ବାହାଘର ଚାଲିଥିବା ବେଳେ ବେଦୀ ଉପରେ ହଟାତ ଟଳି ପଡିଲେ କନ୍ୟା, ଆଉ ତା ପରେ କା-ନ୍ଦି କା-ନ୍ଦି ବାହାହେଲା ସାନଭଉଣୀ..

ଗୁଜରାଟର ଭାବନଗରରେ ଦେଖିବାକୁ ମିଳିଛି ଏକ ହୃ-ଦୟ ବିଦାରକ ଘ-ଟଣା। ବିବାହ କରି ନୂଆ ଜୀବନ ଆରମ୍ଭ କରିବାର ସ୍ବପ୍ନ ଦେଖିଥିଲେ କନ୍ୟା କିନ୍ତୁ ଜଣାନଥିଲା ନୂଆ ଆରମ୍ଭ ହେବା ପୂର୍ବରୁ ସବୁ କିଛି ଶେଷ ହୋଇଯିବ।

ବିବାହ ସ୍ଥିର ହେବା ସହ ସମସ୍ତ ରୀତିନୀତି ଆରମ୍ଭ ହେବା ବେଳେ କନ୍ୟାର ମୃ-ତ୍ୟୁ ହେବ ବୋଲି କେହି ଭାବିନଥିଲେ। ସବୁଠାରୁ ବଡ଼ କଥା ହେଉଛି କନ୍ୟାର ମୃ-ତ୍ୟୁ ହେବାରୁ ଘର‌ଲୋକେ କନ୍ୟାର ସାନ ଭଉଣୀ ସହ ବରର ବିବାହ କରାଇଥିଲେ।

ବର ବିବାହ ମଣ୍ଡପରେ ପହଞ୍ଚି ସାରିଥିବାରୁ ପରିବାର ଲୋକେ ଏଭଳି କରିଥିବା କୁହାଯାଉଛି। ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ଜିନାଭାଇ ରାଠୋରଙ୍କ ଝିଅ ହେତଲଙ୍କ ବିବାହ ରାଣାଭାଇ ବୁଟାଭାଇ ଆଲଗୋଟରଙ୍କ ପୁଅ ବିଶାଲଙ୍କ ସହ ସ୍ଥିର ହୋଇଥିଲା। ବିବାହ ଦିନ‌ ମଣ୍ଡପରେ ସବୁ ଅତିଥି ପହଞ୍ଚିବା ସହ ବିବାହ ରୀତିନୀତି ଆରମ୍ଭ ହୋଇଥିଲା।

ଏହି ସମୟରେ କନ୍ୟାଟି ଅଣନିଶ୍ବାସୀ ହୋଇ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବା ପରେ ମଧ୍ୟ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ବଡ଼ ଝିଅର ମୃ-ତ୍ୟୁ ହେବା ଶୁଣି ଭା-ଙ୍ଗିପଡ଼ିଥିବା ପରିବାରକୁ ସମ୍ପ-ର୍କୀୟମାନେ ସାନ ଝିଅର ବିବାହ କରାଇ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଭବାନଗର କର୍ପୋରେଟର ଏବଂ ସମସ୍ତ ଗ୍ରାମଲୋକଙ୍କ ଅନୁରୋଧ କ୍ରମେ ବଡ ଝିଅଙ୍କୁ କୋଲ୍ଡ ଷ୍ଟୋରରେ ରଖି ବିଶାଲଙ୍କ ସହ କନ୍ୟା ହେତଲଙ୍କ ସାନ ଭଉଣୀର ବିବାହ କାର୍ଯ୍ୟ ସମାପନ କରି ପରିବାର ଲୋକ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *