ମୁଁ ବି ଭଲ ପାଇଥିଲି କିନ୍ତୁ ସେ ଝିଅକୁ ଦେଖିଲି ଅଲଗା ପିଲା ସହ କଥା ହେଲା ,ସେଥିପାଇଁ….

ଆପଣ ମାନେ ୟୁଟ୍ୟୁବ୍ ରେ ଅଭିନୟ କରୁଥିବା କମେଡିଆନ୍ ଜ୍ଞାନ ବାରିକ ଙ୍କୁ ତ ନିଶ୍ଚୟ ଜାଣିଥିବେ।ବର୍ତ୍ତମାନ ସେ ନାଲି ଆମ୍ବ ନାମ ରେ ପରିଚିତ ହୋଇଛନ୍ତି। ଜ୍ଞାନ ହାସ୍ୟ ଅଭିନେତା ଗୁଲୁଆ ଙ୍କ ଟିମ୍ ରେ କାମ କରନ୍ତି। ହାସ୍ୟ ଅଭିନେତା ଗୁଲୁଆ ଙ୍କ ଚ୍ୟାନେଲ ରେ ଜ୍ଞାନ ଙ୍କ ର ଅନେକ ଭିଡ଼ିଓ ରହିଛି।

ଜ୍ଞାନ ନାଲି ଆମ୍ବ କମେଡି ରୁ ଫେମସ୍ ହୋଇଥିଲେ।ସେ ଭାବି ନଥିଲେ ଯେ ଦର୍ଶକ ମାନେ ତାଙ୍କର ଅଭିନୟ କୁ ପସନ୍ଦ କରିବେ ବୋଲି। ଆଉ ଆଜି ଜ୍ଞାନ ଙ୍କୁ ଲୋକ ମାନେ ଦେଖିଲେ ନାଲି ଆମ୍ବ ବୋଲି ଡାକୁଛନ୍ତି। ତାଙ୍କ ଅଭିନୟ କୁ ଦର୍ଶକମାନେ ପସନ୍ଦ କରୁଛନ୍ତି ବୋଲି ସେ ବହୁତ୍ ଖୁସି ଅଛନ୍ତି।

ନିଜ ଜୀବନର ସଂଘ-ର୍ଷକୁ ନେଇ ସେ କହିଛନ୍ତି ଯେ,”ମୁଁ ଜଣେ କଳାକାର ହୋଇଥିଲେ ମଧ୍ୟ ମତେ କେହି ଜାଣିନଥିଲେ କି ମତେ ଅଭିନୟରୁ କୌଣସି ଟଙ୍କା ମିଳୁନଥିଲା। ମୋର ଦୁଇ ଭଉଣୀ ଏବଂ ଏକ ଭାଇ ମଧ୍ୟ ଅଛି। ଭାଇ ଏବଂ ଜଣେ ଭଉଣୀ ଚାକିରୀ କରିଥିବା ବେଳେ ଆଉ ଜଣେ ଭଉଣୀ ବିବାହ କରିସାରିଛନ୍ତି।

ତେବେ ମୋ କଥା କହିବାକୁ ଗଲେ ମତେ ଅଭିନୟ କରିବାକୁ ବହୁତ ଭଲ ଲାଗେ କିନ୍ତୁ ମତେ ସେଥିରୁ ଏତେ କିଛି ଖାସ ଟଙ୍କା ମିଳୁନଥାଏ। ଯେହେତୁ ମୁଁ ସେତେବେଳେ ବିବାହ କରିସାରିଥିଲି ସେଥିପାଇଁ ଘରଲୋକ ମତେ ଅଭିନୟ କରିବାକୁ ମନା କରୁଥିଲେ। କାରଣ ସେଥିରୁ ରୋଜାଗାର ହୋଇପାରୁନଥିଲା।

ମୁଁ ମଧ୍ୟ ଜଣେ ଝିଅକୁ ଭଲ ପାଉଥିଲି। କିନ୍ତୁ ମୁଁ ଦେଖିବାକୁ ପାଇଲି ଯେ ସେ ଝିଅ ଅନ୍ୟ ପୁଅଙ୍କ ସହ ମଧ୍ୟ କଥା ହେଉଛି ଯାହାପରେ ମୋ ଇଛା ଛାଡ଼ିଗଲା ଏବଂ ମୁଁ ଘରଲୋକଙ୍କ କଥାରେ ଅନ୍ୟତ୍ର ବାହା ହେଲି।”ତେବେ ଅଭିନୟ କୁ ନେଇ ସେ ପୁଣି କହିଛନ୍ତି ଯେ ହାସ୍ୟ ଅଭିନେତା ଗୁଲୁଆ ଙ୍କ ପାଇଁ ଆଜି ସେ ଫେମସ୍ ହୋଇ ପାରିଛନ୍ତି।

ଆଜି ଯଦି ଲୋକମାନେ ତାଙ୍କୁ ଜାଣିଛନ୍ତି ତେବେ କେବଳ ଗୁଲୁଆ ଙ୍କ ପାଇଁ। ଜ୍ଞାନ କହିଛନ୍ତି ଯେ ସେ ଅନେକ ଟିଭି ଚ୍ୟାନେଲ କୁ କାମ କରିବା ପାଇଁ ଯାଇଥିଲେ।କିନ୍ତୁ କୋଉଠି ମଧ୍ୟ ତାଙ୍କ ଅଭିନୟ କୁ ସମ୍ମାନ ଦିଆ ଯାଇନାହିଁ। ସମସ୍ତେ ତାଙ୍କର ମଜାକ୍ ଉଡ଼ାଇଛନ୍ତି। ତାଙ୍କୁ କଳା କ୍ଷେତ୍ର ରେ କେହି ବି ସାହାଯ୍ୟ କରିନାହାନ୍ତି। କିନ୍ତୁ ଗୁଲୁଆ ତାଙ୍କୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ସେ ଗୁଲୁଆ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *