ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏମିତି କହିଲେ ଡ଼ାକ୍ତର, ଯାହାକୁ ଶୁଣି କାନ୍ଦି ପକାଇଲେ ପିଣ୍ଟୁ..

ଓଲିଉଡ୍‌ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁ-ତର ରହିଛି। ଦିଲ୍ଲୀର ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍‌ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ। ଲିଭର ସିରୋସିସ୍‌ରେ ପୀ-ଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।

ତେବେ ଏଥିପାଇଁ କୌଣସି ଲିଭର ଡୋନର ମିଳୁ ନାହାନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ। ଫେବୃୟାରୀ 7 ରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ। ତେବେ ଆର୍ଥିକ ସମସ୍ୟା ଯୋଗୁ ତାଙ୍କର ଯକୃତ ପ୍ରତି-ରୋପଣ ହୋଇପାରିନାହିଁ।

ଅପରେସନ୍‌ ପାଇଁ ଅର୍ଥର ଅ-ଭାବ ରହିଛି ବୋଲି ପିଣ୍ଟୁଙ୍କ ଭାଇ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା 10 ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଲାଣି। ଏବେ ସେ ଆଇସିୟୁରେ ଅଛନ୍ତି ବୋଲି ମଙ୍ଗଳବାର ତାଙ୍କ ଭାଇ ସୂଚନା ଦେଇଛନ୍ତି।

ଆହୁରି ଟଙ୍କା ଆବଶ୍ୟକ ହେଉଛି। କିନ୍ତୁ ସରକାରୀ ସ୍ତରରେ କୌଣସି ସହାୟତା ଏ ପର୍ଯ୍ୟନ୍ତ ମିଳିନାହିଁ। ଚିକିତ୍ସା ପାଇଁ ଦିଲ୍ଲୀରେ ଥିବାରୁ ସହାୟତା ପାଇଁ ମଧ୍ୟ କାହାକୁ ଯୋଗାଯୋଗ କରିହେଉନାହିଁ। ସେଠାରେ ଥିବା କେତେଜଣ ସହଯୋଗୀ ଏ ନେଇ ଚେଷ୍ଟା କରୁଥିବା ସେ କହିଛନ୍ତି।

ସେପଟେ ଶୁଣିବାକୁ ମିଳୁଛି ଯେ ଏତେ ଟଙ୍କା ଖର୍ଚ ହୋଇ ଚିକିତ୍ସା ଏପର୍ଯ୍ୟନ୍ତ ହୋଇନଥିବା ବେଳେ ପୁଣି ସ୍ଥାନାନ୍ତର ହେବେ ପିଣ୍ଟୁ। ଆଜ୍ଞା ହଁ ଡାକ୍ତର କହିଛନ୍ତି ଯେ ଏବେ ଦିଲ୍ଲୀରେ ତାଙ୍କର ଚିକିତ୍ସା ସମ୍ଭବ ନୁହେଁ। ସେଥିପାଇଁ ପିଣ୍ଟୁଙ୍କୁ ଏବେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯିବ। ସେପଟେ ଡାକ୍ତରଙ୍କ କଥା ଶୁଣି କା-ନ୍ଦି ପକାଇଥିଲେ ପିଣ୍ଟୁ।

ଏବେ ପିଣ୍ଟୁ ନିଶ୍ଚିତ ଭାବୁଥିବେ ଯେ ଏପରି ଜୀବନ ରଖି କଣ ଲାଭ ଅଛି। ଏତେ ଟଙ୍କା ଖର୍ଚ ପରେ ବି କିଛି ହୋଇ ପାରୁନାହିଁ। ସେପଟେ ଟଙ୍କା ଅଭା-ବରୁ ହାତ ବାନ୍ଧି ବସିବାକୁ ପଡୁଛି। ମୋ ପାଇଁ ଲୋକଙ୍କ ଆଗରେ କିଏ ଟଙ୍କା ମାଗୁଛି ତ କିଏ ମୋ ନାମକୁ ନେଇ ରାଜନୀତି କରୁଛନ୍ତି। ଏପରି ଜୀବନ ନର୍କ ସହ ସମାନ।

Leave a Reply

Your email address will not be published. Required fields are marked *