ଛୁଆ ହେଉନି ଯଦି, ମୋ ପାଖକୁ ଆସ, ମୁଁ ମ-ନ୍ତ୍ର ଫୁଙ୍କିଲେ ତୁମେ 3 ମାସ ଭିତରେ ଗର୍ଭ-ବତୀ ହୋଇଯିବ

ପୁଣି ଧରା ପଡିଲେ ଆଉ ଜଣେ ଭଣ୍ଡ ବାବା। ନିଃସ-ନ୍ତାନ ମହିଳାଙ୍କୁ ସନ୍ତାନ ପ୍ରାପ୍ତି କରାଇବାର ଲୋଭ ଦେଖାଇ ଲୁ-ଟିନେଲେ ଲକ୍ଷାଧିକ ଟଙ୍କା। ଠ-କେଇ ଅଭି-ଯୋଗ ହେବା ପରେ ଜଣେ ଭ-ଣ୍ଡ ବାବାକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ପୋ-ଲିସ।ଗି-ରଫ ହୋଇଥିବା ସମ୍ପୃକ୍ତ ଭଣ୍ଡ ବାବାଙ୍କ ନାମ ସିଦ୍ଧେଶ୍ବର ସାମନ୍ତରାୟ ଏବଂ ସେ ଯାଜପୁର ବଡଚଣା ଅଞ୍ଚଳର ବାସିନ୍ଦା।

ଅଭିଯୋଗ ଅନୁସାରେ ନିଜକୁ ଜଣେ ସିଦ୍ଧ ପୁରୁଷ ଦର୍ଶାଇ ସିଦ୍ଧେଶ୍ବର ସାମନ୍ତରାୟ ନାମକ ଏହି ଭଣ୍ଡ ବାବା କଟକ ବାଦାମବାଡ଼ି ଝାଞ୍ଜିରମଙ୍ଗଳା ବାସିନ୍ଦା ସଂଗ୍ରାମ ଦାସ ଏବଂ ତାଙ୍କ ପତ୍ନୀଙ୍କ ନିକଟରୁ ଠ-କେଇ କରିଥିଲା। ପୂଜା ପାଠ କରିବା ଏବଂ ଆୟୁର୍ବେଦିକ ଔଷଧ ବାବଦରେ ପତିପତ୍ନୀଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ 3 ଲକ୍ଷ 90 ହଜାର ଟଙ୍କା ଠ-କେଇ କରିଥିବା ଅଭି-ଯୋଗ କରିଛନ୍ତି ସଂଗ୍ରାମ।ଅଭି-ଯୋଗ ଆଧାରରେ ଏବେ ପୋ-ଲିସ ସିଦ୍ଧେଶ୍ବରକୁ ଗି-ରଫ କରିଛି।

ତେବେ ଗି-ରଫ ହେବା ପରେ ଜଣାପଡିଲା ଯେ ସିଦ୍ଧେଶ୍ବର ଜଣେ ଠକ ଏବଂ ବିଭିନ୍ନ ଲୋଭ ଦେଖାଇ ସେ ପୂର୍ବରୁ ମଧ୍ୟ ଅନେକ ନିରୀହ ଲୋକଙ୍କୁ ଠ-କେଇ କରିଥିବା ଜଣା ପଡିଛି। ସିଦ୍ଧେଶ୍ବରଙ୍କ ନାମରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥା-ନାରେ ମଧ୍ୟ ଏକ ମାମ-ଲା ରହିଛି ବୋଲି ବାଦାମବାଡ଼ି ପୋ-ଲିସ କହିଥିଲା।

ସିଦ୍ଧେଶ୍ବର ନିକଟରୁ କିଛି ମୂର୍ତ୍ତି ସହ ସେ ପୂଜା ପାଠରେ ବ୍ୟବହାର କରାଯାଉଥିବା ଅନେକ ସାମଗ୍ରୀକୁ ଜ-ବତ କରିଛି ପୋ-ଲିସ। ତେବେ ଏହି ଭଣ୍ଡ ବାବା ନାମରେ ଅଭି-ଯୋଗ କରିଥିବା ଉକ୍ତ ଯୁବକ ସଂଗ୍ରାମ ଦାସ କହିଛନ୍ତି ଯେ,”ବାହାଘରକୁ ପ୍ରାୟ ଦୁଇ ମାସ ହୋଇଯାଇଥିଲେ ମଧ୍ୟ ମୋ ସ୍ତ୍ରୀ ମା ହୋଇ ପାରୁନଥିଲେ। ଅନେକ ପ୍ରୟାସ ପରେ ମଧ୍ୟ କିଛି ଫଳାଫଳ ମିଳୁନଥିଲା।

ଏହାପରେ ଜଣେ ବ୍ୟକ୍ତି ମତେ ସିଦ୍ଧେଶ୍ବରଙ୍କ ବିଷୟରେ କହିଲା। ଏହା ପରେ ମୁଁ ସିଦ୍ଧେଶ୍ୱରଙ୍କୁ ଯାଇ ଦେଖା କରିଥିଲି। ପୂଜା ପାଠ ସହ କିଛି କର୍ମକା-ଣ୍ଡ କଲେ ମୋ ସ୍ତ୍ରୀ ଗ-ର୍ଭ ଧାରଣ କରିବେ ବୋଲି ସିଦ୍ଧେଶ୍ବର କହିଥିଲେ। ସିଦ୍ଧେଶ୍ବର ଆମ ଘରେ ଆଉ ମନ୍ଦିରରେ ପୂଜା ପାଠ ନାମରେ ମୋ ଠାରୁ ଅନେକ ଟଙ୍କା ନେଇଛନ୍ତି।

ସେ ମୋ ଠାରୁ ପ୍ରାୟ 3 ଲକ୍ଷ 90 ହଜାର ଟଙ୍କା ନେଇ ଯାଇଛନ୍ତି। କିନ୍ତୁ କିଛି ଫଳ ମିଳିଲା ନାହିଁ। ଏହା ପରେ ମଧ୍ୟ ଆଉ ଆହୁରି ଟଙ୍କା ସେ ମାଗି ଥିଲେ। ମୁଁ ଦେବାକୁ ମନା କରିବାରୁ ସେ ଗୁଣି କରି ମୋ ପରିବାରକୁ ହଇ-ରାଣ କରିବେ ବୋଲି ଧ-ମକ ଦେଇଥିଲେ। ଏହାପରେ ମୁଁ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲି। ଅଭି-ଯୋଗ ଆଧାରରେ ତ-ଦନ୍ତ ଆରମ୍ଭ ହୋଇଥିଲା। ଏହି ସମୟରେ ସିଦ୍ଧେଶ୍ବର ବିରୁ-ଦ୍ଧରେ ପ୍ରମାଣ ମିଳିବା ପରେ ତାକୁ ଗି-ରଫ କରାଯାଇଥିଲା।”

Leave a Reply

Your email address will not be published. Required fields are marked *