ଯଦି ଗୋପାଳ ପାଗଳ ପ୍ରମାଣିତ ହୁଏ ତାହେଲେ ତାର କଣ ହେବ । ଅଭି-ଯୁକ୍ତକୁ ଦ-ଣ୍ଡ ମିଳିବ ନା ଜେ-ଲରୁ ମୁକୁଳାଇ ଦିଆଯିବ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ସହଯୋଗୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ତିନି ସପ୍ତାହରୁ ଅଧିକ ବିତିଗଲାଣି । ହ-ତ୍ୟାକା-ରୀ ପୁ-ଲିସ ଏଏସଆଇ ଗୋପାଳ ଦାସ ପୁ-ଲିସ କବ୍‌ଜାରେ । କିନ୍ତୁ ହ-ତ୍ୟାର ଉଦ୍ଦେଶ୍ୟ ଏଯାଏଁ ଖୋଜି ପାଇନାହିଁ କ୍ରାଇମ ବ୍ରାଞ୍ଚ । ତେବେ ଜାନୁଆରୀ ୨୯ ତାରିଖରୁ ଫେବୃଆରୀ ୨୧ ତାରିଖ ମଧ୍ୟରେ ନବ ଦାସ ହ-ତ୍ୟାକା-ଣ୍ଡ ନେଇ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଚାଲିଛି କ୍ରାଇମ ବ୍ରାଞ୍ଚ । ତାହା ହେଲା ଗୋପାଳ ଦାସ ହ-ତ୍ୟାକା-ରୀ ଓ ଗୋପାଳ ଦାସ ମାନସିକ ରୋଗୀ ।

କୋର୍ଟରେ କ୍ରାଇମ ବ୍ରାଞ୍ଚ କେତେ ପ୍ରକାର ସାକ୍ଷୀ ଓ ପ୍ରମାଣ ଦାଖଲ କରିବ ଅଲଗା କଥା, ମାତ୍ର ଗୋପାଳ ଦାସ ହ-ତ୍ୟାକା-ରୀ ବୋଲି ଜନ ସାଧାରଣରେ ଦୃଢ଼ ଧାରଣା ଜନ୍ମାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ଗଣମାଧ୍ୟମ ଜରିଆରେ ଏକାଧିକ ଫଟୋ ଓ ଭିଜୁଆଲ ପ୍ରକାଶ କରାଗଲାଣି । ଗୋପାଳ ନବ ଦାସଙ୍କ କାର୍‌ ନିକଟକୁ ଯାଉଥିବା ସମୟର ଆଗ ଓ ପଛ ପଟ ଭିଡ଼ିଓ ଚିତ୍ର ବା ଭିଜୁଆଲ ସହିତ କେତେକ ଫଟୋ ମଧ୍ୟ ପୁ-ଲିସ ସୌଜନ୍ୟରୁ ଭାଇରାଲ ହେଉଛି । ଏସବୁ ଦେଖିଲା ପରେ କେହି ଅବିଶ୍ୱାସ କରିବେ ନାହିଁ ଗୋପାଳ ହ-ତ୍ୟା କରିନାହିଁ ବୋଲି ।

ତେବେ ଏସବୁ ମଧ୍ୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ମାନସିକ ରୋଗୀ ଭାବେ ଜନମାନସରେ ଚିତ୍ରିତ କରିବାକୁ ମଧ୍ୟ କମ୍‌ ଉଦ୍ୟମ ଚଳାଇନାହିଁ । ଯେଉଁ ଦିନ ହ-ତ୍ୟା ହେଲା ସେହି ଦିନ ତୁରନ୍ତ ପ୍ରଥମେ ଶାସକ ଦଳ ସମର୍ଥିତ କେତେକ ଟିଭି ଚାନେଲରେ ଗୋପାଳର ପତ୍ନୀ ଓ ଜଣେ ଡାକ୍ତରଙ୍କ ମତାମତ ପ୍ରସାରିତ ହେଲା । ଏହା ପରଠାରୁ ଗୋପାଳ ମାନସିକ ସ୍ତରରେ ସୁସ୍ଥ କି ଅସୁସ୍ଥ ତାହା ପ୍ରମାଣିତ କରିବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ନିଷ୍ଠାର ସହିତ ଉଦ୍ୟମ ଅବ୍ୟାହତ ରହିଛି । ତେବେ ଏଠାରେ ବଡ଼ ପ୍ରଶ୍ନ ଏବେ ଏଇୟା ଉଠୁଛି ଯେ, ଯଦି ଗୋପାଳରର ବାଇପୋଲାର ଡିଜର୍ଡର ରୋଗ ପ୍ରମାଣିତ ହୁଏ ତେବେ ସେ ସୁସ୍ଥ ମସ୍ତିଷ୍କରେ ନବ ଦାସଙ୍କୁ ହ-ତ୍ୟା କରିଛି ବୋଲି ଗ୍ରହଣ କରିବା ମୁସ୍କିଲ ହୋଇଯିବ ।

ଯଦି ଗୋପାଳ ସୁସ୍ଥ ମସ୍ତିଷ୍କରେ ହ-ତ୍ୟା କରିଥାଏ ତେବେ ହ-ତ୍ୟା ପଛରେ ମୋଟିଭ୍‌ ବା ଉଦ୍ଦେଶ୍ୟ କଥା ଉଠିବ । ଯଦି ଏବେ ଅଭି-ଯୁକ୍ତ ଗୋପାଳ ପାଗଳ ବୋଲି ସାବ୍ୟସ୍ତ ହୁଏ ତେବେ କଣ ହେବ । ତାକୁ ଛାଡ଼ି ଦିଆଯିବ ନା ଜେ-ଲରେ ବ-ନ୍ଦୀ କରାଯାଇ ରଖାଯିବ । ଅଭି-ଯୁକ୍ତ ବିରୁ-ଦ୍ଧରେ କୌଣସି କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରାଯିବ କି ନାହିଁ । ତେବେ ଏସବୁ ପ୍ରଶ୍ନ ମନରେ ଉ-ଙ୍କି ମା-ରୁଥିବା ବେଳେ କିନ୍ତୁ ବି-ରୋଧୀ ଦଳ ନେତା ଏହାକୁ ସରକାରଙ୍କ ପ୍ରହସନ ଓ ଗୋପାଳକୁ ଜବ-ରଦସ୍ତି ପାଗଳ ସାବ୍ୟସ୍ତ କରାଇବାକୁ ଉଦ୍ୟମ ଚାଲିଛି ବୋଲି ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *