ଏହି ଝିଅଙ୍କୁ ଦ୍ୱିତୀୟ ବିବାହ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଛାଡ଼ପତ୍ର ପରେ ପୁଣି ଥରେ ବେଦୀରେ ବସିବେ କ୍ୟାପଟେନ I ହେବ କ୍ୟାପିଟେନଙ୍କ ସହ ଇଂଜିନିୟରିଂ କନ୍ୟାଙ୍କ ବାହାଘର । ହଁ ଆଜ୍ଞା ଦର୍ଶକବନ୍ଧୁ ପୁଣି ବିବାହ କରିବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି ।

ଦିବ୍ୟ ଶଙ୍କର ମିଶ୍ର ନିଜ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯିଏକି ଜଣେ ଇଞ୍ଜିନିୟର ଅଟନ୍ତି । ଆସନ୍ତା ଫେବ୍ରୁଆରି ଶେଷ ‌ସପ୍ତାହରେ ପୁରୀ ଠାରେ ବିବାହ କରିବେ ବୋଲି ସୂଚନା ମିଳିଛି । ‌ଏହା ଉଭୟଙ୍କ ଦ୍ୱିତୀୟ ବିବାହ ହେବ ବୋଲି ଜଣାପଡ଼ିଛି । ଦିବ୍ୟ ଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ ।

କୌଣସି କାରଣକୁ ନେଇ ସେ ଛା-ଡ଼ପ-ତ୍ର ଦେଇଥିଲେ । ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ପୁଅ ଅଛନ୍ତି ଆଉ ବର୍ତ୍ତମାନ ଦିବ୍ୟ ଶଙ୍କରଙ୍କ ପୁଅ ଦୁବାଇରେ ପାଠ ପଢ଼ୁଥିବା ଜଣାପଡ଼ିଛି । ଏ ଖବରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲା ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ଜାଣନ୍ତୁ ଜାଣନ୍ତୁ କାହାକୁ ବିବାହ କରିବେ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର ଆଉ ସେ କିଏ । ତେବେ ବିଜେଡି ନେତା ବିଧାୟକ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର କରିବେ ଦ୍ୱିତୀୟ ବିବାହ । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଇଞ୍ଜିନିୟର ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ।

ବେଙ୍ଗାଲୁରୁରେ ସପ୍ଟୱେର ଇଞ୍ଜିନିୟର ଥିବା ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି ଛଦ୍ନନାମ ପିନାଙ୍କୁ ବିବାହ କରିବେ ଦିବ୍ୟଶଙ୍କର । ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯାଉଛି ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ । ୨ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ଦିବ୍ୟଶଙ୍କର ମଧ୍ୟ ଜୟପାଟଣାର ଜଣଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସେମାନେ ପରସ୍ପରକୁ ଛା-ଡପ-ତ୍ର ଦେଇଥିଲେ । ତେବେ ସୂଚନାଥାଉ କି, ମମିତା ମେହେର ହ-ତ୍ୟାକା-ଣ୍ଡ ଘ-ଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ କଳାହାଣ୍ଡି ଚର୍ଚ୍ଚାରେ ରହିଆସିଛି ।

Leave a Reply

Your email address will not be published. Required fields are marked *