ଆକାଶରୁ ବର୍ଷୁଛି 100 ଏବଂ 500 ଟଙ୍କିଆ ନୋଟ, ଟଙ୍କା ଉଠାଇବା ପାଇଁ ଲୋକଙ୍କ ଭିଡ

ଗୁଜରାଟର ମେହସାନା ଜିଲ୍ଲା କେକରୀ ତହସିଲ ଅନ୍ତର୍ଗତ ଆଗୋଲ ଗାଁରେ ଏପରି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ବାହାଘର ଶୋଭାଯାତ୍ରା ବେଳେ ଉପରୁ ହେଲା ଟଙ୍କା ବର୍ଷା।ଏଠାକାର ଜଣେ ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ବେଳେ ବିପୁଳ ଟଙ୍କା ବର୍ଷା କରିଥିବା ଜଣାପଡ଼ିଛି।

ବିବାହ ଉତ୍ସବର ଶୋଭାଯାତ୍ରା ଯାଉଥିବା ବେଳେ ନିଜ ଘର ଛାତ ଉପରୁ ଏହି ଟଙ୍କା ଉଡ଼ାଯାଇଥିଲା। ତେବେ ଏହି ଟଙ୍କାକୁ ଉଠାଇବା ପାଇଁ ସେଠାରେ ଉପସ୍ଥିତ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ଗୁଜରାଟରେ ହିଁ ସାଧାରଣତଃ ବିବାହ ବେଳେ ବରଯାତ୍ରୀ ଟଙ୍କା ଉଡାଇବାର ପ୍ରଥା ରହିଛି।

ତେବେ କେକ୍ରୀର ପୂର୍ବତନ ସରପଞ୍ଚ ନିଜର ଆଧିପତ୍ୟ ଦେଖାଇବ ଲାଗି ପ୍ରାୟ 50 ଲକ୍ଷ ଟଙ୍କା ଉଡ଼ାଇ ଥିବା କୁହାଯାଉଛି। ଟଙ୍କା ବର୍ଷାର ଦୃ-ଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ କେବଳ ପୂର୍ବତନ ସରପଞ୍ଚ ନୁହଁନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଟଙ୍କା ଫୋପଡ଼ା ଦୃ-ଶ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ବିଲଡିଂ ତଳେ ଠିଆ ହୋଇଥିବା ଲୋକମାନେ ସେମାନଙ୍କ ଉପରେ ପଡ଼ୁଥିବା ନୋଟଗୁଡ଼ିକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ଗତ ଜାନୁଆରୀ ମାସରେ ବାଙ୍ଗାଲୋରର କେଆର ମାର୍କେଟ ଅଂଚଳରେ ଏହିପରି ଏକ ଦୃ-ଶ୍ୟ ଦେଖିବାକୁ ମିଳିଥିଲା।

ଫ୍ଲାଏ ଓଭର ଉପରୁ ଟଙ୍କା ବର୍ଷା କରିଥିଲେ ଜଣେ ଯୁବକ। ଫ୍ଲାଏ ଓଭର ଉପରେ ଗାଡିରେ ଆସି ଜଣେ ଯୁବକ ହାତରେ ଧରିଥିବା ଟଙ୍କାମୁଣିରୁ ପୁଳା ପୁଳା ଟଙ୍କା ବାହାର କରି ତଳକୁ ଫୋପାଡିଥିଲେ। ଆଉ ଫ୍ଲାଏ ଓଭର ଉପରୁ ନୋଟ ବର୍ଷା ହେଉଥିବା ଦେଖି ଟଙ୍କା ଗୋଟାଇବାକୁ ଲୋକଙ୍କ ଭିଡ ଜମିଥିଲା।

ତେବେ ପରିସ୍ଥିତି ଏପରି ହେଲା ଯେ ଉଡୁଥିବା ନୋଟକୁ ଧରିବା ପାଇଁ ଲୋକଙ୍କ ମଧ୍ୟରେ ମା-ରପି-ଟ ଆରମ୍ଭ ହୋଇଯାଇଥିଲା। ଏହାପରେ ପୋ-ଲିସ ଏକ ମାମ-ଲା ରୁଜୁ କରି ଉକ୍ତ ବ୍ୟକ୍ତିକୁ ନେଇ ତ-ଦନ୍ତ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *