ମୁଁ ସକାଳୁ ଯେତେବେଳ ନିତ୍ୟକର୍ମ କରିବାକୁ ବାହାରକୁ ଆସିଥିଲି ମୋତେ ତାଲା ପକାଇ ମା-ରଧ-ର କଲେ

ଗଞ୍ଜାମ ଜିଲ୍ଲା ତାରାସିଂ ଥା-ନା ଅନ୍ତର୍ଗତ ଗାଲେରୀ ଗ୍ରାମରୁ ପୂର୍ବରୁ ଯେଉଁ ଦୁସମନ୍ତ ଏବଂ ଟିନାଙ୍କର ପ୍ରେମ ଘ-ଟଣା ଶୁଣିବାକୁ ମିଳିଥିଲା ସେଥିରେ ଏବେ ନୂଆ ମୋଡ଼ ଦେଖିବାକୁ ମିଳିଛି। ଶଶୁର ଘର ବାହାରେ ବାହା ହେବା ପାଇଁ ଅପେକ୍ଷା କରି ବସିଥିଲେ ଯୁବତୀ।

କିନ୍ତୁ କଥା ଦେଇ ଠ-କିଦେଲେ ଶାଶୁଘର ଲୋକେ। ପୁଅ ସହ ବିବାହ କରେଇବାକୁ କଥା ଦେଇ ଯୁବତୀଙ୍କ ସହ ହୋଇଛି ଛଳନା। ଏହି ଘ-ଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂର ଅଧିକାର ପାଇବା ପାଇଁ ଅନେକ ଆଶା ନେଇ ଅପେକ୍ଷା କରି ବସିଥିବା ଟିନାଙ୍କୁ ପୁଣି ଥରେ ନି-ରାଶ ହେବାକୁ ପଡିଛି।

ତେବେ ଲୋକଙ୍କ କହିବା ଅନୁସାରେ ଗତ ଦୁଇ ମାସ ଧରି ସ୍ତ୍ରୀ ତଥା ବୋହୂ ର ପରିଚୟ ପାଇବା ସହ ସ୍ଵାମୀ ଦୁସମନ୍ତ ସହ ରହିବା ପାଇଁ ଅପେକ୍ଷା କରି ରହିଥିଲେ ଟିନା। କିନ୍ତୁ ଏବେ ଧରା ଛୁଆଁ ଦେଉନାହାନ୍ତି ଦୁଷ୍ମନ୍ତ। ତେବେ ଏହି ଏକ ଖବର ପାଇ ଘଟ-ଣାସ୍ଥ-ଳରେ ଯାଇ ପହଞ୍ଚିଥିଲେ ଲୋକପ୍ରିୟ ସମାଜସେବୀ ପ୍ରମିକା ତ୍ରିପାଠୀ।

ଫଳରେ ଗାଁର ବରିଷ୍ଠ ଭଦ୍ରଲୋକ ଏବଂ ପ୍ରମିଳା ତ୍ରିପାଠୀଙ୍କ ସାମ୍ନାରେ ଟିନାଙ୍କ ସହ ପୁଅ ଦୁଷ୍ମନ୍ତର ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରିବା ପାଇଁ ଏକ ଲିଖିତ ପ୍ରତି-ଶ୍ରୁତି ଦେଇଥିଲେ। କିନ୍ତୁ ଏବେ ପୁଣି ରାଜି ହେଉନାହାନ୍ତି ପୁଅର ପରିବାର ଲୋକେ। କେବଳ ଏତିକି ନୁହେଁ ଏପରିକି ଯୁବତୀଙ୍କୁ ମା-ରପି-ଟ ମଧ୍ୟ କରିଛନ୍ତି। ଘରୁ ବାହାର କରିଦେଇଛନ୍ତି। ମିଡିଆ ଆଗରେ ନିଜର ଦୁଃ-ଖ ପ୍ରକାଶ କରିଛନ୍ତି ଉକ୍ତ ଯୁବତୀ।

Leave a Reply

Your email address will not be published. Required fields are marked *