ସ୍ତ୍ରୀଙ୍କ ପାଇଁ ତିଆରି କଲେ 7 କୋଟିର ମନ୍ଦିର, ଯାଜପୁରରେ ତୋଳିଲେ ପ୍ରେମର ପ୍ରତୀକ

ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଚିକଣା ଗ୍ରାମରୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ। ଶିଳ୍ପପତି କ୍ଷେତ୍ରବାସୀ ଲେଙ୍କା 7 କୋଟି ଟଙ୍କାର ସନ୍ତୋଷୀ ମାଆଙ୍କ ମନ୍ଦିର ନିର୍ମାଣ କରି ତାଙ୍କ ପତ୍ନୀ ବୈଜୟନ୍ତୀ ଲେଙ୍କାଙ୍କୁ ଉପହାର ପ୍ରଦାନ କରିଛନ୍ତି

ପତ୍ନୀ ଜଣକ ସନ୍ତୋଷୀ ମାଆଙ୍କ ଭକ୍ତ ହୋଇଥିବାରୁ ତାଙ୍କ ଗ୍ରାମରେ ମନ୍ଦିର ନିର୍ମାଣ କରି ତାଙ୍କୁ ଉପହାର ପ୍ରଦାନ କରିଛନ୍ତି କ୍ଷେତ୍ରବାସୀ। ଉଭୟ ଦମ୍ପତି ହାଇଦ୍ରାବାଦ୍‌ରେ ରହୁଥିବାବେଳେ ନିଜ ଗ୍ରାମରେ ମନ୍ଦିର କରିବାକୁ କ୍ଷେତ୍ରବାସୀ ଚାହିଁଥିଲେ।

ଏହାପରେ ସେ ଏକ ବିଶାଳକାୟ ସନ୍ତୋଷୀ ମାଆଙ୍କ ମନ୍ଦିର ଦକ୍ଷିଣ ଭାରତ ଶୈଳୀରେ ନିର୍ମାଣ କରିଛନ୍ତି। କ୍ଷେତ୍ରବାସୀ ଚିକଣା ଗ୍ରାମର ବୈଜୟନ୍ତୀଙ୍କୁ ବିବାହ କରିବା ସମୟରେ ଏକ ମନ୍ଦିର ନିର୍ମାଣ କରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। 2008 ରୁ ଏହିଠାରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏବେ ତାହା ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି।

ମନ୍ଦିରର ମୁଖଶାଳା 46 ଫୁଟ ହୋଇଥିବାବେଳେ ଉଚ୍ଚତା 65 ଫୁଟ୍‌ ରହିଛି। ସନ୍ତୋଷୀ ମାଆଙ୍କ ମନ୍ଦିର ସହ ଶିବ, ଗଣେଶ ଏବଂ ନବଗ୍ରହ ଏହି ମନ୍ଦିରରେ ନିର୍ମାଣ କରାଯାଇଛି। 2008ରେ ଏହି ମନ୍ଦିର ନିର୍ମାଣ ପାଇଁ 30 ଲକ୍ଷ ଟଙ୍କା ବଜେଟ୍‌ ଥିବାବେଳେ ଦୀର୍ଘ 15 ବର୍ଷ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାବେଳକୁ ତାହା ବଢ଼ି 7 କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆସନ୍ତା 28 ତାରିଖରେ ମନ୍ଦିର ପ୍ରତିଷ୍ଠା କରାଯିବ। ଏହାପରେ ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁଙ୍କ ଲାଗି ଉତ୍ସର୍ଗୀକୃତ ହେବ।

Leave a Reply

Your email address will not be published. Required fields are marked *