ଅନେକ ଦିନ ପରେ ନିଜ ଭାଇକୁ ଦେଖି କୁଣ୍ଢେଇ ଧରି ଭୋ ଭୋ ହୋଇ କା-ନ୍ଦିଲା ଗୋପାଳ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅଭି-ଯୋଗରେ ଗି-ରଫ ହୋଇଥିବା ଗୋପାଳ ଦାସ ପ୍ରାୟ 8 ଦିନ ହେବ ଚୌଦ୍ବାର ଜେ-ଲ୍‌ରେ ରହିଲାଣି। ଗି-ରଫ ହେବା ପରଠାରୁ ଗୋପାଳ ନିଜ ପରିବାରଲୋକଙ୍କୁ ଦେଖା କରିନଥିବା ବେଳେ ଗତକାଲି ବୁଧବାର ଦିନ ନିଜ ପରିବାରଲୋକଙ୍କୁ ପ୍ରଥମଥର ପାଇଁ ଭେଟିଥିଲା।

ତେବେ ଗୋପାଳକୁ ଭେଟିବା ପାଇଁ ଜେ-ଲକୁ ତାର ବଡ଼ ଭାଇ ସତ୍ୟନାରାୟଣ ଦାସ ଆସି ପହଞ୍ଚିଥିଲେ। ଭାଇକୁ ଦେଖି ଭାବବିହୁଳ ହୋଇଯାଇଥିଲା ଗୋପାଳ। ଘର ଲୋକଙ୍କ ବିଷୟରେ ପଚାରିବା ସହ ନିଜ ଭାଇକୁ କା-ନ୍ଦି କା-ନ୍ଦି ଆଲି-ଙ୍ଗନ କରିପକାଇଥିଲା।

ତେବେ ଏହି ଭେଟାଭେଟି ସମୟରେ ଜେ-ଲରେ ସୁର-କ୍ଷାକ-ର୍ମୀ ଉପସ୍ଥିତ ଥିଲେ। ସତ୍ୟନାରାୟଣ ସୁର-କ୍ଷାକର୍ମୀଙ୍କ ନି-ର୍ଦେଶ ଅନୁଯାୟୀ ଭାଇ ଗୋପାଳକୁ ଭେଟି କିଛି ସମୟ କଥାବର୍ତ୍ତା ହୋଇଥିଲେ। ପରସ୍ପରକୁ ଭେଟିବା ସମୟରେ ସେଠାରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସେଠାରୁ ଗୋପାଳର ଭାଇ ଚାଲି ଆସିଥିଲେ।

ସୂଚନା ଅନୁସାରେ ଗୋପାଳ ଦାସର ଜୀବନଯାପନ ସ୍ବାଭାବିକ ରହିଛି। ସକାଳୁ ଉଠି ଏକଘଣ୍ଟାରୁ ଅଧିକ ସମୟ ଧରି ନିଜ ସେଲ୍‌ ବାରଣ୍ତାରେ ବ୍ୟା-ୟାମ କରୁଛି। ସବୁ ଖବରକାଗଜରୁ ଖବର ପଢୁଛି। ଜେ-ଲ୍‌ ଲାଇବ୍ରେରିରୁ ନୂଆନୂଆ ବହି ଆଣି ଦିନକୁ ପ୍ରାୟ 8 ରୁ 10 ଘଣ୍ଟା ପଢ଼ାପଢ଼ି କରୁଛି।

ଜେଲ୍‌ ଆସିବାର ଦ୍ବିତୀୟ ଦିନରୁ ଲାଇବ୍ରେରିରୁ ଆଣିଥିବା ଗୀତା ଏବଂ ଭାଗବତ ବହିକୁ ନିଜ ପାଖରେ ରଖି ପଢୁଛି। ଏବେ ସୁଦ୍ଧା ଲାଇବ୍ରେରିରୁ ପ୍ରାୟ 10ରୁ ଅଧିକ ବହି ପଢ଼ି ଫେରାଇ ସାରିଲାଣି। କେବଳ ବହି ଏବଂ ଖବରକାଗଜ ବ୍ୟତୀତ ଗୋପାଳ ଅନ୍ୟ କୌଣସି ଜିନିଷ ମାଗୁନାହିଁ।

Leave a Reply

Your email address will not be published. Required fields are marked *