ମୋ ସ୍ୱାମୀକୁ ବାନ୍ଧିଲ ..ହେଲେ ଶ୍ବଶୂରକୁ ଛାଡିଦେଲ..ଏବେ ସେ ଧ-ମକ ଦେଉଛନ୍ତି ମୋତେ ଓ ମୋ ପୁଅକୁ ମା-ରିଦେବେ

ମୋ ସ୍ୱାମୀ ଗି-ରଫ କଲ କିନ୍ତୁ ମୋ ଶଶୁରଙ୍କୁ ଛାଡିଦେଲ। ଆଉ ଏବେ କଲ କରି ମୋତେ ଏବଂ ମୋ ପୁଅକୁ ମା-ରିଦେବାକୁ ଧ-ମକ ଦେଉଛନ୍ତି ମୋ ଶଶୁର। ଯଦି ମୁଁ ମ-ରିଯାଏ ତେବେ ସେଥିପାଇଁ କିଏ ଦାୟୀ ହେବ। ମୁଁ କଣ କରିବି ମତେ ନ୍ୟା-ୟ ଦରକାର। ମୋ ଶଶୁର ଗି-ରଫ ହେବା ଦରକାର।

ଏପରି କିଛି କହୁଛନ୍ତି ଜଣେ ମହିଳା। କାରଣ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଦେଇଛନ୍ତି ଧୋ-କ୍କା। ତେବେ ମହିଳାଙ୍କ ନାମ ଖୁସବୁ ଝା। ଘର ବିହାରରେ ହୋଇଥିବା ବେଳେ ରହୁଛନ୍ତି ଓଡ଼ିଶାରେ। ସ୍ୱାମୀଙ୍କ ନାମ ବାଳକୃଷ୍ଣ।

ସ୍ୱାମୀ ବାଳକୃଷ୍ଣ ଅନୁଗୁଳ ଜିଲ୍ଲା ନାଲକୋରେ ଟାଟା ଷ୍ଟିଲ କମ୍ପାନୀରେ ଚାକିରୀ କରୁଥିବା ବେଳେ ଗତ 8 ବର୍ଷ ତଳେ ଖୁସବୁ ଝା ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର ଦେଢ଼ ବର୍ଷ ପର୍ଯ୍ୟନ୍ତ ସବୁକିଛି ଚାଲିଥିଲା ଠିକଠାକ। କିନ୍ତୁ ତାପରେ ତାଙ୍କ ଜୀବନରେ ଚାଲିଆସିଲା ଝଡ।

ତାଙ୍କ ସ୍ବାମୀ ଏବଂ ଶଶୁର କରିବାକୁ ଲାଗିଲେ ବାର୍ ବାର୍ ଅ-ତ୍ୟାଚା-ର। ଯାହାପରେ 6 ବର୍ଷ ଧରି ନିଜ ବାପଘରେ ରହିଆସୁଥିଲେ ଖୁସବୁ। କିନ୍ତୁ ଭାଇ ବିବାହ କରିବା ପରେ ଖୁସବୁ ଆଉ ବାପ ଘରେ ରହିଲେ ନାହିଁ ନିଜ ଶଶୁର ଘରକୁ ଆସି ରହିବାକୁ ଜିଦ ଧରି ବସିଲେ। ଏହାପରେ ବାଳକୃଷ୍ଣ ନାଲକୋର କହ୍ନେଇ ନଗରରେ ଏକ ଭଡାଘର ନେଇ ଖୁସବୁଙ୍କୁ ରଖିଥିଲେ। କିନ୍ତୁ ସେପଟେ ବାଳକୃଷ୍ଣ ଛା-ଡପ-ତ୍ର ପାଇଁ ଆବେଦନ କରିଥିଲେ।

ଆବେଦନ କରିବା ପରେ ଖୁସବୁଙ୍କ ପାଖକୁ ଏକ ନୋଟିସ ଆସିଥିଲା। ନୋଟିସ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହାର କାରଣ ଜାଣିବା ପିଅନ କୋର୍ଟ ଯାଇଥିଲା। କିନ୍ତୁ କୋର୍ଟରୁ ଯେତେବେଳେ ଫେରିଲେ ସେ ଦେଖିଲେ ଯେ ତାଙ୍କର ସବୁ ଜିନିଷ ଚୋ-ରି ହୋଇଯାଇଛି। ଟଙ୍କା,ସୁନାଗହଣା, ଜିନିଷ ପତ୍ର କିଛି ବି ନାହିଁ।

ଏହାପରେ ଘର ମାଲିକ ମଧ୍ୟ ଦୁର୍ବ୍ୟ-ବହାର ଦେଖାଇ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାପରେ ମହିଳା ଜଣକ ନାଲକୋ, ଆଦର୍ଶ ଥା-ନାରେ ଅଭି-ଯୋଗ କରିଥିଲେ। ଅଭି-ଯୋଗ ଆଧାରରେ ମହିଳାଙ୍କ ସ୍ୱାମୀଙ୍କୁ ଗି-ରଫ କରିଛି ପୋ-ଲିସ। କିନ୍ତୁ ଶଶୁରଙ୍କୁ ଗି-ରଫ କରାଯାଇନାହିଁ ବୋଲି କହିଛନ୍ତି ମହିଳା। ଏହା ସହ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଶଶୁର ତାଙ୍କୁ ଏବଂ ତାଙ୍କ ପୁଅକୁ ମା-ରିଦେବାକୁ ଧ-ମକ ଦେଉଛନ୍ତି। ଏଥିପ୍ରତି ଶୀଘ୍ର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ।

Leave a Reply

Your email address will not be published. Required fields are marked *