ ଠିକ୍‌ଠାକ୍ ଚାଲିଥିଲା।

ଯୌତୁକରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ସୋନାଲିଙ୍କ ପକ୍ଷରୁ ସୁଧୀରକୁ ଦିଆଯାଇଥିଲା। ତେବେ ଗତ ଦୁଇ ତିନି ଦିନ ତଳେ ଜଣେ ଯୁବତୀଙ୍କୁ ସୁଧିର ବିବାହ କରିଛନ୍ତି ବୋଲି ସୋନାଲି ଖବର ପାଇଥିଲେ।

ଏ ବିଷୟରେ ଜାଣିବା ପରେ ସୋନାଲି ଚାଉଳିଆଗଞ୍ଜ ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ଉକ୍ତ ଯୁବକ ସୁଧିରଙ୍କୁ ଗିରଫ କରିଛି। ସୋନାଲି କିନ୍ନର ବୋଲି ଜାଣିବା ପରେ ମଧ୍ୟ ଶାଶୁଘର ଲୋକେ ତାଙ୍କ ବୋହୂ କରିବା ପାଇଁ ରାଜି ହୋଇଥିଲେ।

ତେବେ ସୋନାଲି ଏବେ ଧୋକ୍କା ପାଇବା ପରେ ସୁଧିର ନେଇଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା ଏବଂ ଆସବାବପତ୍ରକୁ ଫେରାଇବା ସହ ତାଙ୍କୁୁ କଠୋର ଦଣ୍ଡ ଦେଇ ସୋନାଲିକୁ ନ୍ୟାୟ ପ୍ରଦାନ କରିବାକୁ କିନ୍ନର ସମାଜ ଦାବି କରିଛିି। ନ୍ୟାୟ ନମିଳିଲେ କିନ୍ନର ସମାଜ ଆଗକୁ ଆନ୍ଦୋଳନ କରିବେ ବୋଲି ଦାବି ହୋଇଛି।

Leave a Reply

Your email address will not be published. Required fields are marked *