ସେ ଝିଅଟାକୁ ମୁଁ ଭଲ କରି ଜାଣିଛି.. ସେ ଲୋକଙ୍କୁ ମାଗି ଯାଚି ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରୁଛି…….

ଅଭିନେତା ପିଣ୍ଟୁ ନନ୍ଦ ଏବେ ଚିକିତ୍ସିତ ହେବା ପାଇଁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଛନ୍ତି। ଲିଭର ସିରୋସିସ ରୋଗରେ ପୀ-ଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ 7 ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

ତେବେ ପିଣ୍ଟୁ ଭାଇଙ୍କ ପାଇଁ ହାତ ଯୋଡି ପୁଣି ଥରେ ସାହାଯ୍ୟ ମାଗିଛନ୍ତି ଓଡ଼ିଆ ଧାରାବାହିକର ହାସ୍ୟ ଅଭିନେତା ବିକାଶ ନାୟକ। ସେ କହିଛନ୍ତି ଯେ,”ସମସ୍ତେ କିଛି ନା କିଛି ସାହାଯ୍ୟ କରୁଛନ୍ତି। ଏପରିକି ଯାତ୍ରାର ଆଇଟମ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ ମଧ୍ୟ ପିଣ୍ଟୁ ଭାଇଙ୍କ ପାଇଁ ଲୋକଙ୍କ ଆଗରେ ହାତ ପତାଉଛନ୍ତି।

ଏପରି ଲୋକ ଖୁବ କମ ଦେଖିବାକୁ ମିଳେ। ସେଠାରେ ପିଣ୍ଟୁ ଭାଇଙ୍କର ଟଙ୍କା ପାଣି ପରି ବୋହି ଯାଉଛି। କେହି କିଛି କରିପାରୁନାହାନ୍ତି। ସବୁ ଭଗବାନଙ୍କ ଉପରେ ଭରସା।”

ତେବେ ଲିଭର୍ ସିରୋସିସରେ ପୀ-ଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁ-ତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା। ଏଥିନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନ ଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ପଡ଼ିବାରୁ ଗତ 7 ତାରିଖରେ ଦିଲ୍ଲୀରେ ଥିବା ILBS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ILBS ହସ୍ପିଟାଲର ନିୟମ ଅନୁସାରେ କେବଳ ପରିବାର ଲୋକେ ହିଁ ଲିଭର ଡୋନେଟ କରିପାରିବେ। ମାତ୍ର ପିଣ୍ଟୁଙ୍କୁ ଲିଭର ଡୋନେଟ କରିବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ୍‌ ତାଙ୍କ ସହ ମ୍ୟାଚ କଲା ନାହିଁ। ତେଣୁ ବାହାରୁ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରିବା ଉକ୍ତ ହସ୍ପିଟାଲରେ ସମ୍ଭବ ନ ହେବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଡୋନର ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

Leave a Reply

Your email address will not be published. Required fields are marked *