ମଥାରେ ବାପିର ସିନ୍ଦୁର, ପେଟରେ ସୌଭାଗ୍ୟର ଛୁଆ ଧରି, ସଖୀ ଗୃହରେ ସୁଇଟି ସ୍ୱପ୍ନା

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମୂଳଗାଁ ପଞ୍ଚାୟତ ଅସାରଣା ଗାଁରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ଦ୍ଵିତୀୟ ମହିଳାଙ୍କୁ ବିବାହ କଲା ସୌଭାଗ୍ୟ ରାଉତ ନାମକ ଜଣେ ଯୁବକ। ଯେଉଁ ଦ୍ଵିତୀୟ ମହିଳାଙ୍କୁ ସେ ବିବାହ କଲା ସେ ମଧ୍ୟ ଜଣେ ଯୁବକଙ୍କ ପତ୍ନୀ ଅଟନ୍ତି ଏବଂ ତାଙ୍କର ଏକ 8 ବର୍ଷର ପୁଅ ମଧ୍ୟ ଅଛି।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ସୌଭାଗ୍ୟ ରାଉତ ନାମକ ଜଣେ ଯୁବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମୂଳଗାଁ ପଞ୍ଚାୟତ ଅସାରଣା ଗାଁର ବାସିନ୍ଦା ଅଟନ୍ତି। ସେ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକଠାକ ଚାଲିଥିବା ବେଳେ ହଠାତ ସୌଭାଗ୍ୟ ଭଦ୍ରକ ଜିଲ୍ଲାର ଜଣେ ମହିଳାଙ୍କୁ ଭଲ ଓଆଇଁ ବସିଲେ।

ସେ ମହିଳା ମଧ୍ୟ ଉକ୍ତ ଯୁବକଙ୍କୁ ଭଲ ପାଉଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳା ଜଣକ ପୂର୍ବରୁ ବିବାହିତ। ତାଙ୍କର ସ୍ୱାମୀ ଏବଂ ଏକ 8 ବର୍ଷର ପୁଅ ଥାଇ ମଧ୍ୟ ମହିଳା ଜଣକ ଉକ୍ତ ଯୁବକଙ୍କୁ ଭଲ ପାଇ ତାଙ୍କ ସହ ପଳାଇଲେ। ଏହାପରେ ଯୁବକ ଜଣକ ମହିଳାଙ୍କୁ ପୁନେ ନେଇ ସେଠାରେ ରଖିଲେ।

କିଛି ମାସ ରହିବା ପରେ ଉକ୍ତ ମହିଳା ଜଣକ ଗର୍ଭ-ବତୀ ହେଲେ। ମହିଳା ଜଣକ ଗର୍ଭ-ବତୀ ହେବା ପରେ ସୌଭାଗ୍ୟ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କଲା। ତେବେ ଏହାପରେ ମହିଳା ଜଣକ ସୌଭାଗ୍ୟକୁ ଖୋଜି ଖୋଜି ତାଙ୍କ ଘର ଜଗତସିଂହପୁରରେ ପହଁଞ୍ଚିଲେ।

କିନ୍ତୁ ସୌଭାଗ୍ୟର ଘରଲୋକ ସେହି ମହିଳାଙ୍କୁ ଗ୍ରହଣ କଲେ ନାହିଁ। ଏହାପରେ ମହିଳା ଜଣକ ଘର ଆଗରେ ଧାରଣା ଦେଇବସିଛନ୍ତି। ଏହାସହ ଥା-ନାରେ ଅଭି-ଯୋଗ ମଧ୍ୟ କରିଛନ୍ତି। ଅଭି-ଯୋଗ ପରେ ପୋ-ଲିସ ସୌଭାଗ୍ୟକୁ ଅଟକ ରଖିଛି ଏବଂ ପଚ-ରାଉ-ଚରା କରୁଛି। ଆଗକୁ ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ମାମ-ଲାକୁ ନେଇ କଣ ପଦକ୍ଷେପ ନେଉଛି।

Leave a Reply

Your email address will not be published. Required fields are marked *