17 ବର୍ଷୀୟ ଝିଅ ଲିଭର ଦେଇ ବଞ୍ଚାଇଲେ ନିଜ ବାପାଙ୍କ ଜୀବନ

ଏପଟେ ଅଭିନେତା ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର ଖୋଜାଯାଉଥିବା ସହ ଟ୍ରାନ୍ସପ୍ଲାଣ୍ଟ ପରେ ଜୀବନ ବଞ୍ଚିପାରିବ କି ନାହିଁ ପ୍ରଶ୍ନ ଉଠୁଥିବା ବେଳେ କେରଳରୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି।

କେରଳରେ ଜଣେ 17 ବର୍ଷୀୟା ଝିଅ ଲିଭର ଦାନ କରି ନିଜ ପିତାଙ୍କୁ ନୂଆ ଜୀବନ ଦେଇଛନ୍ତି। ଏଭଳି କରି ସେ ଦେଶର ସର୍ବକନିଷ୍ଠ ଅର୍ଗାନ୍‌ ଡୋନର୍‌ ସାଜିଛନ୍ତି। ଝିଅଟିର ନାମ ଦେବନନ୍ଦା। ସେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଟନ୍ତି। ପିତାଙ୍କ ଜୀବନ ବଞ୍ଚାଇବା ଲାଗି ସେ ଏପରି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ ଦେବନନ୍ଦାଙ୍କ ପିତା ଗୁରୁ-ତର ଲିଭର୍‌ ରୋଗରେ ପୀ-ଡିତ ଥିଲା। ବଂଚିବା ପାଇଁ ତାଙ୍କ ପାଖରେ ଥିଲା କେବଳ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟର ରାସ୍ତା। ଲିଭର୍‌ ଦାନ ପାଇଁ ଆଗେଇ ଆସିଥିଲେ ଝିଅ ଦେବନନ୍ଦା। କିନ୍ତୁ ଅଙ୍ଗ ଦାନର ନିୟମ ସାଜିଥିଲା ବାଧକ।

18 ବର୍ଷରୁ କମ୍‌ ବୟସର ପିଲା ଅଙ୍ଗ ଦାନ କରିପାରିବେ ନାହିଁ ବୋଲି ନିୟମ ଥିଲା। ଏହାପରେ ଦେବନନ୍ଦା ହାର ନମାନି କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଅନୁମତି ମାଗିଥିଲେ। ଅଦା-ଲତ ଅନୁମତି ଦେବା ପରେ ଦେବନନ୍ଦା ଫେବ୍ରୁଆରୀ 9 ରେ ପିତାଙ୍କୁ ନିଜ ଲିଭର୍‌ର କିଛି ଅଂଶ ଦାନ କରିଥିଲେ।

ତେବେ ଲିଭର ଦାନ ହେବା ପରେ ଡାକ୍ତରମାନେ ତୁରନ୍ତ ଅସ୍ତ୍ରୋ-ପଚର କରିଥିଲେ। ଝିଅର ଏପରି କାମରେ ଖୁସି ହୋଇ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ସେମାନଙ୍କ ମେଡିକାଲ ବିଲ୍‌ ର ଟଙ୍କାକୁ ଛାଡ଼ କରିଥିଲେ।

Leave a Reply

Your email address will not be published. Required fields are marked *