ସରକାର କଲେ ବଡ ଘୋଷଣା : ବାହା ହେଲେ ମିଳିବ 30 ଦିନ ଛୁଟି

ଆପଣମାନେ ତ ଜାଣିଥିବେ ଯେ ଚାଇନାରେ ଏବେ ଜନ୍ମ ହାର ହ୍ରାସ ଏକ ବଡ଼ ସମସ୍ୟା ହୋଇ ଆଗକୁ ଆସିଛି। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏହି ସମସ୍ୟାକୁ ନେଇ ଏବେ ଖୁବ୍‌ ଚିନ୍ତାରେ ଅଛନ୍ତି। ତେବେ ଏହି ସମସ୍ୟା ଦୂର କରିବାକୁ ଚୀନ୍‌ ସରକାର ଏବେ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏବେ ଚାଇନାର ସବୁ ନବବିବାହିତଙ୍କୁ ଦରମା ସହିତ 30 ଦିନ ଛୁଟି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଚାଇନା ସରକାରଙ୍କର ଉଦ୍ଦେଶ୍ୟ ହେଉଛି ଯୁବ ଯୋଡ଼ିଙ୍କୁ ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବାକୁ ପ୍ରୋତ୍ସାହିତ କରିବା।

ତେବେ ଚାଇନାର କିଛି ପ୍ରାନ୍ତରେ 30 ଦିନିଆ ବିବାହ ଛୁଟି ପ୍ରଦାନ କରାଯାଉଛି ଏବଂ ଅନ୍ୟ କିଛି ପ୍ରାନ୍ତରେ 10 ଦିନର ଛୁଟି ନିୟମ ରହିଛି। ସାଉଥ୍‌ୱେଷ୍ଟର୍ନ ୟୁନିଭର୍ସିଟି ଅଫ୍‌ ଫାଇନାନ୍ସ ଆଣ୍ଡ ଇକୋନୋମିକ୍ସର ସାମାଜିକ ବିକାଶ ଅନୁସନ୍ଧାନ ସଂସ୍ଥାର ଡିନ୍‌ ୟାଙ୍ଗ ହୈୟାଙ୍ଗଙ୍କ ଅନୁସାରେ, ବିବାହ ପରେ ଛୁଟିର ଅବଧି ବଢ଼ାଇବା ପ୍ରଜନନ ହାର ବଢ଼ାଇବାର ବହୁତ ପ୍ରଭାବଶାଳୀ ଉପାୟ।

ତେବେ ଚାଇନାର ସମସ୍ୟାକୁ କହିବାକୁ ଗଲେ 1980ରୁ 2015 ମସିହା ପର୍ଯ୍ୟନ୍ତ ଏକମାତ୍ର ସନ୍ତାନର କଠୋର ନିୟମ ଲାଗୁ କାରଣରୁ ଚୀନ୍‌ର ଜନସଂଖ୍ୟା ହ୍ରାସ ପାଇଛି। 2022 ମସିହାରେ ଦେଶରେ ପ୍ରତି 1000 ଜଣରେ 6.77 % ର ଜନ୍ମ ହାର ରେକର୍ଡ କରାଯାଇଥିଲା। ତେବେ ଜନ ସଂଖ୍ୟା ଏତେ କମ ହେବା କାରଣରୁ ଦେଶର ଆର୍ଥିକ ଅବସ୍ଥାରେ ପ୍ରଭାବ ପଡ଼ିଛି ବୋଲି ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *