ଅଭିନେତ୍ରୀ ଲିପ୍ସା ମିଶ୍ର କାହାକୁ ବାହା ହେଉଛନ୍ତି, ତାଙ୍କ ବର କଣ କରୁଛନ୍ତି,ଜାଣନ୍ତୁ……

ବିବାହ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ଆଉ ଜଣେ ଚୁଲ୍‌ବୁଲି ନାୟିକା ଲିପ୍ସା ମିଶ୍ର। ରବିବାର ମେହେନ୍ଦୀ ଏବଂ ହଳଦୀ ରସମ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ସୋମବାର ଦିନ ଅର୍ଥାତ ଆଜି ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରେ ତାଙ୍କର ହାତଗଣ୍ଠି ପଡ଼ିବ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଛି। ତେବେ ଅଭିନେତ୍ରୀ ଲିପ୍ସା ମିଶ୍ର ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ହାତ ଧରିବେ। ଉଭୟ ପରିବାରଙ୍କ ସହମତିରେ ସେ ବିବାହ କରୁଥିବା ଜଣାପଡ଼ିଛି।

ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କ ସହ ପ୍ରିୱେଡିଂ ଫଟୋ ସୁଟ୍‌ରେ ନଜର ଆସିଥିଲେ ଲିପ୍ସା। ରବିବାର ଲିପ୍ସାଙ୍କ ମେହେନ୍ଦୀ ଏବଂ ହଳଦୀ ରସମ କାର୍ଯ୍ୟକ୍ରମରେ ଓଲିଉଡ୍‌ କଳାକାରମାନେ ଯୋଗଦେଇ ନାଚଗୀତର ଭରପୁର ମଜା ନେଇଥିଲେ।

ସେମାନେ ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ ଏହି ଫଟୋ ଏବଂ ଭିଡିଓ ସବୁ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଲିପ୍ସାଙ୍କ ବିବାହ ପାଇଁ ଓଲିଉଡ୍‌ରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳୁଛି।

ତେବେ ଲିପ୍ସାଙ୍କର କ୍ୟାରିଅର ବିଷୟରେ କହିବାକୁ ଗଲେ ସେ 2015ରେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ବିଗ୍‌ ବ୍ରେକ୍‌ ଜରିଆରେ ଓଲିଉଡ୍‌ରେ ପାଦ ଥାପିଥିଲେ। ପରେ ସେ ଏକାଧିକ ସିନେମା, ଧାରାବାହିକ, ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି। ଖୁବ୍‌ ସୁନ୍ଦର ଡ୍ୟାନ୍ସ ସାଙ୍ଗକୁ ମନଲୋଭା ଅଭିନୟ ଲିପ୍ସାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

Leave a Reply

Your email address will not be published. Required fields are marked *